Accident: ବିଚାରପତିଙ୍କୁ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା

Oct 29, 2026 - 23:38
Accident: ବିଚାରପତିଙ୍କୁ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ: କେରଳର କୋଚିରେ ଜଣେ ୧୭ ବର୍ଷୀୟ ନାବାଳକ ଚଳାଉଥିବା ମର୍ସିଡିଜ୍‌ ବେଞ୍ଜ୍‌ କାର୍‌ ଧକ୍କା ରେ ଜଣେ ସ୍କୁଟର ଚାଳକଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ନାବାଳକଙ୍କ ବାପା ତଥା ଅତିରିକ୍ତ ଜିଲ୍ଲା ବିଚାରପତିଙ୍କୁ କେରଳ ହାଇକୋର୍ଟ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି।

ପୁଲିସ ତାଙ୍କୁ ଚାରି ଘଣ୍ଟା ଧରି ପଚରାଉଚରା କରିସାରିଥିବାବେଳେ ପୁଣି ଜେରା କରିବା ଏବଂ ଗିରଫ କରିବାର ଆବଶ୍ୟକତା କ'ଣ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।

Advertisment ବିଚାରପତି ଜଣକ ଥ୍ରିସୁର ଜିଲ୍ଲାର ଇରିଞ୍ଜାଲାକୁଡ଼ାସ୍ଥିତ ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ୍‌ରେ କାର୍ଯ୍ୟରତ।

ଅକ୍ଟୋବର ୨୫ ତାରିଖ ରବିବାର ଭୋର୍‌ ସମୟରେ କୋଚିର ଚେରାନେଲ୍ଲୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା।

ଦକ୍ଷିଣ ଚିଟ୍ଟୁରର ବାସିନ୍ଦା ୫୫ ବର୍ଷୀୟ ଜୟବାଳକୃଷ୍ଣନ୍‌ ସ୍କୁଟରରେ ଯାଉଥିବାବେଳେ ଦ୍ରୁତଗତିରେ ଆସୁଥିବା ମର୍ସିଡିଜ୍‌ କାର୍‌ ତାଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

କାର୍‌ଟି ବିଚାରପତିଙ୍କ ନାମରେ ପଞ୍ଜୀକୃତ ହୋଇଥିବାବେଳେ ତାଙ୍କ ୧୭ ବର୍ଷୀୟ ପୁଅ ଏହାକୁ ଚଳାଉଥିବା ଅଭିଯୋଗ ହୋଇଛି।

ଗାଡ଼ିର ମାଲିକ ଭାବେ ନାବାଳକଙ୍କ ବାପାଙ୍କ ବିରୋଧରେ ମୋଟର ଯାନ ଆଇନର ଧାରା ୧୯୯ଏ ଅନୁଯାୟୀ ମାମଲା ରୁଜୁ ହୋଇଛି।

Critically injured: ବାଇକ୍ ଓ କାର୍‌ ଧକ୍କାରେ ମା'-ଝିଅ ଗୁରୁତର: ୨୦୦ ଫୁଟିଆ ରାସ୍ତା ୨ଘଣ୍ଟା ଅବରୋଧ ବିଚାରପତି ନିଜ ଆଗୁଆ ଜାମିନ ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କ ଅଜାଣତରେ ପୁଅ ଘରୁ କାର୍‌ ନେଇ ପଳାଇଥିଲା।

ରାତି ୧ଟା ୨୮ ମିନିଟ୍‌ରେ ସେ ଶୋଇବାକୁ ଯାଇଥିଲେ ଏବଂ ଦୁର୍ଘଟଣା ସମ୍ପର୍କରେ ଭୋର୍‌ ୨ଟା ୧୪ ମିନିଟ୍‌ରେ ଫୋନ୍‌ ଯୋଗେ ଜାଣିବାକୁ ପାଇଥିଲେ।

ତେଣୁ ପୁଅର କାର୍ଯ୍ୟ ପାଇଁ ତାଙ୍କୁ ଆପରାଧିକ ଭାବେ ଦାୟୀ କରାଯାଇପାରିବ ନାହିଁ ବୋଲି ସେ ଯୁକ୍ତି ରଖିଥିଲେ।

ବିଚାରପତି କୌସର ଏଡାପ୍ପାଗଥ୍‌ଙ୍କ ଅଦାଲତ ଗିରଫଦାରି ଉପରେ ରୋକ୍‌ ଲଗାଇବା ସହ ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୫ରେ ହେବ।

ଅନ୍ୟପକ୍ଷରେ ମୃତକଙ୍କ ପରିବାର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛି।

ବିଚାରପତି ଓ ତାଙ୍କ ପରିବାର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ମୃତକଙ୍କ ଝିଅ ଭଦ୍ରକୀର୍ତ୍ତି କହିଛନ୍ତି ଯେ, ଏହି ନିଷ୍ପତ୍ତି ଯୋଗୁଁ ସେମାନେ ନିରାଶ ହୋଇଛନ୍ତି ଏବଂ ନ୍ୟାୟ ପାଇଁ ଆଗକୁ ମଧ୍ୟ ଲଢ଼େଇ ଜାରି ରଖିବେ।

ଦୁର୍ଘଟଣା ପରେ ନାବାଳକଙ୍କୁ ପ୍ରଥମେ ଥାନାରୁ ଜାମିନ୍‌ ମିଳିଥିଲା।

ପରେ ତାଙ୍କ ବିରୋଧରେ ହତ୍ୟା ଉଦ୍ଦେଶ୍ୟ ନ ଥାଇ ମୃତ୍ୟୁ ଘଟାଇବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଲଗାଯାଇଥିଲା।

ଘଟଣାର ତଦନ୍ତ ଏବେ ଜିଲ୍ଲା କ୍ରାଇମ୍‌ ବ୍ରାଞ୍ଚ୍‌ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।