17 OCTOBER 2026

Welcome!

Unlock your personalized experience.
Sign Up

A Woman's Unique Story: ନାରୀର ଅନନ୍ୟ କାହାଣୀ ‘ଅଶାନ୍ତ’

Oct 17, 2026 - 08:01
A Woman's Unique Story: ନାରୀର ଅନନ୍ୟ କାହାଣୀ ‘ଅଶାନ୍ତ’

ଭୁବନେଶ୍ୱର: ଏ ସୃଷ୍ଟି ଯେତିକି ବିସ୍ମୟକର, ତା’ଠାରୁ ଅଧିକ ବିସ୍ମୟକର ଏ ସୃଷ୍ଟିର ସ୍ରଷ୍ଟା। ତେବେ ସମସ୍ତେ ଏକଥା ସ୍ୱୀକାର କରନ୍ତି ଯେ ସ୍ରଷ୍ଟାଙ୍କର ବିସ୍ମୟକର ସର୍ଜନା ହେଲା ମଣିଷ। ସେହି ମଣିଷମାନଙ୍କ ମଧ୍ୟର ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛି ‘ନାରୀ’। ସ୍ରଷ୍ଟା ତା’ ମଧ୍ୟରେ ଭରିଦେଲେ ପ୍ରେମର ଅସରନ୍ତି ଉତ୍ସ। ଆଉ ପ୍ରାଣରେ ସଂଚାର କଲେ ଦୟା, କ୍ଷମା, ଆକର୍ଷଣର ଭଣ୍ଡାର। ସେହି ପ୍ରେମ ଆଜି ବି ନିୟନ୍ତ୍ରିତ କରୁଛି ଏହି ସମାଜ ଓ ସୃଷ୍ଟିର ଜୀବଗଣଙ୍କୁ। 

Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ

କାହାକୁ ଅମଣିଷରୁ ମଣିଷ କରୁଛି ତ କାହାକୁ ଦେଖାଉଛି ଅଶାନ୍ତରୁ ଶାନ୍ତି ଆଡ଼କୁ ମଧୁମୟ ପଥ। ନାରୀର ଅନନ୍ୟ ରୂପକୁ ନେଇ ରବୀନ୍ଦ୍ର ମଣ୍ଡପରେ ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ ନାଟ୍ୟ ଲହରୀର ଦ୍ୱିତୀୟ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଯାଇଛି ନାଟକ ‘ଅଶାନ୍ତ’। ଏହାର ରଚନା ପ୍ରାଣବନ୍ଧୁ କର କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଜଗଦୀଶ ପ୍ରସାଦ ମହାରଣା। କାର୍ଯ୍ୟକ୍ରମରେ ଅତିଥି ଭାବେ ସାମ୍ୱାଦିକ ଶ୍ରୀମୟ କର, ନାଟ୍ୟକାର ଦିଲ୍ଲୀଶ୍ୱର ମହାରଣା, ମାୟା ଦାସ, ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ ମିଶ୍ର, ପ୍ରଦୀପ କୁମାର ପଣ୍ଡା, ନାଟ୍ୟ ସଂଗଠକ ସୁଶୀଲ କୁମାର ପଟ୍ଟନାୟକ, ଅନୁଷ୍ଠାନର ସଭାପତି ସୁଧାକର ପତ୍ରୀ ଓ ସମ୍ପାଦକ ଶୁଭକାନ୍ତ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।