Abhijeet Dipke’s October 16 Protest Gets No Stay: ଅଭିଜିତ ଦୀପକେଙ୍କ ‘ତ୍ରିରଙ୍ଗା ମାର୍ଚ୍ଚ’ ଉପରେ ରୋକ୍‌ ଲଗାଇବାକୁ ମନା କଲେ ହାଇକୋର୍ଟ

Oct 15, 2026 - 17:53
Abhijeet Dipke’s October 16 Protest Gets No Stay: ଅଭିଜିତ ଦୀପକେଙ୍କ ‘ତ୍ରିରଙ୍ଗା ମାର୍ଚ୍ଚ’ ଉପରେ ରୋକ୍‌ ଲଗାଇବାକୁ ମନା କଲେ ହାଇକୋର୍ଟ

ନୂଆଦିଲ୍ଲୀର କନଟ୍ ପ୍ଲେସ୍‌ ସେଣ୍ଟ୍ରାଲ ପାର୍କରେ ଅକ୍ଟୋବର ୧୬ରେ ପ୍ରସ୍ତାବିତ ‘ଲହରାଓ ତିରଙ୍ଗା’ ବିରୋଧ ପ୍ରଦର୍ଶନକୁ ନେଇ ଆଇନଗତ ଲଢ଼େଇ ଜାରି ରହିଛି। CJP ନେତା ଅଭିଜିତ ଦୀପକେଙ୍କ ଏହି ପ୍ରଦର୍ଶନ ଉପରେ ରୋକ୍‌ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି। ତେବେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଦିଲ୍ଲୀ ପୁଲିସ କୋର୍ଟଙ୍କୁ ଆଶ୍ୱାସନା ଦେଇଛି।

କନଟ୍ ପ୍ଲେସ୍‌ର ପାଲିକା ବଜାରରେ ବ୍ୟବସାୟ କରୁଥିବା ରାସ୍ତାକଡ଼ ବିକ୍ରେତାମାନେ ଏହି ପ୍ରସ୍ତାବିତ ପ୍ରଦର୍ଶନ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ସେଣ୍ଟ୍ରାଲ ପାର୍କ ପ୍ରତିବାଦ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନ ନୁହେଁ ବୋଲି ଆବେଦନକାରୀମାନେ ଯୁକ୍ତି ଦର୍ଶାଇଥିଲେ।

ସେମାନଙ୍କ ଆଶଙ୍କା ଥିଲା ଯେ, ପ୍ରଦର୍ଶନ ସମୟରେ ପୁଲିସ ବ୍ୟାରିକେଡିଂ ଓ ବିଭିନ୍ନ କଟକଣା ଯୋଗୁଁ ବ୍ୟବସାୟୀ, ପଥଚାରୀ ଏବଂ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେବ। ଏହାଦ୍ୱାରା ସେମାନଙ୍କ ବ୍ୟାବସାୟିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହେବ ବୋଲି ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଜଷ୍ଟିସ୍‌ ନିତିନ ସାମ୍ବ୍ରେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ୍‌ ଚେତନ ଶର୍ମା କୋର୍ଟଙ୍କୁ କହିଥିଲେ ଯେ, ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ସମସ୍ତ ଆବଶ୍ୟକ ପଦକ୍ଷେପ ନେବ।

ଅଭିଜିତ ଦୀପକେଙ୍କ ପ୍ରଦର୍ଶନକୁ ନେଇ କଠୋର ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ତେବେ ପ୍ରଦର୍ଶନ ଉପରେ ରୋକ୍‌ ଲଗାଇବା ପାଇଁ ଆବେଦନକାରୀଙ୍କ ଦାବିକୁ ହାଇକୋର୍ଟ ଗ୍ରହଣ କରିନାହାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।