AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

Sep 15, 2026 - 23:14
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

"ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଲାଭ କେବଳ ଧନୀ ଓ ସମ୍ପନ୍ନ ଲୋକଙ୍କ ମଧ୍ୟରେ ସୀମିତ ରହିଯିବ କି ଏବଂ ଏହା ଧନୀ-ଗରିବଙ୍କ ମଧ୍ୟରେ ଅସମାନତା ବଢ଼ାଇବ କି, ତାହା ନେଇ ଚିନ୍ତା ବଢ଼ୁଛି।

ଏଭଳି ପ୍ରଶ୍ନର ଉତ୍ତରରେ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସ କହିଛନ୍ତି ଯେ ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଏଆଇ ବଡ଼ ପରିବର୍ତ୍ତନ ଆଣିପାରିବ।

ଏନ୍‌ଡିଟିଭିକୁ ଦେଇଥିବା ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି।Advertisment ଗେଟ୍ସ କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଆଇର ବ୍ୟବହାର ଆରମ୍ଭ କରିବା ସହଜ ନୁହେଁ।

ଏହି କ୍ଷେତ୍ର ଅଧିକ ନିୟନ୍ତ୍ରିତ ହୋଇଥିବାରୁ ଏଠାରେ ଭୁଲ୍‌ର ମୂଲ୍ୟ ମଧ୍ୟ ଅଧିକ।

ଚିକିତ୍ସା ବ୍ୟବସ୍ଥାରେ ଖର୍ଚ୍ଚ ମଧ୍ୟ ବଡ଼ ପ୍ରସଙ୍ଗ।

ଭାରତ ଆମେରିକା ଭଳି ଅତ୍ୟଧିକ ଖର୍ଚ୍ଚବହୁଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଲାଗୁ କରିପାରିବ ନାହିଁ।

ତେଣୁ ଏଆଇ ଆସିବା ଭାରତ ପାଇଁ ଏକ ସୁଯୋଗ ବୋଲି ସେ କହିଛନ୍ତି।

ଭାରତରେ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗ ସହ ଯକ୍ଷ୍ମା, ଅପପୁଷ୍ଟି ଓ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବା ଭଳି ସମସ୍ୟା ରହିଛି।

ଏସବୁ କ୍ଷେତ୍ରରେ ଏଆଇ ସାହାଯ୍ୟ କରିପାରିବ ଏବଂ ସ୍ୱାସ୍ଥ୍ୟସେବାକୁ ଅଧିକ ଲୋକଙ୍କ ପାଇଁ ସୁଲଭ କରିପାରିବ ବୋଲି ଗେଟ୍ସ କହିଛନ୍ତି।

ତେବେ ରୋଗୀଙ୍କ ଡିଜିଟାଲ୍‌ ତଥ୍ୟ ସୁରକ୍ଷିତ ରଖିବା ଏକ ବଡ଼ ଚ୍ୟାଲେଞ୍ଜ।

ଏଆଇ ଡାକ୍ତରଙ୍କୁ ପରାମର୍ଶ ଦେବା କିମ୍ବା ରୋଗୀଙ୍କୁ ସିଧାସଳଖ ସହାୟତା କରିବାର କ୍ଷମତା ରଖିଥିବାରୁ ତଥ୍ୟର ନିରାପତ୍ତା ଓ ଗୋପନୀୟତା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

ଭାରତ ପ୍ରାଥମିକ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ବଡ଼ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଏଆଇକୁ ଯୋଡ଼ିବାରେ ଅନ୍ୟ ଦେଶ ତୁଳନାରେ ଦ୍ରୁତ ଗତିରେ ଆଗକୁ ବଢ଼ିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

କୃଷି କ୍ଷେତ୍ରରେ ଏଆଇର ବ୍ୟବହାର ଅଧିକ ଦ୍ରୁତ ହେବ ବୋଲି ଗେଟ୍ସ କହିଛନ୍ତି।

ହଜାର ହଜାର ଚାଷୀ ଏବେ ଏଆଇ ସହ ଜଡ଼ିତ ବ୍ୟବସ୍ଥା ବ୍ୟବହାର କରୁଥିବା ନେଇ ତାଙ୍କୁ ସୂଚନା ମିଳୁଛି।

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଆଇର ବ୍ୟବହାରକୁ ଦ୍ରୁତ କରିବା ଉପରେ ଅଧିକ ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି।

ଭାରତରେ ଏଆଇର ଲାଭ ଶୀଘ୍ର ପହଞ୍ଚିବାର ଆଉ ଏକ କାରଣ ହେଉଛି ଦେଶର ବିପୁଳ ଆଇଟି ପ୍ରତିଭା।

ନୀତି ଆୟୋଗରେ ହୋଇଥିବା ତାଙ୍କ ବୈଠକକୁ ମନେ ପକାଇ ଗେଟ୍ସ କହିଛନ୍ତି ଯେ ଏଆଇ ପାଇଁ ଯେତେ ପ୍ରସ୍ତୁତ ହେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ।

କିନ୍ତୁ ଭାରତର ଆଇଟି ପ୍ରତିଭା ଓ ପୂର୍ବ ଡିଜିଟାଲ୍‌ ବିପ୍ଳବର ଅଭିଜ୍ଞତା ଯୋଗୁଁ ଏଠାରେ ଏଆଇର ଉପକାରୀ ବ୍ୟବହାର ଶୀଘ୍ର ବଢ଼ିବ ବୋଲି ସେ ଆଶାବାଦୀ।

ଆହୁରି ପଢନ୍ତୁ: Manipur: ଭୟଙ୍କର ରୂପ ନେଉଛି ମଣିପୁର ହିଂସା: ଜମିରେ କାମ କରୁଥିବାବେଳେ ୨ ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା ଏହି ମନ୍ତବ୍ୟ ଗେଟ୍ସ ଫାଉଣ୍ଡେସନ୍‌ର "ଗୋଲକିପର୍ସ ରିପୋର୍ଟ" ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଆସିଛି।

ରିପୋର୍ଟରେ ଏଆଇର ବିକାଶ ଧନୀ-ଗରିବଙ୍କ ମଧ୍ୟରେ ଦୂରତା ବଢ଼ାଇବାର ଆଶଙ୍କା ଦର୍ଶାଯାଇଛି।

ଆଗାମୀ ୧୨ରୁ ୧୮ ମାସ ମଧ୍ୟରେ ଏଆଇକୁ କିପରି ବ୍ୟବହାର କରାଯିବ, ସେ ନେଇ ନିଆଯାଉଥିବା ନିଷ୍ପତ୍ତି ଏହାର ଲାଭ ଧନୀଙ୍କ ପାଖରେ ରହିବ କି ଗରିବଙ୍କ ପାଖରେ ପହଞ୍ଚିବ, ତାହା ନିର୍ଦ୍ଧାରଣ କରିବ ବୋଲି ରିପୋର୍ଟରେ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।