AIDMK: ୫୫ତମ ବର୍ଷରେ ଏଆଇଏଡିଏମ୍‌କେ, କ୍ଷମତାର ତିନି ଦଶନ୍ଧି ପରେ ଅନିଶ୍ଚିତ ଭବିଷ୍ୟତ

Oct 17, 2026 - 19:03
AIDMK: ୫୫ତମ ବର୍ଷରେ ଏଆଇଏଡିଏମ୍‌କେ, କ୍ଷମତାର ତିନି ଦଶନ୍ଧି ପରେ ଅନିଶ୍ଚିତ ଭବିଷ୍ୟତ

"ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଦୀର୍ଘ ଦଶନ୍ଧି ଧରି ପ୍ରଭାବଶାଳୀ ଶକ୍ତି ଭାବେ ଉଭା ହୋଇଥିବା ଅଖିଳ ଭାରତୀୟ ଅନ୍ନା ଦ୍ରାବିଡ଼ ମୁନେତ୍ର କାଝାଗମ୍‌ (ଏଆଇଏଡିଏମ୍‌କେ) ଏବେ ଅସ୍ତିତ୍ୱ ରକ୍ଷାର ଆହ୍ୱାନ ସମ୍ମୁଖୀନ ହୋଇଛି।

୧୯୭୨ ଅକ୍ଟୋବର ୧୭ରେ ଏମ୍‌.ଜି.

ରାମଚନ୍ଦ୍ରନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଦଳ ୫୫ତମ ବର୍ଷରେ ପଦାର୍ପଣ କରିଥିବାବେଳେ ଏହାର ଭବିଷ୍ୟତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।Advertisment ୨୦୧୬ ବିଧାନସଭା ନିର୍ବାଚନରେ ଜୟଲଳିତାଙ୍କ ନେତୃତ୍ୱରେ ଦଳ ୪୦.୭୭ ପ୍ରତିଶତ ଭୋଟ ପାଇଥିଲା।

ଏହା ୨୦୨୧ରେ ୩୩.୨୯ ପ୍ରତିଶତକୁ ଖସିଥିବାବେଳେ ୨୦୨୬ ଏପ୍ରିଲ ନିର୍ବାଚନରେ ମାତ୍ର ୨୧.୨୧ ପ୍ରତିଶତ‌ ଭୋଟ ପାଇଛି।

ଦଳ ୪୭ଟି ଆସନ ପାଇ ଟିଭିକେ ଓ ଡିଏମ୍‌କେ ପଛକୁ ତୃତୀୟ ସ୍ଥାନରେ ରହିଥିଲା।

ଅଭିନେତା ବିଜୟଙ୍କ ଟିଭିକେ ୧୦୮ଟି ଆସନ ହାସଲ କରି ସର୍ବବୃହତ୍‌ ଦଳ ଭାବେ ଉଭା ହୋଇଛି।

ଜୟଲଳିତାଙ୍କ ଦେହାନ୍ତ ପରେ ଦଳରେ ନେତୃତ୍ୱ ସଙ୍କଟ ଗଭୀର ହୋଇଛି।

ଏକାଧିକ ନେତା ଓ ବିଧାୟକ ଦଳ ଛାଡ଼ି ଟିଭିକେରେ ଯୋଗ ଦେଇଛନ୍ତି।

ନେତୃତ୍ୱର ଶୈଳୀ, ସାଂଗଠନିକ ଦୁର୍ବଳତା ଓ ଯୁବପିଢ଼ିଙ୍କ ସହ ଦଳର ଦୂରତା ଏହି ସଙ୍କଟକୁ ବଢ଼ାଇଛି।

ଦଳର ସାଧାରଣ ସମ୍ପାଦକ ଏଡାପ୍ପାଡି କେ.

ପଲାନିସ୍ୱାମୀ କର୍ମୀଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

ତେବେ ରାଜନୈତିକ ବିଶ୍ଳେଷକଙ୍କ ମତରେ, ଦଳର ପୁନରୁତ୍ଥାନ ପାଇଁ ଦୃଢ଼ ନେତୃତ୍ୱ, ସାଂଗଠନିକ ଏକତା ଓ ଜନସାଧାରଣଙ୍କ ଆସ୍ଥା ଫେରାଇ ଆଣିବା ଅତ୍ୟନ୍ତ ଜରୁରୀ।

ଏହି ପରିସ୍ଥିତିରେ ଉତ୍ସବ ପାଳନ ଅପେକ୍ଷା ଆତ୍ମସମୀକ୍ଷା ଦଳ ପାଇଁ ଅଧିକ ଆବଶ୍ୟକ।

Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।