Accident: କୋଚିରେ ବିଚାରପତିଙ୍କ ନାବାଳକ ପୁଅର କାର୍ ଧକ୍କାରେ ଜଣେ ମୃତ
କୋଚି: କେରଳର କୋଚିରେ ରବିବାର ଭୋର୍ରେ ଏକ ଦୁର୍ଘଟଣାରେ ୫୫ ବର୍ଷୀୟ ସ୍କୁଟର ଚାଳକ ଜୟବାଳକୃଷ୍ଣନଙ୍କ ମୃତ୍ୟୁ ହୋଇଛି।
ଜଣେ ୧୭ ବର୍ଷୀୟ ନାବାଳକ ଚଳାଉଥିବା ମର୍ସିଡିଜ୍-ବେଞ୍ଜ୍ କାର୍ ତାଙ୍କ ସ୍କୁଟରକୁ ପଛପଟୁ ଧକ୍କା ଦେବାରୁ ଏହି ଘଟଣା ଘଟିଛି।
ସମ୍ପୃକ୍ତ ନାବାଳକ ଜଣକ ଜଣେ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ପୁଅ ବୋଲି ଜଣାପଡ଼ିଛି।
ଚେରାନେଲ୍ଲୁର ପୁଲିସ ତାକୁ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛି।
Advertisment ପୁଲିସର ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୨ଟା ୨୦ ମିନିଟ୍ରେ କୋଚିର କଣ୍ଟେନର ରୋଡ୍ରେ ଏକ ଫୋର୍ଡ ସୋ'ରୁମ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଭଲ୍ଲାରପାଡମ୍ରୁ କଲାମାସେରି ଅଭିମୁଖେ ଯାଉଥିବା କାର୍ଟି ଚେରାନେଲ୍ଲୁର ଦେଇ ଯିବା ସମୟରେ ସମାନ ଦିଗରେ ଯାଉଥିବା ସ୍କୁଟରକୁ ପଛପଟୁ ଧକ୍କା ଦେଇଥିଲା।
ଧକ୍କାରେ ଜୟବାଳକୃଷ୍ଣନ ଗୁରୁତର ଆହତ ହୋଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
Death: ଅଭାବନୀୟ ଘଟଣା: ମୃତ୍ୟୁ ପରେ ବି ୧୨ ଘଣ୍ଟା ଟ୍ରେନ୍ରେ ପଡ଼ିରହିଲା ମୃତଦେହ ମୃତକ ମଞ୍ଜାଲି ଅଞ୍ଚଳର ବାସିନ୍ଦା ଥିଲେ।
ସେ ଚିତ୍ତୁର ଅଞ୍ଚଳରେ ଏକ ଛୋଟ ଜଳଖିଆ ଦୋକାନ ଚଳାଉଥିଲେ।
ଘଟଣା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ।
ତାଙ୍କ ସ୍କୁଟରରେ ଥିବା ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରାସ୍ତାରେ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଦୁର୍ଘଟଣା ପରେ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୧ ଓ ୧୦୬(୧) ଅନୁଯାୟୀ ଦ୍ରୁତ ଓ ବେପରୁଆ ଗାଡ଼ି ଚାଳନା ଏବଂ ଅବହେଳାଜନିତ ମୃତ୍ୟୁ ଅଭିଯୋଗରେ ମାମଲା ରୁଜୁ କରିଛି।
କାର୍ଟି ନାବାଳକଙ୍କ ବାପାଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।
ନାବାଳକ ମଦ୍ୟପାନ କରିଥିଲେ କି ନାହିଁ, ତାହା ଜାଣିବା ପାଇଁ ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉଛି।
ଅନ୍ୟପକ୍ଷରେ, ମୃତକଙ୍କ ସମ୍ପର୍କୀୟମାନେ ନାବାଳକଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ଅଭିଯୋଗ କରିଛନ୍ତି।
ଦୁର୍ଘଟଣା ପରେ ବିଚାରପତି ବାପା ପୁଲିସ ଷ୍ଟେସନ୍ରେ ପହଞ୍ଚି ପରିବାରକୁ ଧମକ ଦେଇଥିବା ଏବଂ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କାର୍ଟିକୁ ଘଟଣାସ୍ଥଳରୁ ହଟାଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ ଚାଲିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।