Accident: ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ ଓ ଥାନା ଘେରାଉ
"ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ନିକଟସ୍ଥ ଟିମାଝୋଲା ଗାଁ ନିକଟସ୍ଥ ଜାତୀୟ ରାଜପଥ ୩୨ ରେ ଏକ ବାଇକକୁ ସ୍କୋର୍ପିଓ ଗାଡ଼ି ଧକ୍କା ଦେବା ଯୋଗୁଁ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି।
ମୃତକ ହେଲେ ଟିମାଝୋଲା ଗାଁର ମାଝୀ ହିକକା।ମାଝୀ ବାଇକକୁ ସାଇଡ କରି ଠିଆ ହୋଇ କଥା ହେଉଥିବା ବେଳେ ସ୍କୋର୍ପିଓ ଗାଡ଼ିଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା।
Advertisment ଘଟଣା ସ୍ଥଳରେ ବର୍ତ୍ତମାନ ଉତ୍ତେଜନା ଲାଗି ରହିଛି ରାୟଗଡା ଓ କୋରାପୁଟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ ଅବରୋଧ କରି ରଖିଛନ୍ତି ଗ୍ରାମବାସୀ।
କ୍ଷତିପୂରଣ ଦାବୀରେ ରାସ୍ତାରୋକ କରାଯାଇଥିବା ବେଳେ ଲକ୍ଷ୍ମୀପୁର ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ରହିଛି।
ରାୟଗଡା ଓ କୋରାପୁଟକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିବା କାରଣରୁ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଗାଡ଼ି ଅଟକି ରହିଛି।
ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଅଟକି ରହିଛନ୍ତି।
ବର୍ତ୍ତମାନ ଉତ୍ତ୍ୟକ୍ତ ଲୋକେ ଲକ୍ଷ୍ମୀପୁର ଥାନା ଘେରାଓ କରି ରଖିଛନ୍ତି।ଶବକୁ ଆଣି ଡାକ୍ତରଖାନାରେ ରଖିବାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ କ୍ଷତିପୂରଣ ଦାବୀରେ ଥାନା ଘେରାଉ ସହ ଜାତୀୟ ରାଜପଥ ୩୨୬ ଅବରୋଧ କରାଯାଇଛି।
Accident: ବାଇକ୍ ଦୁର୍ଘଟଣାରେ ଏଲ ଆଣ୍ଡ ଟି କର୍ମଚାରୀଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।