Accident: ନିୟନ୍ତ୍ରଣ ହରାଇଲା ମୃତଦେହ ନେଇ ଯାଉଥିବା ଆମ୍ବଲାନ୍ସ, ୩ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର
ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ଆଲୋକର ପର୍ବ 'ଦୀପାବଳି' ପାଇଁ ଭାରତର ଗାଁରୁ ସହର ଯାଏଁ ଉତ୍ସବମୁଖର ହୋଇ ଉଠିଛି।
ଓଡ଼ିଶାରେ ମଧ୍ୟ ଦୀପାବଳି ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ଦେଖାଯାଇଛି।
ଏହି ସମୟରେ ଏକ ଅଭାବନୀୟ ଘଟଣାର ସାମ୍ନା କରି ଦୁର୍ଘଟଣା ରେ ୩ଜଣଙ୍କର ଜୀବନ ଦୀପ ଲିଭି ଯାଇଛି।
ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅଧୀନ ଘଞ୍ଚ ଜଙ୍ଗଲ ଦେଇଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
Advertisment ଆଜି ଅପରାହ୍ଣରେ ଭୁବନେଶ୍ବରରୁ ଆମ୍ବୁଲାନ୍ସଟି ଏକ ରୋଗୀଙ୍କୁ ନେଇ ୫୭ ନମ୍ବର ଜାତୀୟ ରାଜପଥରେ ଆଗକୁ ବଢୁଥିଲା।
ଆମ୍ବାଲାନ୍ସଟି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳକୁ ଯାଉଥିଲା।
ଏଥିରେ ଈଶ୍ବର ସାହୁଙ୍କର ମୃତଦେହ ଥିଲା।
ଈଶ୍ବରଙ୍କର ସଂପର୍କୀୟମାନେ ଆମ୍ବୁଲାନ୍ସ ଭିତରେ ଥିଲେ।
ତେବେ ବାଣୀଗୋଛା ଥାନା ନିକଟ ଶାଳଭଙ୍ଗା ଜଙ୍ଗଲରେ ଏକ କଲର୍ଭଟ ଉପରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଆମ୍ବାଲାନ୍ସ ନିୟନ୍ତ୍ରଣ ହରାଇଥିଲା।
ଦ୍ରୁତଗତିରେ ଥିବା ଗାଡ଼ିର ଚାଳକ ଏକ ଗଛକୁ ଧକ୍କା ଦେଇଥିଲେ।
ଦୁର୍ଘଟଣାର ଶିକାର ହେଲା ପରେ ଏଥିରେ ଥିବା ଲୋକମାନେ ଗୁରୁତର ଆହତ ହୋଇଥିଲେ।
Boat accident: ଆନ୍ଧ୍ର ଉପକୂଳରେ ଦୁର୍ଘଟଣା: ଡଙ୍ଗା ବୁଡ଼ି ୭ ମତ୍ସ୍ୟଜୀବୀ ମୃତ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା।
ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତାପ ବାଗ, ଶୀର୍ଷ ବାଗଙ୍କ ସମେତ ମୋଟ୍ ୩ଜଣଙ୍କର ମୃତ୍ୟୁ ଘଟିଛି।
ଈଶ୍ବର ସାହୁଙ୍କ ପୁଅ ରାଜୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।