Akriti Agarwal: ନିର୍ବନ୍ଧର ୬ ମାସ ପରେ ଭାବି ପତ୍ନୀଙ୍କ ଠାରୁ ଅଲଗା ହେଲେ କ୍ରିକେଟର

Sep 17, 2026 - 18:33
Akriti Agarwal: ନିର୍ବନ୍ଧର ୬ ମାସ ପରେ ଭାବି ପତ୍ନୀଙ୍କ ଠାରୁ ଅଲଗା ହେଲେ କ୍ରିକେଟର

"ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୃଥ୍ୱୀ ଶ" ଓ ଆକୃତି ଅଗ୍ରୱାଲଙ୍କ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର।

ଉଭୟଙ୍କ ନିର୍ବନ୍ଧକୁ ମାତ୍ର ୬ମାସ ପୂରଣ ହୋଇଥିବା ବେଳେ ସମ୍ପ୍ରତି ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।

୨୦୨୬  ମାର୍ଚ୍ଚ ୮ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା।

ଆକୃତି ନିଜେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସମ୍ପର୍କ ଶେଷ ହୋଇଥିବା ନିଶ୍ଚିତ କରିଛନ୍ତି।Advertisment ଅଲଗା ହେବା ନେଇ ଆକୃତି କହିଲେ ନିଜ ମନର କଥା ଆକୃତି ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଭାରି ମନରେ ମୁଁ ଜଣାଇବାକୁ ଚାହୁଁଛନ୍ତି ଯେ ମୁଁ ମୋ ଭାବି ସ୍ବାମୀଙ୍କ ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛି।

ଉଭୟଙ୍କ ଲକ୍ଷ୍ୟ ଓ ଭବିଷ୍ୟତ ଯୋଜନା  ଭିନ୍ନ ହୋଇଥିବାରୁ ପରସ୍ପର ଠାରୁ ଏବେ ଠାରୁ ଅଲଗା ହୋଇଯିବା ପାଇଁ ନିଷ୍ପତ୍ତି ନେଇଛୁ।

ଆମେ ଉଭୟ ଉଭୟଙ୍କୁ ଖୁବ ଭଲପାଉ ସ୍ନେହ କରୁ ।

ପରସ୍ପରର ଶାନ୍ତି, ଖୁସି ଓ ଭଲ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି।

ମୋର ସମସ୍ତଙ୍କୁ ଅନୁରୋଧ ଏହି କଷ୍ଟକର ସମୟରେ ଗୁଜବ ପ୍ରଚାର ନକରି ଆମର ବ୍ୟକ୍ତିଗତ ଜୀବନ ଓ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ।" କିଏ ପୃଥ୍ୱୀ ଶ"?

ପୃଥ୍ୱୀ ଶ" ଜଣେ ଭାରତୀୟ କ୍ରିକେଟର।

ସେ ୨୦୧୮ରେ ମାତ୍ର ୧୮ ବର୍ଷ ବୟସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ।

ପରବର୍ତ୍ତୀ ସମୟରେ ପ୍ରଦର୍ଶନକୁ ନେଇ ତାଙ୍କୁ ଦଳରୁ ବାହାରିବାକୁ ପଡ଼ିଥିଲା।

କିଏ ଆକୃତି ଅଗ୍ରୱାଲ?

ଆକୃତି ଅଗ୍ରୱାଲ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

୨୦୨୬ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ "ତ୍ରିମୁଖା" ଜରିଆରେ ସେ ଅଭିନୟ ଜଗତରେ ପାଦ ରଖିଥିଲେ।

ବଢ଼ୁଛି ନଦୀରେ ଡେଇଁ ଜୀବନ ହାରିବା ଘଟଣା, ୫ ବର୍ଷରେ ୪୬ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।