Accused Shot Dead While Trying to Escape: ହୋଟେଲ ନିକଟରେ ୫ ଜଣଙ୍କୁ ଗୁଳି କରି ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୃତ
ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଅଭିଯୁକ୍ତର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି ।
ଏକ ହୋଟେଲ ନିକଟରେ ୫ ଜଣଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟବସାୟୀ ଘନକାନ୍ତ ଗୋଗୋଇ ବୁଧବାର ଭୋର୍ରେ ପୋଲିସ ଗୁଳିରେ ପ୍ରାଣ ହରାଇଛି।
ପୋଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରିବା ସମୟରେ ଏହି ଗୁଳିକାଣ୍ଡ ଘଟିଥିବା ଅଧିକାରୀମାନେ କହିଛନ୍ତି।
Advertisment ପୋଲିସ ସୂଚନା ଅନୁସାରେ, ଗୁଆହାଟୀରୁ ପ୍ରାୟ ୩୫୦ କିଲୋମିଟର ଦୂର ଶିବସାଗରକୁ ଘନକାନ୍ତଙ୍କୁ ନିଆଯାଉଥିଲା।
ତା ବିରୋଧରେ ଶିବସାଗରରେ ଆଉ ଏକ ଠକେଇ ଓ ଜାଲିଆତି ମାମଲା ରହିଥିଲା।
ବୁଧବାର ଭୋର୍ ପ୍ରାୟ ୩ଟା ୧୨ ମିନିଟ୍ରେ ଗୌରୀସାଗର ନିକଟରେ ଏହି ଘଟଣା ଘଟିଛି।
ଶିବସାଗର ଏସ୍ଏସ୍ପି ପାପୋରୀ ଚେତିଆଙ୍କ କହିବା ଅନୁସାରେ, ଗାଡ଼ି ଅଟକାଇବା ପରେ ଘନକାନ୍ତ ପରିସ୍ରା କରିବାକୁ ଯିବ ବୋଲି କହିଥିଲା।
ଗାଡ଼ିରୁ ଓହ୍ଲାଇବା ପରେ ସେ ତଦନ୍ତକାରୀ ଅଧିକାରୀଙ୍କ ସର୍ଭିସ୍ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ନିଜ ବରିଷ୍ଠ ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ଜଣେ ପୋଲିସ କର୍ମଚାରୀ ଗୁଳି ଚଳାଇଥିଲେ।
ଏଥିରେ ଘନକାନ୍ତ ଗୁରୁତର ଆହତ ହୋଇଥିଲା।
ତାକୁ ତୁରନ୍ତ ଶିବସାଗର ସିଭିଲ୍ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।
Advertisment ହୋଟେଲ ଲିଜ୍ ବିବାଦରୁ ଗଣହତ୍ୟା!
ଗତ ଅକ୍ଟୋବର ୨୬ ତାରିଖରେ ଗୁଆହାଟୀର ବୋରା ସର୍ଭିସ୍ ଅଞ୍ଚଳରେ ଥିବା ହୋଟେଲ ବିଲାସ ଇନ୍ ନିକଟରେ ଘନକାନ୍ତ ୬ ଜଣଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଥିଲା।
ଏଥିରେ ହୋଟେଲ ମାଲିକାଣୀ ହେଲେନା ଭରାଲି (୫୮)ଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।
ଜଣେ ଆହତ ହୋଇଥିଲେ।
ପ୍ରାଥମିକ ତଦନ୍ତ ଅନୁସାରେ, ଘନକାନ୍ତ ପ୍ରାୟ ଏକ ବର୍ଷ ପୂର୍ବେ ହେଲେନାଙ୍କଠାରୁ ହୋଟେଲଟି ଲିଜ୍ରେ ନେଇଥିଲା।
ହୋଟେଲର ଲିଜ୍କୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିବା ପୋଲିସ ସନ୍ଦେହ କରୁଛି।
ହେଲେନା ଓ ତାଙ୍କ ପରିବାର ପ୍ରାୟ ୨୦ ବର୍ଷ ପୂର୍ବେ ବରପେଟାରୁ ଗୁଆହାଟୀ ଆସି ବ୍ୟବସାୟ ଆରମ୍ଭ କରିଥିଲେ।
ଘଟଣା ଦିନ ହିଁ ଘନକାନ୍ତକୁ ଗିରଫ କରାଯାଇଥିଲା।
ପରେ ତାକୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।