Airlift Plan for Stranded People: ପାଣି ଭିତରେ ହଜାର ହଜାର ଲୋକ, ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ: ମୁଖ୍ୟ ଶାସନ ସଚିବ

Oct 29, 2026 - 13:01
Airlift Plan for Stranded People: ପାଣି ଭିତରେ ହଜାର ହଜାର ଲୋକ, ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ: ମୁଖ୍ୟ ଶାସନ ସଚିବ

ବାତ୍ୟା ଅର୍ଣ୍ଣବର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।

ସମାକ୍ଷା ପରେ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ଭୟଙ୍କର ସ୍ଥିତି।

ପାଣି ଭିତରେ ଫସି ରହିଛନ୍ତି ହଜାର ହଜାର ଲୋକ।

ବିଭିନ୍ନ ସ୍ଥାନରେ ବିପଦରେ ଫସିଥିବା ଲୋକଙ୍କୁ କରାଯିବ ଏୟାରଲିଫ୍ଟ।

କୋଷ୍ଟଗାର୍ଡ ସହ ଆଲୋଚନା କରି ହେଲିକପ୍ଟର ଯୋଗେ ଜଳବନ୍ଦୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଯୋଜନା ହୋଇଛି।

Advertisment ପ୍ରାୟ ୨ ହଜାର ଲୋକ ଜଳବନ୍ଦୀ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୨୦ ଜଣଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା ରହିଛି।

ଗଞ୍ଜାମର ୪ଟି ସ୍ଥାନରେ ଲୋକେ ପ୍ରଭାବିତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ନେଇ ତତ୍ପର ହୋଇଛି ପ୍ରଶାସନ।

ରାଜୀବ ଭବନରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ଏସଆରସି ରାଜେଶ ପ୍ରଭାକର ପାଟିଲ।

ବାତ୍ୟା ପରବର୍ତୀ ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।