Abhimata: ଅଙ୍ଗାର ବେପାରର ଏପାଖ ସେପାଖ
"ଜିତଶତ୍ରୁ ମହାନ୍ତି ପୃଥିବୀର ପରିବେଶବିତ୍, ବୁଦ୍ଧିଜୀବୀ, ରାଷ୍ଟ୍ରନେତା ଓ ସଚେତନ ନାଗରିକଙ୍କ ଲାଗି ଯାହା ସଂପ୍ରତି ଉଦ୍ବେଗର ବିଷୟ ହୋଇଛି, ତାହା ହେଲା ବାୟୁମଣ୍ଡଳରେ ଅଙ୍ଗାରକ ବା କାର୍ବନ ଓ ସବୁଜଗୃହ ଗ୍ୟାସର ପରିମାଣରେ ବୃଦ୍ଧି।
ଏଥିରେ ନିୟନ୍ତ୍ରଣ ଆଣିବା ପାଇଁ ନାନାବିଧ ନୀତି, ଉପାୟ ଓ ନିଷ୍ପତ୍ତି ଗ୍ରହଣ କରାଯାଉଛି, ଯହିଁରୁ ଗୋଟିଏ ହେଉଛି କାର୍ବନ ବ୍ୟବସାୟ ବା କାର୍ବନ ଟ୍ରେଡିଂ।
ପ୍ରକାଶ ଥାଉ କି ୧୯୯୭ ମସିହାର କ୍ୟୋଟୋ ପ୍ରୋଟକଲରେ ଏହି ପରିକଳ୍ପନା ପ୍ରଥମେ ଗୃହୀତ ହୋଇଥିଲା ଏବଂ ୨୦୧୫ର ପ୍ୟାରିସ ରାଜିନାମାରେ ଏହାର ପରିବର୍ଦ୍ଧିତ ସ୍ବରୂପ ପ୍ରକଟ ହୋଇଥିଲା, ଯାହା ସଂପ୍ରତି ସର୍ବସ୍ବୀକୃତ ହୋଇପାରିଛି।
Advertisment First Woman Army Officer to Become President"s ADC ପ୍ୟାରିସ ରାଜିନାମାର ଧାରା-୬ରେ ବିଭିନ୍ନ ଦେଶ ଓ କମ୍ପାନିମାନଙ୍କ ସକାଶେ କାର୍ବନ ବଜାର ଜରିଆରେ ବାୟୁମଣ୍ଡଳରେ ଜମା କାର୍ବନର କିଣାବିକା ପାଇଁ ପ୍ରାବଧାନ ଅଛି।
ଏହା ଅନୁସାରେ ରାଷ୍ଟ୍ରମାନେ ଦ୍ୱିପାକ୍ଷିକ କାରବାର କରିପାରିବେ।
ସେମିତି ମିଳିତ ଜାତିସଂଘ ନିୟନ୍ତ୍ରିତ ଏକ କେନ୍ଦ୍ରୀୟ କାର୍ବନ ବଜାରରେ ଏହି ବେପାର କରାଯାଇପାରିବ।
ବିଶ୍ୱର ପ୍ରାୟ ୮୩% ଦେଶ ଏହି ବ୍ୟବସ୍ଥା ପ୍ରତି ଆଗ୍ରହୀ ଥିବା ଜଣାଯାଏ।
ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିଲେ ହେଁ ମୋଟାମୋଟି ନିମ୍ନୋକ୍ତ ପ୍ରକାରେ ସଂପାଦିତ ହୋଇଥାଏ।
କାର୍ବନ କାରବାରର ମୂଳ ହେଲା କାର୍ବନ ପରମିଟ ବା ଅନୁମତି ପତ୍ର।
ଏହି ବ୍ୟବସ୍ଥାରେ କୌଣସି ଦେଶ ତା"ର କଂପାନିଗୁଡ଼ିକୁ ନିଦ୍ଦିଷ୍ଟ ପରିମାଣର କାର୍ବନ ପରମିଟ ଦେଇଥାଏ।
ସେହି ଆଧାରରେ କଂପାନି ସକାଶେ କାର୍ବନ ଉତ୍ସର୍ଜନର ସୀମା ନିର୍ଦ୍ଧାରଣ କରାଯାଇଥାଏ।
ଯଦି କଂପାନିଟି ନିର୍ଦ୍ଦିଷ୍ଟ ସୀମାରୁ କମ୍ କାର୍ବନ ଉତ୍ସର୍ଜନ କରେ, ତେବେ ତା"ର କାର୍ବନ ପରମିଟ ବଳିପଡ଼େ, ଯାହାକୁ ସେ ଅନ୍ୟ କଂପାନିକୁ ବିକ୍ରୟ କରିଥାଏ।
ଯେଉଁ କଂପାନିଗୁଡ଼ିକ ନିର୍ଦ୍ଧାରିତ ସୀମାରୁ ଅଧିକ କାର୍ବନ ଉତ୍ସର୍ଜନ କରି ପରମିଟ ସାରି ଦେଇଥାଆନ୍ତି, ସେମାନେ ଏହି ବଳି ପଡ଼ିଥିବା ପରମିଟ କିଣନ୍ତି।
ତେବେ, ଏଭଳି କଂପାନି ବୃକ୍ଷ ରୋପଣ ବା ଅନ୍ୟାନ୍ୟ ପରିବେଶ ଅନୁକୂଳ କାର୍ଯ୍ୟ ବଳରେ ସାରି ଦେଇଥିବା ପରମିଟର ଭରଣା କରିପାରନ୍ତି।
ପ୍ରକାଶ ଥାଉ କି ଗୋଟିଏ ପୂର୍ଣ୍ଣାଙ୍ଗ ଗଛ ବର୍ଷକୁ ପ୍ରାୟ ୨୨ କିଲୋଗ୍ରାମ ଅଙ୍ଗାରକାମ୍ଳ ଶେଷଣ କରିଥାଏ।
Vikram: ପୁଣି ଗିରଫ ହେବେ ବିକ୍ରମ!
