AIMIM: ଅୱେସୀଙ୍କୁ ବଡ଼ ଝଟ୍‌କା, କଂଗ୍ରେସରେ ଯୋଗଦେଲେ ଏଆଇଏମ୍‌ଆଇଏମ୍‌ର ଜାତୀୟ ପ୍ରବକ୍ତା ଅସୀମ ୱକାର

Sep 02, 2026 - 19:46
AIMIM: ଅୱେସୀଙ୍କୁ ବଡ଼ ଝଟ୍‌କା, କଂଗ୍ରେସରେ ଯୋଗଦେଲେ ଏଆଇଏମ୍‌ଆଇଏମ୍‌ର ଜାତୀୟ ପ୍ରବକ୍ତା ଅସୀମ ୱକାର

"ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅସଦୁଦ୍ଦିନ ଅୱେସୀଙ୍କ ନେତୃତ୍ୱାଧୀନ ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତ୍ତେହାଦୁଲ୍‌ ମୁସ୍‌ଲିମୀନ୍‌ (ଏଆଇଏମ୍‌ଆଇଏମ୍‌)କୁ ବଡ଼ ଝଟ୍‌କା ଲାଗିଛି।

ଦଳର ଜାତୀୟ ପ୍ରବକ୍ତା ସୈୟଦ ଅସୀମ ୱକାର ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି।

ଲକ୍ଷ୍ନୌରେ ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜେନ୍ଦ୍ର ଗୌତମ, ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ଓ ରାଜ୍ୟସଭା ସାଂସଦ ଇମ୍ରାନ ପ୍ରତାପଗଢ଼ୀଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଥିଲେ।Advertisment ପ୍ରାୟ ଏକ ଦଶନ୍ଧି ଧରି ଏଆଇଏମ୍‌ଆଇଏମ୍‌ ସହ ଜଡ଼ିତ ଥିବା ୱକାରଙ୍କ ଉତ୍ତରପ୍ରଦେଶ ରାଜନୀତିରେ ଭଲ ପରିଚୟ ରହିଛି।

ଏଆଇଏମ୍‌ଆଇଏମ୍‌ରେ ଯୋଗଦେବା ପୂର୍ବରୁ ସେ ପ୍ରାୟ ୨୦ ବର୍ଷ ସମାଜବାଦୀ ପାର୍ଟିରେ ଥିଲେ।

ତେବେ ଗତ କିଛିଦିନ ଧରି ଉତ୍ତରପ୍ରଦେଶରେ ଦଳର କିଛି ନିଷ୍ପତ୍ତିକୁ ନେଇ ସେ ଅସନ୍ତୁଷ୍ଟ ଥିବା ରିପୋର୍ଟରେ କୁହାଯାଇଛି।

ୱକାରଙ୍କୁ କଂଗ୍ରେସରେ ସାମିଲ କରାଇବା ପଛରେ ଦଳର ସଂଖ୍ୟାଲଘୁ ପ୍ରକୋଷ୍ଠ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଇମ୍ରାନ ପ୍ରତାପଗଢ଼ୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଚର୍ଚ୍ଚା ହେଉଛି।

ତାଙ୍କ ଉପସ୍ଥିତିରେ ୱକାର କଂଗ୍ରେସରେ ଯୋଗ ଦେଇଥିଲେ।

Owaisi hopeful of hijab-clad woman as PM: ଦିନ ଆସିବ ଜଣେ ହିଜାବ୍ ପିନ୍ଧା ମହିଳା ଦେଶର ପ୍ରଧାନମନ୍ତ୍ରୀ ହେବେ: ଅସଦୁଦ୍ଦିନ ଓୱାଇସି କଂଗ୍ରେସରେ ଯୋଗଦେବା ପରେ ୱକାର କହିଛନ୍ତି ଯେ ଦେଶରେ ବିଜେପି ସରକାରକୁ ହଟାଇ ଧର୍ମନିରପେକ୍ଷ ଓ ଜନହିତକର ସରକାର ଗଠନ କରିବା ହିଁ ବିରୋଧୀ ଦଳଗୁଡ଼ିକର ଲକ୍ଷ୍ୟ ହେବା ଉଚିତ।

ତାଙ୍କ ମତରେ ଏଆଇଏମ୍‌ଆଇଏମ୍‌ ବିଜେପି ବିରୋଧରେ ଲଢ଼େଇ କରିବା କଥା କହୁଥିଲେ ମଧ୍ୟ ଭୂମିସ୍ତରରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ବିଜେପି ବିରୋଧୀ ଦଳଗୁଡ଼ିକ ସହ ଲଢ଼ୁଥିବା ଦେଖାଯାଉଥିଲା।

ଏହା ତାଙ୍କୁ ମଞ୍ଜୁର ନ ଥିବାରୁ ସେ କଂଗ୍ରେସରେ ଯୋଗଦେବା ଦେଇଥିବା କହିଛନ୍ତି।

୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରୁଛି।

ଅନ୍ୟପକ୍ଷରେ ଏଆଇଏମ୍‌ଆଇଏମ୍‌ ମଧ୍ୟ ଉତ୍ତରପ୍ରଦେଶରେ ନିର୍ବାଚନ ଲଢ଼ିବ।

ଏଭଳି ସମୟରେ ଦଳର ଜାତୀୟ ପ୍ରବକ୍ତା ୱକାରଙ୍କ କଂଗ୍ରେସରେ ଯୋଗଦାନ ଏଆଇଏମ୍‌ଆଇଏମ୍‌ ପାଇଁ ରାଜନୈତିକ ଚ୍ୟାଲେଞ୍ଜ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।