Adhura Prema Kahani: ‘ଅଧୁରା ପ୍ରେମ କାହାଣୀ’ର ଟେଲିଭିଜନ୍ ପ୍ରିମିୟର
"୨୦୨୩ରେ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର "ଅଧୁରା ପ୍ରେମ କାହାଣୀ"ର ଅକ୍ଟୋବର ୪ ତାରିଖରେ ଟେଲି-ପ୍ରିମିୟର ହେଉଛି।
ନିରଞ୍ଜନ ବାରିକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଜୀ-ସାର୍ଥକରେ ସନ୍ଧ୍ୟା ୬.୩୦ ମିନିଟ୍ରେ ପ୍ରସାରିତ ହେବ।
ଏହାର କାହାଣୀ ରାହୁଲ ନାମକ ଜଣେ ଯୁବ ତଥା ପ୍ରତିଭାବାନ ଗାୟକଙ୍କ ଜୀବନ ଉପରେ ଆଧାରିତ।Advertisment Dr Ashutosh Mahapatra: ନୋବେଲ୍ ବିଜେତାଙ୍କ ସହ ଡ.
ମହାପାତ୍ରଙ୍କ ଆଲୋଚନା ଗାୟକଙ୍କ ସଂଗୀତ ଜୀବନର କଠିନ ଯାତ୍ରାରେ ତାଙ୍କୁ ସର୍ବଦା ପ୍ରେମ ଓ ପ୍ରେରଣା ଯୋଗାଇ ଆସନ୍ତି ପ୍ରେମିକା କିରଣ।
କିନ୍ତୁ ସଫଳତାର ଶୀର୍ଷରେ ପହଞ୍ଚିବା ବେଳକୁ ରାହୁଲଙ୍କ ଜୀବନରେ ଆସନ୍ତି ଅଙ୍କିତା।
କିପରି ଏକ ସୁନ୍ଦର ପ୍ରେମ କାହାଣୀ "ଅଧୁରା" ରହିଯାଏ, ତାହା ପ୍ରଦର୍ଶିତ ହୋଇଛି ଏଥିରେ।
ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶୁଭାଶିଷ, ସୂର୍ଯ୍ୟମୟୀ, ପୁନମ୍, ଶ୍ରୀତମ୍ ଦାସ ଓ ପ୍ରଜ୍ଞା ଖଟୁଆ। ଜ୍ୟୋତି କିଶୋର ଦାଶ ଓ ରଜତ ମହାପାତ୍ର ଏହାର ପ୍ରଯୋଜନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।
Zoo: ବନ୍ୟପ୍ରାଣୀଙ୍କ ସେଫ୍ ଜୋନ୍ ପାପାଡାହାଣ୍ଡି ମୃଗ ବିହାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।