Actor Nana Patekar Dies At 75: ଆଉ ନାହାନ୍ତି ବରିଷ୍ଠ ଅଭିନେତା ନାନା ପାଟେକର, ୭୫ ବର୍ଷ ବୟସରେ ପରଲୋକ

Oct 08, 2026 - 08:04
Actor Nana Patekar Dies At 75: ଆଉ ନାହାନ୍ତି ବରିଷ୍ଠ ଅଭିନେତା ନାନା ପାଟେକର, ୭୫ ବର୍ଷ ବୟସରେ ପରଲୋକ

ବରିଷ୍ଠ ବଲିଉଡ୍ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଆଜି ଭୋର୍ ୫ଟା ୨୦ରେ ଗୋଆ ସ୍ଥିତ ଘରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ନାନା ପାଟେକରଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୪୫ ମିନିଟ୍ ଧରି CPR ଦିଆଯିବା ସତ୍ତ୍ବେ ସେ ଆଖିବୁଜିଥିଲେ।

ନାନା ପାଟେକର ହିନ୍ଦୀ ସହ ମରାଠୀ ଫିଲ୍ମରେ ତାଙ୍କ ଅଭିନୟ ଯାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ। ପ୍ରାୟ ୫ ଦଶନ୍ଧିର ଲମ୍ବା କ୍ୟାରିଅର ଭିତରେ ୭୦ରୁ ଊର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି। ସେ ୩ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ପରିନ୍ଦା, କ୍ରାନ୍ତିବୀର ଓ ଅଗ୍ନିସାକ୍ଷୀ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ବଲିଉଡରେ ପାଦ ଥାପିବା ପୂର୍ବରୁ ମରାଠୀ ରଙ୍ଗମଞ୍ଚ ସହ ଜଡ଼ିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।