Accident: ମାଥିଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା କାର, ଚାଳକ ଗୁରୁତର
"ମାଲକାନଗିରି:ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର ।
ଦୁର୍ଘଟଣାରେ କାର ଚାଳକ ଗୁରୁତର।
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବଳଦିଆଗୁଡ଼ା ମୁଖ୍ୟରାସ୍ତାରେ ଘଟିଛି ଏହି ଦୁର୍ଘଟଣା ।
ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଥିଲା ।
ଫଳରେ କାର ଚାଳକ ବୈପାରୀଗୁଡ଼ାର ରାଜକିଶୋର ସ୍ବାଇଁ ଗୁରୁତର ହୋଇଛନ୍ତି ।
ସେ ସକାଳୁ ମାଲକାନଗିରିରୁ ନିଜ ଘରକୁ ଫେରୁଥିବା ସୂଚନା ମିଳିଛି ।Advertisment ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁର ସ୍ଥାନାନ୍ତର କରାଯାଇଛି ଦୁର୍ଘଟଣା ପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା କରାଯାଇଥିଲା।
ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁର ସ୍ଥାନାନ୍ତର କରାଯାଇଛି ।
ଦୁର୍ଘଟଣାରେ କାରଟି ମଧ୍ୟ ଭାଙ୍ଗିରୁଜି ଯାଇଛି ।
ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି ମାଥିଲି ପୁଲିସ ।
Forester Suspended: ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗ: ଫରେଷ୍ଟର ବିପିନ କୁମାର ହରିଜନ ସସ୍ପେଣ୍ଡ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।