Ahmedaba: ଅହମଦାବାଦରେ ଜାଲ୍ ରକ୍ତଚାପ ଔଷଧ କାରବାରର ପର୍ଦ୍ଦାଫାଶ

Aug 28, 2026 - 16:25
Ahmedaba: ଅହମଦାବାଦରେ ଜାଲ୍ ରକ୍ତଚାପ ଔଷଧ କାରବାରର ପର୍ଦ୍ଦାଫାଶ

"ଅହମଦାବାଦ: ଗୁଜରାଟର ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ ଏବଂ ଖାଉଟି ଓ ଔଷଧ ନିୟନ୍ତ୍ରଣ ବିଭାଗର ମିଳିତ ଚଢ଼ାଉରେ ଏକ ବଡ଼ ଜାଲ୍ ଔଷଧ କାରବାରର ପର୍ଦ୍ଦାଫାଶ ହୋଇଛି।

ସହରରେ ବିକ୍ରି ହେଉଥିବା ପ୍ରାୟ ୧,୨୦୦ ଷ୍ଟ୍ରିପ୍ ଜାଲ୍ ରକ୍ତଚାପ ଔଷଧ ଜବତ କରାଯିବା ସହ ଜଣେ ମେଡିକାଲ ଷ୍ଟୋର୍ ମାଲିକଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି।

ଜବତ ହୋଇଥିବା ଜାଲ୍ ଔଷଧଟି ''ଜେବି କେମିକାଲ୍ସ ଆଣ୍ଡ ଫାର୍ମାସିସ୍ୟୁଟିକାଲ୍ସ ଲିମିଟେଡ୍'' ଦ୍ୱାରା ନିର୍ମିତ ବୋଲି ଦର୍ଶାଯାଇଛି।Advertisment ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୪ ମାସ ମଧ୍ୟରେ ଅହମଦାବାଦର ପ୍ରାୟ ୧,୫୦୦ ଷ୍ଟ୍ରିପ୍ (ପ୍ରାୟ ୧୫,୦୦୦ ଜାଲ୍ ଟାବଲେଟ୍) ରୋଗୀଙ୍କୁ ବିକ୍ରି ସରିଛି।

ପ୍ରତି ଷ୍ଟ୍ରିପକୁ ୧୧୨.୯୦ ଟଙ୍କାରେ ବିକ୍ରି କରାଯାଉଥିଲା।

ଅହମଦାବାଦର ସାଟେଲାଇଟ୍ ଅଞ୍ଚଳରେ ଥିବା ''ଲୀଲାବତୀ ଫାର୍ମାସୀ''ରୁ ଏହି ଜାଲ୍ ଔଷଧ ବିକ୍ରି ନେଇ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

ତଦନ୍ତକାରୀ ଦଳ ଜାଣିବାକୁ ପାଇଥିଲେ ଯେ ମେଡିକାଲ ଫାର୍ମାସି ମାଧ୍ୟମରେ ସହରର ୧୧ଟି ମେଡିକାଲ ଷ୍ଟୋରକୁ ଏହି ଔଷଧ ଯୋଗାଯାଇଥିଲା।

ଏହି ଘଟଣାରେ ସେହି ମେଡିକାଲ ସହ ଜଡ଼ିତ ଦର୍ଶିଲ ସଂଘଭି ଏବଂ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଦେବେନ୍ଦ୍ର ଯାଦବ ଓ ଉମଙ୍ଗ ରସ୍ତୋଗୀଙ୍କୁ ଗିରଫ କରାଯାଇଛି।

୧୮ ପ୍ରତିଶତ କମିଶନ ପାଇବା ଆଶାରେ ଦର୍ଶିଲ ଏହା ଜାଲ୍ ଜାଣି ମଧ୍ୟ ବିକ୍ରି କରୁଥିଲେ।

ଏହି ଜାଲ୍ ଔଷଧ ପ୍ରଥମେ ଉତ୍ତରାଖଣ୍ଡରୁ ଲକ୍ଷ୍ନୌ ଅଣାଯାଇଥିଲା।

ସେଠାରୁ ୩,୬୦୦ ଷ୍ଟ୍ରିପ୍ ମଧ୍ୟରୁ ୨,୭୦୦ ଅହମଦାବାଦ ଏବଂ ୯୦୦ ମାଇସୁର ପଠାଯାଇଥିଲା।

ଗୁଜରାଟର ଅହମଦାବାଦ ବ୍ୟତୀତ ସୁରଟ, ଭାବନଗର, ନାଦିଆଦ ଏବଂ ଭୁଜରେ ମଧ୍ୟ ଏହା ସରବରାହ ହୋଇଥିଲା।

ଅଦାଲତ ଅଭିଯୁକ୍ତମାନଙ୍କୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି।

ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚର ୪ଟି ଟିମ୍ ବିଭିନ୍ନ ରାଜ୍ୟରେ ଚଢ଼ାଉ ଜାରି ରଖିଛନ୍ତି ଏବଂ ଏହି ଜାଲ୍ ଔଷଧ କେଉଁଠି ତିଆରି ହେଉଥିଲା ସେ ନେଇ ଖୋଳତାଡ଼ କରୁଛନ୍ତି।

ମଧ୍ୟପ୍ରଦେଶରେ ଦୁର୍ଘଟଣା; ୪ ମୃତକଙ୍କ ମଧ୍ୟରେ ୨ ନାବାଳିକା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।