Accident: ନିୟନ୍ତ୍ରଣ ହରାଇଲା ଟ୍ରକ୍; ୪ମହିଳା, ୩ଶିଶୁଙ୍କୁ ଉପରେ ଚଢ଼ିଗଲା
ଖୁଣ୍ଟି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ସଂଲଗ୍ନ ଖୁଣ୍ଟି ଜିଲ୍ଲାର କରରା ଥାନା ଅନ୍ତର୍ଗତ କରରା-ଟୋର୍ପା ରାସ୍ତାର ଜୋନ୍ ଲୁଡ୍ରୁ ବୁଲାଣି ନିକଟରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଚାରି ମହିଳା ଏବଂ ତିନି ଶିଶୁଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର ଖବର ସମଗ୍ର ଜିଲ୍ଲାରେ ଆତଙ୍କ ଖେଳାଇଛି।
ମୃତକଙ୍କ ମଧ୍ୟରେ ବିର୍ସା ନାୟକଙ୍କ ପତ୍ନୀ ଜୟନ୍ତୀ ଦେବୀ, ତାଙ୍କର ଝିଅ ଅଞ୍ଜଳି ଦେବୀ (୨୦), ଅଞ୍ଜଳିଙ୍କ ପୁଅ ସୌରଭ ନାୟକ (୧୧ମାସ), ମନହୁ ଦେବୀ, ପାକୋ ଦେବୀ (୬୦), ଗୋଲୁ କୁମାର (୧୨) ଏବଂ ଟୁଟି କୁମାରୀ (୬) ଅଛନ୍ତି। ଦୁର୍ଘଟଣାରେ ବିର୍ସା ନାୟକଙ୍କ ପାଞ୍ଚ ବର୍ଷର ଝିଅ ଖୁସ୍ବୁ କୁମାରୀ ଗୁରୁତର ଆହତ ହୋଇଛନ୍ତି ଏବଂ ଖୁଣ୍ଟି ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଉଦ୍ଧାର ସମୟରେ ମୃତ୍ୟୁ
ଘଟଣା ସମ୍ପର୍କରେ ବିର୍ସା ନାୟକ କହିଛନ୍ତି ଯେ ଗୁରୁବାର ରାତିରେ ଜଣେ ସ୍କୁଟି ଆରୋହୀ ନିୟନ୍ତ୍ରଣ ହରାଇ ଜୋନ୍ ଲୁଡ୍ରୁ ମୋଡ଼ ନିକଟରେ ରାସ୍ତାରୁ ଅଳ୍ପ ଦୂରରେ ଏକ ବୁଦାରେ ଧକ୍କା ଖାଇଥିଲେ। ଶବ୍ଦ ଶୁଣି ନିକଟସ୍ଥ ବାସିନ୍ଦାମାନେ ଘରୁ ବାହାରକୁ ଆସି ସ୍କୁଟି ଆରୋହୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲେ। ଏହି ସମୟରେ ଟୋର୍ପାରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ସେଠାରେ ଜମା ହୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।
Accident: କେରଳରେ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଘଟଣାସ୍ଥଳରେ ଉତ୍ତେଜନା
ଏହି ଦୁର୍ଘଟଣା ପରେ ଘଟଣାସ୍ଥଳେ ଉତ୍ତେଜନା ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ କରରା ପୁଲିସ ଷ୍ଟେସନକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଖୁଣ୍ଟି ସଦର ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ସେଠାରେ ଡାକ୍ତର ସାତ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଝିଅର ଚିକିତ୍ସା ଚାଲିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।