AAP: ଭୁବନେଶ୍ବରର ସବୁ ୱାର୍ଡରେ ପ୍ରାର୍ଥୀ ଦେବ ଆପ୍‌: ଭୁବନେଶ୍ୱର ଜିଲ୍ଲା ସଂଗଠନ ବୈଠକ

Oct 05, 2026 - 07:52
AAP: ଭୁବନେଶ୍ବରର ସବୁ ୱାର୍ଡରେ ପ୍ରାର୍ଥୀ ଦେବ ଆପ୍‌: ଭୁବନେଶ୍ୱର ଜିଲ୍ଲା ସଂଗଠନ ବୈଠକ

"ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଜୟସୂର୍ଯ୍ୟ କାନୁନ୍‌ଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା, ଜନସାଧାରଣଙ୍କ ନିକଟରେ ଦଳର ବାର୍ତ୍ତା ପହଞ୍ଚାଇବା ଓ ଲୋକଙ୍କ ସହ ଯୋଡ଼ି ହେବାକୁ ଆହ୍ବାନ ଦିଆଯାଇଥିଲା।

ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡର ପ୍ରତିନିଧି ଓ ନେତୃବୃନ୍ଦ ଏଥିରେ ଯୋଗଦେଇଥିଲେ।

ଆଗାମୀ ମହାନଗର ନିଗମ ନିର୍ବାଚନରେ ସମସ୍ତ ୱାର୍ଡରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଏହି ବୈଠକର ଘୋଷଣା କରିଥିଲେ।

ସମସ୍ତ କାର୍ଯ୍ୟକର୍ତ୍ତା ଦଳୀୟ ନେତୃତ୍ୱଙ୍କୁ ନିଜ ନିଜ ୱାର୍ଡରେ ଅଧିକରୁ ଅଧିକ ସଦସ୍ୟଙ୍କୁ ଦଳ ସହ ଯୋଡ଼ିବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ।Advertisment Anniversary: ସର୍ବୋଦୟ ନେତା ଶ୍ୟାମସୁନ୍ଦର ଦାସଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ ପ୍ରତ୍ୟେକ ୱାର୍ଡରେ ୱାର୍ଡ କମିଟି ଗଠନ କରିବା ସହ ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା, ସେଗୁଡ଼ିକର ସମାଧାନ ପାଇଁ ଜନସାଧାରଣଙ୍କ ସହ ମିଶି କାର୍ଯ୍ୟ କରିବା ଉପରେ ଜିଲ୍ଲା ସଭାପତି ଶ୍ରୀ କାନୁନ୍‌ଗୋ ଗୁରୁତ୍ୱାରୋପ କରିଥିଲେ।

ଭୁବନେଶ୍ୱରେ ଦାୟିତ୍ୱରେ ଥିବା ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସ ୱାର୍ଡସ୍ତରୀୟ  ସମସ୍ୟା ଓ ଏହାର ସମାଧାନ ମାଧ୍ୟମରେ ତୃଣମୂଳ ସ୍ତରରେ ସକ୍ରିୟ ରହିବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡର ପ୍ରତିନିଧି ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା।

ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପାଣି, ସିଦ୍ଧାର୍ଥ ପରିଡ଼ା, ଲଳିତ ଅଧିକାରୀ, ଶାରଦା ଦାଶ, ଶୈଳେନ୍ଦ୍ର ସ୍ୱାଇଁ, ଲଲାଟ  ଜେନା, ଜୟରାମ ମଲ୍ଲିକ, ସୁପ୍ରାଜ ଦିଗାଲ, ଜ୍ୟୋତିର୍ମୟୀ ନାୟକ, ଅଞ୍ଜଳି ନାଥ, ଜିପ୍ରାସ୍ ଦିଗାଲ, ସଲମାନ୍ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

Everest cumin powder: ଏଭରେଷ୍ଟର ଜିରା ପାଉଡର୍‌ ପ୍ୟାକେଟ୍‌ ଅସୁରକ୍ଷିତ: ଏଫ୍‌ଏସ୍‌ଏସ୍‌ଏଆଇ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।