ପୁଲିସ ଗିରଫ କରିଛି କି ସେ ଆତ୍ମସମର୍ପଣ କରିଛି ସ୍ପଷ୍ଟ ହୋଇନି ଉଲ୍ଲେଖଯୋଗ୍ୟ ଯେ ଜମା କାର୍ବନର ଦରଦାମ ନିର୍ଦ୍ଧାରଣ ସୁବ୍ୟବସ୍ଥିତ ଓ ସୁନିର୍ଦ୍ଦିଷ୍ଟ ହୋଇ ନଥାଏ।
ପୃଥିବୀର ବିଭିନ୍ନ ଭାଗରେ ଦରରେ ଘୋର ତାରତମ୍ୟ ଦେଖାଯାଇଥାଏ, ଯାହା ସର୍ବନିମ୍ନ ୫ରୁ ସର୍ବାଧିକ ୫୦୦ ଡଲାର ପର୍ଯ୍ୟନ୍ତ ହୋଇପାରେ।
ଭାରତ ସରାକାର ୨୦୨୨ରେ ଶକ୍ତି ସଂରକ୍ଷଣ ସଂଶୋଧନ ବିଲ୍ ପାରିତ କରି ଉର୍ଜା, ଶିଳ୍ପ, କୃଷି, ବର୍ଜ୍ୟ ପରିଚାଳନା, ବୃକ୍ଷ ରୋପଣ ଓ ପରିବହନ କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଦେଇଛନ୍ତି।
କାର୍ବନ କ୍ରେଡିଟ ଟ୍ରେଡିଙ୍ଗ ସ୍କିମ ପ୍ରଚଳନ କରିଛନ୍ତି।
ତେବେ, କାର୍ବନ କାରବାରର ଉପକାରିତା ବଦଳରେ ଏବେ ଉପକାରିତା ଅଧିକ ଦେଖିବାକୁ ମିଳିଲାଣି।
କାରଣ ଅନେକ କଂପାନି ଅଧିକ କାର୍ବନ ପରମିଟ କ୍ରୟ କରି କାର୍ବନ ନିର୍ଗମନ ରୋକିବା ଉପରେ ଧ୍ୟାନ ଦେଉ ନାହାନ୍ତି।
ବିଶେଷ କରି ସମୃଦ୍ଧ ଦେଶ ଓ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି।
ବର୍ତ୍ତମାନର ସ୍ଥିତି ହେଲା କାର୍ବନ ହ୍ରାସ କରିବା ବଦଳରେ ଅଧିକ କାର୍ବନ ଉତ୍ସର୍ଜନ କରି କ୍ଷତି ଭରଣା ଉପରେ ଗୁରୁତ୍ବ ଦିଆଯାଉଛି।
ଫଳରେ ପ୍ୟାରିସ୍ ରାଜିନାମା ସ୍ଥିରୀକୃତ ମୁଣ୍ଡପିଛା ବାର୍ଷିକ ନିର୍ଗମନ ୨.୩ ଟନ୍ ପରିବର୍ତ୍ତେ ଏବେ ୪.୯ ଟନ୍ରେ ପହଞ୍ଚିଲାଣି।କାର୍ବନ କାରବାର ପଛରେ ରହିଛି ପରିବେଶକୁ ରକ୍ଷା କରିବାର ଉଦ୍ଦେଶ୍ୟ।
ଏଣୁ ଏହା ଏକ ବ୍ୟବସାୟ ନୁହେଁ, ବରଂ ବିବେକର ଦାୟ।
କିନ୍ତୁ ଦାୟିତ୍ବହୀନତା ଏବଂ ସ୍ବାର୍ଥପରତା କାରଣରୁ ଅନେକ ଦେଶ ଓ କଂପାନି ଏହାକୁ ଅଧିକ କାର୍ବନ ଉତ୍ସର୍ଜନ ଭଳି ପାପ ସକାଶେ ଗଙ୍ଗା ବୁଡ଼ ସୁଲଭ ପ୍ରାୟଶ୍ଚିତ୍ତ ବୋଲି ଧରି ନେଇ ପାପ କରିବାରେ ଲାଗି ରହିଛନ୍ତି।
ଏହା ହେଉଛି ବିଡ଼ମ୍ବନା।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୦୮୦୨୩୩"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।