Accident: ନାଳରେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ

Aug 25, 2026 - 02:35
Accident: ନାଳରେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ

"ବଡ଼ବିଲ: ପ୍ରବଳ ବର୍ଷାରେ ଫୁଲିଉଠିଛି କେନ୍ଦୁଝର ଜିଲ୍ଲାର ବିଭିନ୍ନ ନଦୀନାଳ।

ବଡ଼ବିଲ ଥାନା ଅଞ୍ଚଳର ରାଇକା ନାଳ ଓ ଠାକୁରାଣୀ ନାଳରେ ଭାସିଯାଇ ଦୁଇଜଣଙ୍କ ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ରାଇକା ଗ୍ରାମର ସୁକୁମାର ମୁଣ୍ଡା (୪୦) ଓ ବୁରୁହଟିଂର ଜିତେନ ସାମନ୍ତ (୪୨)।

ଆଜି ବଡ଼ବିଲ ପୁଲିସ ଓ ଅଗ୍ନିଶମ ବାହିନୀ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି।Advertisment Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ ଗତକାଲି ଲଘୁଚାପ ପ୍ରଭାବ‌ରେ ବଡ଼ବିଲ ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।

ବିଭିନ୍ନ ନଦୀନାଳରେ ବର୍ଷାଜଳ ପ୍ରବାହିତ ହୋଇଥିଲା।

ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଇକା ଗ୍ରାମର ମହିଳା ସୁକୁମାର ମୁଣ୍ଡା କୌଣସି କାମରେ ଘରୁ ବାହାରି ଯାଇଥିଲେ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳିନଥିଲା।

ଆଜି ସକାଳେ ଗାଁ ପାଖ ରାଇକା ନାଳରେ ତାଙ୍କ ମୃତଦେହ ଭାସୁଥିଲା।

ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।

ସେହିପରି ବୁରୁହଟିଂ ଅଞ୍ଚଳର ଜିତେନ ସାମନ୍ତ ଗତକାଲି ଅପରାହ୍‌ଣରେ ଘରକୁ ଫେରିବା ସମୟରେ ଠାକୁରାଣୀ ନାଳରେ ଭାସି ଯାଇଥିଲେ।

ଆଜି ସକାଳେ ନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏନେଇ ବଡ଼ବିଲ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।