Allegations: ଇରାନକୁ ସହାୟତା ଅଭିଯୋଗରେ ଭାରତୀୟ ଦମ୍ପତିଙ୍କ ଉପରେ ଆମେରିକାର କଟକଣା
ନୂଆଦିଲ୍ଲୀ: ଇରାନ ର ତୈଳ ବାଣିଜ୍ୟ ଉପରେ ଆମେରିକାର କଟକଣାକୁ ଏଡ଼ାଇବାରେ ସହାୟତା କରିବା ଅଭିଯୋଗରେ ଭାରତରେ ରହୁଥିବା ଏକ ଦମ୍ପତି ଓ ସେମାନଙ୍କ ସହ ସମ୍ପୃକ୍ତ ଅନେକ କମ୍ପାନି ଉପରେ ଆମେରିକା କଟକଣା ଜାରି କରିଛି।
ଇରାନର ତୈଳ ପରିବହନ କରୁଥିବା ଜାହାଜଗୁଡ଼ିକୁ ଜାଲ୍ ପଞ୍ଜୀକରଣ ଓ ନୌବାଣିଜ୍ୟ ସମ୍ପର୍କିତ ପ୍ରମାଣପତ୍ର ଯୋଗାଇ ଦେଇ ସେମାନେ ଆମେରିକାର କଟକଣା ଏଡ଼ାଇବାରେ ସହାୟତା କରୁଥିବା ଆମେରିକାର ଅର୍ଥ ବିଭାଗ ଅଭିଯୋଗ କରିଛି।
Advertisment ଆହୁରି ପଢନ୍ତୁ : Melania Trump: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କୁ ୟୁକ୍ରେନ୍ର ସର୍ବୋଚ୍ଚ ନାଗରିକ ସମ୍ମାନ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ୍ ଏହି କଟକଣା ଘୋଷଣା କରିବା ସହ ଇରାନକୁ ସହାୟତା କରୁଥିବା ଦେଶ ଓ ସଂସ୍ଥାଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି, ଆମର ଆଭିମୁଖ୍ୟ ସ୍ପଷ୍ଟ।
ଆପଣ ଆମ ସହ ଅଛନ୍ତି ଅଥବା ଆମ ବିରୋଧରେ।
ଇରାନ ସରକାରଙ୍କୁ ସ୍ଥଳ, ଜଳ କିମ୍ବା ଆକାଶପଥରେ ଯେଉଁମାନେ ସହାୟତା କରିବେ, ସେମାନଙ୍କ ବିରୋଧରେ କଟକଣା ଲାଗୁ କରାଯିବ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ : ଇରାନ ଯୁଦ୍ଧକୁ ମଧ୍ୟବର୍ତ୍ତୀ ନିର୍ବାଚନ ପରାଜୟର କାରଣ ଦର୍ଶାଇ ହେଗ୍ସେଥ୍ଙ୍କୁ ଘେରିଲେ ରିପବ୍ଲିକାନ୍ ନେତା ଆମେରିକାର ଅର୍ଥ ବିଭାଗ ଅନୁଯାୟୀ, ଭାରତରେ ରହୁଥିବା ସୁନୀଲ କୁମାର ଶର୍ମା ଓ ତାଙ୍କ ପତ୍ନୀ ଜସପ୍ରୀତ ସାହିଦ୍ ଏକ ଜାଲ୍ ସାମୁଦ୍ରିକ ପଞ୍ଜୀକରଣ ନେଟୱର୍କ ଚଳାଉଥିଲେ।
ସେମାନେ ବିଭିନ୍ନ ଦେଶର ଅନୁମତି ନଥାଇ ସେହି ଦେଶଗୁଡ଼ିକର ନାମରେ ଜାହାଜ ପଞ୍ଜୀକରଣ ଓ ବର୍ଗୀକରଣ ସେବା ଯୋଗାଉଥିବା ୱେବ୍ସାଇଟ୍ ତିଆରି କରିଥିଲେ।
