Accident: ଡିଭାଇଡରରେ ପିଟି ହୋଇ ଜଳିଗଲା କାର, ଡାକ୍ତର ଜୀବନ୍ତ ଦଗ୍ଧ
"ହାଇଦ୍ରାବାଦ: ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମ୍ମମ ହାଇୱେରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା।
ପିଲ୍ଲାଲମାରି ନିକଟରେ ଏକ ଭଲଭୋ କାର ରାସ୍ତାର ଡିଭାଇଡରରେ ପିଟି ହେବା ପରେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା।
ଦୁର୍ଘଟଣାରେ କାର ଭିତରେ ଥିବା ଜଣେ ଡାକ୍ତରଙ୍କ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ଘଟିଛି।
ମୃତ ଡାକ୍ତରଙ୍କୁ କାସାକୁର୍ଥି ଜଗଦୀଶ ବୋଲି ଚିହ୍ନଟ କରାଯାଇଛି।
ସେ ଖମ୍ମମର ମମତା ହସ୍ପିଟାଲରେ ନ୍ୟୁରୋସର୍ଜନ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ପୁଲିସର ସୂଚନା ଅନୁସାରେ, ସେ ଖମ୍ମମରୁ ହାଇଦ୍ରାବାଦ ନିଜ ପରିବାର ଲୋକଙ୍କ ପାଖକୁ ଯାଉଥିଲେ।
Advertisment କାରଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେବା ପରେ ତୁରନ୍ତ ନିଆଁ ଲାଗିଯାଇଥିଲା।
ନିଆଁ ଲାଗିବା ପରେ ଡାକ୍ତର ଜଗଦୀଶ କାର ଭିତରେ ଫସିଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।
ତେବେ ସେତେବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ଏବଂ ଡାକ୍ତରଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ଦୁର୍ଘଟଣାର ପ୍ରକୃତ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।
କେତେକ ରିପୋର୍ଟରେ ପୁଲିସ ଡ୍ରାଇଭରଙ୍କୁ ନିଦ ଲାଗିଯିବା ଯୋଗୁଁ କାର ନିୟନ୍ତ୍ରଣ ବାହାରକୁ ଯାଇଥିବା ଆଶଙ୍କା କରୁଥିବା କୁହାଯାଇଛି।
ତେବେ ଏହା ତଦନ୍ତର ପ୍ରାଥମିକ ଆଶଙ୍କା ମାତ୍ର, ନିଶ୍ଚିତ କାରଣ ଭାବେ ଏହାକୁ ଧରାଯାଇନାହିଁ।
ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
କାର କିପରି ଡିଭାଇଡରରେ ପିଟି ହେଲା ଏବଂ ଧକ୍କା ପରେ ଏତେ ଶୀଘ୍ର କିପରି ନିଆଁ ଲାଗିଲା, ସେନେଇ ଅଧିକ ତଦନ୍ତ କରାଯାଉଛି।
ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଏନସିପି ଓ ଶିବସେନା ଭଳି ହେବ କି ଟିଏମସିର ଅବସ୍ଥା?
ମମତା ବାନାର୍ଜୀଙ୍କ ପାଖରେ ଏବେ କେଉଁ ସବୁ ବିକଳ୍ପ ଅଛି?
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।