Accident: ମୁମ୍ବାଇ-ବଡୋଦରା ହାଇୱେରେ ବିଏମ୍‌ଡବ୍ଲ୍ୟୁ ଦୁର୍ଘଟଣାରେ ୨ ମୃତ

Jun 21, 2026 - 20:35
Accident: ମୁମ୍ବାଇ-ବଡୋଦରା ହାଇୱେରେ ବିଏମ୍‌ଡବ୍ଲ୍ୟୁ ଦୁର୍ଘଟଣାରେ ୨ ମୃତ

"ମୁମ୍ବାଇ: ଲକ୍‌ଜରୀ କାର୍‌ ଓ ଦ୍ରୁତଗତିରେ ଗାଡ଼ିଚାଳନା ପୁଣି ଥରେ ଦୁଇ ଜୀବନ ନେଇଛି।

ରବିବାର ଭୋର ସମୟରେ ଜନ୍ମଦିନ ପାଳନ କରିବାକୁ ବିଏମ୍‌ଡବ୍ଲ୍ୟୁ କନର୍ଭଟିବଲ କାରରେ ୩ ଜଣ ଯାଉଥିବାବେଳେ ମୁମ୍ବାଇ-ବଡୋଦରା ରାଜପଥରେ ବଦଲାପୁରଠାରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଦୁର୍ଘଟଣା‌ବେଳେ ଗାଡ଼ି ଘଣ୍ଟାକୁ ୨୫୧ କିମି ବେଗରେ ଗତି କରୁଥିଲା।

ଦୁର୍ଘଟଣା ପ୍ରଭାବରେ ଗାଡ଼ିଟି ସମ୍ପୂର୍ଣ୍ଣ ଚୁରମାର୍‌ ହୋଇଯାଇଛି।Advertisment ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଡ୍ରାଇଭର ଦ୍ରୁତ ଗତି ଯୋଗୁ କାର ଉପରୁ ନିୟନ୍ତ୍ରଣ ହରାଇ ଏକ ହାଇୱେ ଡିଭାଇଡରକୁ ଜୋରରେ ଧକ୍କା ଦେଇଥିଲେ।

ଧକ୍କା ଏତେ ତୀବ୍ର ଥିଲା ଯେ, ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଓ ମୃତକଙ୍କ ଶରୀରର ଅଂଶ ଅଧ କିଲୋମିଟର ଦୂର ଅଞ୍ଚଳ ପର୍ଯ୍ୟନ୍ତ ବିଛାଡ଼ି ହୋଇ ପଡ଼ିଥିଲା।

ମୃତକ ଯୋଗେଶ କିଶାନ୍‌ ନେଗି (୨୪), ରେବେକା ବାବୁ ଜାକୋବ (୨୨) ବୋଲି ଚିହ୍ନଟ ହୋଇଛନ୍ତି।

ଆହତ ଅଙ୍ଗଦ ଗିଲ୍‌ (୨୬) ବୋଲି ଜଣାପଡ଼ିଛି।

ଗିଲ୍‌ ଓ ନେଗିଙ୍କ ଘର ବଦଲାପୁର ଓ ରେବେକାଙ୍କ ଘର ବାନ୍ଦ୍ରା ବୋଲି ଜଣାପଡ଼ିଛି।

ଗୁରୁତର ଆହତ ଗିଲ୍‌ଙ୍କୁ କଲ୍ୟାଣସ୍ଥିତ ଫୋର୍ଟିସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।

ରବିବାର ୨୪ ବର୍ଷରେ ପଦାର୍ପଣ କରିଥିବା ଯୋଗେଶ ନେଗିଙ୍କ ଜନ୍ମଦିନ ପାଳନ କରିବା ଅବସରରେ ଏମାନେ ବାହାରେ ବୁଲୁଥିଲେ।

ଦୁର୍ଘଟଣା ରାତି ୨ଟା ସମୟରେ ହୋଇଥିବା ପୁଲିସ କହିଛି।

ଆହୁରି ପଢନ୍ତୁ: Goa:ଗୋଆ ଅବୈଧ ଲୁହାଖଣି ଖନନ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ ରାତିର ଅନ୍ଧକାରରେ ଦ୍ରୁତ ଗତିରେ ଆସୁଥିବା କାର୍‌ର ଡ୍ରାଇଭର ରାସ୍ତାର ଅବସ୍ଥା ଜାଣି ପାରିନଥିଲେ।

ଫଳରେ କାର୍‌ଟି ଡିଭାଇଡରକୁ ଧକ୍କା ଦେବା ପରେ ବହୁବାର ପଲଟି ମାରିଥିଲା।

ହୁଡ୍‌ ଖୋଲା ଥିବାରୁ ଯାତ୍ରୀମାନେ ଇଆଡେ ସିଆଡ଼େ ଛିଟିକ ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ।

ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଦୁର୍ଘଟଣା ଘଟିଥିବା ରାସ୍ତାରେ କାମ ଚାଲିଥିବାରୁ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇ ନଥିବାବେଳେ ଏମାନେ କିପରି ସେହି ରାସ୍ତାରେ ପ୍ରବେଶ କଲେ ପୁଲିସ ତା"ର ତଦନ୍ତ କରୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।