ଏହା ମାଧ୍ୟମରେ ଇରାନର ତୈଳ ପରିବହନ କରୁଥିବା କଟକଣାଭୁକ୍ତ ଜାହାଜଗୁଡ଼ିକୁ ଜାଲ୍ ଜାତୀୟ ପତାକା ଓ ପଞ୍ଜୀକରଣ ପ୍ରମାଣପତ୍ର ଯୋଗାଇ ଦିଆଯାଉଥିଲା।
ଏହି କାର୍ଯ୍ୟକଳାପ ୨୦୧୪ରୁ ଚାଲିଥିବା ଆମେରିକା ଅଭିଯୋଗ କରିଛି।
ସେତେବେଳେ କାରିବିୟାନ ଦେଶ ଡୋମିନିକାର ସାମୁଦ୍ରିକ ପତାକା ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ପରିଚୟ ଜାଲିଆତି କରିବାକୁ ଉଦ୍ୟମ ହୋଇଥିଲା।
ପରବର୍ତ୍ତୀ ସମୟରେ ଗୁୟାନା, ଏସ୍ୱାତିନି ଓ ଅନ୍ୟ ଦେଶଗୁଡ଼ିକର ନାମ ବ୍ୟବହାର କରି ଏଭଳି ଜାଲ୍ ସେବା ଚାଲିଥିବା ଅଭିଯୋଗ ହୋଇଛି।
ଆହୁରି ପଢନ୍ତୁ : Odisha CM Assures Support ବାତ୍ୟା ଅର୍ଣ୍ଣବ ଥଇଥାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବିଧାୟକଗଣ ଏହି ଦମ୍ପତିଙ୍କ ସହ ସମ୍ପୃକ୍ତ ଓସିଆନିକ୍ ଟେକ୍ନୋଲୋଜିଜ୍ ଇଣ୍ଡିଆ, ଆର୍ଯ୍ୟାବର୍ତ୍ତ ସିପ୍ ମ୍ୟାନେଜମେଣ୍ଟ, ପ୍ରିସେପ୍ଟ ଟ୍ରେଣ୍ଡ୍ସ, ପଲିନେସିଆ ମାରିଟାଇମ୍ ଓ ଆଲେକ୍ସାର୍ଯ୍ୟା ଫିନ୍ସର୍ଭ ଭଳି ଏକାଧିକ ସଂସ୍ଥା ମଧ୍ୟ କଟକଣାର ପରିସରଭୁକ୍ତ ହୋଇଛନ୍ତି।
ଏହା ସହ ଅନ୍ୟ କେତେକ କମ୍ପାନି ଓ ସଂସ୍ଥାକୁ ମଧ୍ୟ ତାଲିକାଭୁକ୍ତ କରାଯାଇଛି।
ଏହି କଟକଣା ଅନୁଯାୟୀ, ଏହି ବ୍ୟକ୍ତି ଓ ସଂସ୍ଥାଗୁଡ଼ିକର ଆମେରିକାର ଆଇନ ପରିସରଭୁକ୍ତ ସମ୍ପତ୍ତି ଓ ଆର୍ଥିକ କାରବାରକୁ ଅବରୋଧ କରାଯିବ।
ସେମାନଙ୍କ ସହ କାରବାର ଉପରେ ମଧ୍ୟ କଟକଣା ଲାଗିବ।
ଆହୁରି ପଢନ୍ତୁ : Postal Divisions May Return ପୁଣି ଭୁବନେଶ୍ୱର ଅଧୀନକୁ ଫେରିବ ମୟୂରଭଞ୍ଜ ଓ ରାଇରଙ୍ଗପୁର ଡାକ ମଣ୍ଡଳ ଆମେରିକାର ଏହି ଅଭିଯାନର ନାମ 'ଅପରେସନ୍ ଇକୋନୋମିକ୍ ଆଉଟ୍କାଷ୍ଟ'।
ଇରାନର ତୈଳ ରପ୍ତାନି ଓ ଆର୍ଥିକ ଆୟକୁ ରୋକିବା ଏହାର ଉଦ୍ଦେଶ୍ୟ।
ଏହି କାର୍ଯ୍ୟାନୁଷ୍ଠାନ ରେ ତୁର୍କୀର ଫୁଗୋ ଗ୍ରାଉଣ୍ଡ ସର୍ଭିସେସ୍ ନାମକ ଏକ କମ୍ପାନି ଉପରେ ମଧ୍ୟ ଇରାନର କଟକଣାଭୁକ୍ତ ବିମାନ କମ୍ପାନିଗୁଡ଼ିକୁ ସେବା ଯୋଗାଇବା ଅଭିଯୋଗରେ କଟକଣା ଲଗାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।