ACF Soumya Ranjan Death Case: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ; କୋର୍ଟରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ
ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ ପଣ୍ଡା।
ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଏଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବିଦ୍ୟାଭାରତୀ।
ହାଇକୋର୍ଟରେ ଆଗୁଆ ଜାମିନନ ଆବେଦନ ଖାରଜ ପରେ ଆତ୍ମସମର୍ପଣ କରିଛନ୍ତି।
ଗତ ୩୧ ତାରିଖରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଥିଲେ।
ଏହାପରେ ସେ ଆତ୍ମସମର୍ପଣ କରିଛନ୍ତି।
Advertisment ପୂର୍ବରୁ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜେଲ୍ ଯାଇଛନ୍ତି।
ସେହିପରି ସୌମ୍ୟଙ୍କ ବାପାଙ୍କ ଅଭିଯୋଗରେ ଗତ ସେପ୍ଟେମ୍ବରରେ ଗିରଫ ହୋଇଥିଲେ ତତ୍କାଳୀନ ରୋଷେୟା ମନ୍ମଥ କୁମ୍ଭ।
ବିଦ୍ୟାଭାରତୀଙ୍କ ସମେତ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭଙ୍କ ନାଁରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।