AAP GFP alliance: 'ଗୋଆ ଫାର୍ଷ୍ଟ' ମେଣ୍ଟର ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

Sep 13, 2026 - 18:06
AAP GFP alliance: 'ଗୋଆ ଫାର୍ଷ୍ଟ' ମେଣ୍ଟର ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

"ପାଣାଜୀ/ଚଣ୍ଡୀଗଡ଼: ୨୦୨୭ ଗୋଆ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଆପ୍) ଏବଂ ଆଞ୍ଚଳିକ ଦଳ 'ଗୋଆ ଫରୱାର୍ଡ ପାର୍ଟି' (ଜିଏଫପ) ହାତ ମିଳାଇଛନ୍ତି।

ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏହି ନୂଆ ମେଣ୍ଟ 'ଗୋଆ ଫାର୍ଷ୍ଟ' ବିଷୟରେ ଘୋଷଣା କରିବା ସହ ଉପକୂଳ ରାଜ୍ୟ ଗୋଆରେ ବିଜେପି ଓ କଂଗ୍ରେସର ବିକଳ୍ପ ଭାବେ ନିଜକୁ ଉପସ୍ଥାପନ କରିଛନ୍ତି।

Advertisment ବିଜେପି ଓ କଂଗ୍ରେସ ନିର୍ବାଚନ ସମୟରେ ଲଢ଼େଇ କରୁଥିଲେ ହେଁ ପରଦା ପଛରେ ଏକାଠି ହୋଇ ସରକାର ଗଠନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

୪୦ ଆସନବିଶିଷ୍ଟ ଗୋଆ ବିଧାନସଭାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଜୟ ସର୍ଦ୍ଦେଶାଇଙ୍କ ନେତୃତ୍ୱାଧୀନ ଜିଏଫପିର ଜଣେ ବିଧାୟକ ଥିବା ବେଳେ ଆପର ୨ ଜଣ ବିଧାୟକ ରହିଛନ୍ତି।

ସେହିପରି ରାଜ୍ୟସଭା ସାଂସଦ ମନୋନୟନ କ୍ଷେତ୍ରରେ ଦଳ ଆଗାମୀ ଦିନରେ ଅଧିକ ସତର୍କତା ଅବଲମ୍ବନ କରିବ ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଆପ୍ ନିଜର ଆତ୍ମବିଶ୍ୱାସ ପ୍ରକାଶ କରିଛି।

ପଞ୍ଜାବ ଆପ୍ ସଭାପତି ତଥା କ୍ୟାବିନେଟ୍ ମନ୍ତ୍ରୀ ଅମନ ଅରୋରା ଚଣ୍ଡୀଗଡ଼ରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭଗବନ୍ତ ମାନ୍ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ଯୋଗୁଁ ଦଳ ୧୧୭ ଆସନବିଶିଷ୍ଟ ପଞ୍ଜାବ ବିଧାନସଭାରେ ପୁନର୍ବାର ନିର୍ଣ୍ଣାୟକ ବହୁମତ ସହ ସରକାର ଗଠନ କରିବା ପାଇଁ ସୁବିଧାଜନକ ସ୍ଥିତିରେ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।