Accident Death Triggers Protest: ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
NHAI କର୍ତ୍ତୃପକ୍ଷଙ୍କୁ ବିରୋଧ। ଗୋ ବ୍ୟାକ ନାରା ଦେଲେ ଉତ୍ତ୍ୟକ୍ତ ଲୋକେ। ୨୦୧୭ ରୁ ଆରମ୍ଭ ହୋଇଥିବା ସମ୍ବଲପୁର ଜିଲ୍ଲାର ରେଢାଖୋଲ ସହରର ୬ କିଲୋମିଟର ରାସ୍ତା ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଫଳରେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। NH-55 ଜାତୀୟ ରାଜପଥ ଭୀମଭୋଇ କଲେଜ ଛକରେ ଏକ ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ହୋଇଥିଲା।
ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। NHAI ଏରିଆ ହେଡ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକେ ଗୋ ବ୍ୟାକ ନାରା ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା। ରାସ୍ତା କାମ ତୁରନ୍ତ ଆରମ୍ଭ କରିବା ସହ ମୃତକ ପରିବାରକୁ ଆର୍ଥିକ ସହାୟତାର ପ୍ରତିଶୃତି ମିଳିବା ପରେ ରାସ୍ତାରୋକ ହଟିଥିଲା।
NHAI କର୍ତ୍ତୃପକ୍ଷଙ୍କୁ ବିରୋଧ
ଗୋ ବ୍ୟାକ ନାରା ଦେଲେ ଉତ୍ତ୍ୟକ୍ତ ଲୋକେ
ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା
ରେଢାଖୋଲ NH-55 ଭୀମଭୋଇ କଲେଜ ଛକରେ ରାସ୍ତାରୋକ୍
ରାସ୍ତା କାମ ସହ ମୃତକଙ୍କ ପରିବାରକୁ ସହାୟତା ପ୍ରତିଶୃତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।