Accident: ମଧ୍ୟପ୍ରଦେଶରେ ଦୁର୍ଘଟଣା; ୪ ମୃତକଙ୍କ ମଧ୍ୟରେ ୨ ନାବାଳିକା

Aug 28, 2026 - 16:03
Accident: ମଧ୍ୟପ୍ରଦେଶରେ ଦୁର୍ଘଟଣା; ୪ ମୃତକଙ୍କ ମଧ୍ୟରେ ୨ ନାବାଳିକା

"ଭୋପାଳ: ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଦୁଇ ଚକିଆ ଗାଡ଼ି ଓ ଏକ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଓ ତାଙ୍କର ଦୁଇ ନାବାଳିକା ନାତୁଣୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ବିନ୍ଧ୍ୟବାସିନୀ ତିୱାରୀ, ତାଙ୍କ ଦୁଇ ନାତୁଣୀ - ୪ ବର୍ଷୀୟ ଶିବୀ, ୫ ବର୍ଷୀୟ ଶକ୍ତି ଓ ୨୨ ବର୍ଷୀୟ ସ୍କୁଟର ଚାଳକ ପଙ୍କଜ ସିଂହ ସାମିଲ ଅଛନ୍ତି।Advertisment ପୁଲିସ ଅନୁସାରେ, ଶିବୀ ତିୱାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଭଉଣୀ ଶକ୍ତି ତିୱାରୀ, ଜେଜେବାପା ବିନ୍ଧ୍ୟବାସିନୀ ତିୱାରୀ ଓ ବାଇକ୍ ଆରୋହୀ ପଙ୍କଜ ସିଂହଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ସ୍ଥାନୀୟ ଲୋକ କହିଛନ୍ତି, ରାକ୍ଷୀ ପାଇଁ କିଣାକିଣି କରିବାକୁ ବିନ୍ଧ୍ୟବାସିନୀ ବଜାରକୁ ଯାଇଥିଲେ।

ଘରକୁ ଫେରୁଥିବା ସମୟରେ, ଭୈରବ ବାବା ମୋଡ଼ ନିକଟରେ, ସିଧିରୁ ରେୱା ଆଡକୁ ଆସୁଥିବା ଏକ ଦ୍ରୁତଗାମୀ ମୋଟରସାଇକେଲ ସେମାନଙ୍କ ସ୍କୁଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଧକ୍କାର ପ୍ରଭାବରେ ଜେଜେ ବାପା ଓ ଦୁଇ ନାବାଳିକ ଭଉଣୀ ରାସ୍ତା ଉପରେ ପଡ଼ି ଯାଇଥିଲେ।

Road Accident: ଆନ୍ଧ୍ରପ୍ରଦେଶର ପାଲନାଡୁରେ ଭୟଙ୍କର ଦୁର୍ଘଟଣା: ବସ୍‌-ଅଟୋ ଧକ୍କାରେ ୭ ମୃତ ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ଗାଡ଼ିର ଦ୍ରୁତି ଗତି ଦୁର୍ଘଟଣାର କାରଣ ଥିଲା ବୋଲି ପୁଲିସ କହିଛି।

ଦ୍ରୁତ ବେଗରେ ଆସିଥିବା ବାଇକ୍‌ ସେମାନଙ୍କ ସ୍କୁଟରକୁ ଜୋର୍‌ଦାର ଧକ୍କା ଦେବା ଯୋଗୁ ଜେଜେ ବାପା ଓ ନାତୁଣୀ ରାସ୍ତାକୁ ଛିଟିକି ପଡ଼ିଥିଲେ।

ପୁଲିସ ଘଟଣାର ତଦନ୍ତ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।