Alternative Route ଭୂସ୍ଖଳନ ଯୋଗୁଁ କଳିଙ୍ଗାଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଯାତାୟାତ ଯୋଜନା
"ଘୁ.
ଉଦୟଗିରି(ସମୀର ପାଢ଼ୀ): କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ରାସ୍ତାର ମରାମତି କାମ ଚାଲିଛି।
ତେବେ ଗୁରୁତ୍ବପୂର୍ଣ୍ଣ ରାସ୍ତାରେ ଯାତାୟାତକୁ ସାମୟିକ ସ୍ବାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି।
ଏହି କ୍ରମରେ ଆଜି (ଗୁରୁବାର) ପ୍ରଶାସନିକ ଅଧିକାରୀମାନେ ବାଇକ୍ ଯୋଗେ ବାଇପାସ୍ ରାସ୍ତାରେ ଯାଇ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି।Advertisment Kalinga Ghat Landslide: କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟଣା: ୫ ଦିନ ଧରି ଯାତାୟାତ ବନ୍ଦ, ସ୍ଥିତି ପରଖିଲେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ କନ୍ଧମାଳ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦି, ପ୍ରୋବେସନାଲ୍ ଆଇଏଏସ୍ ଯଶକରଣ ସିଂହ, ଜିଲ୍ଲା ପରିଷଦ ସହକାରୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡେଙ୍ଗା, ବ୍ଲକ ସହକାରୀ ଯନ୍ତ୍ରୀ ରୁଦ୍ର ନାରାୟଣ ମାଝି ଓ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ବାଇକ୍ ଯୋଗୁଁ ବିକଳ୍ପ ରାସ୍ତାରେ ଯାଇଥିଲେ। 🔴Heavy rain: କଳିଙ୍ଗା ଘାଟିର ସ୍ଥିତି ପରଖିଲେ ବିଧାୟକ; ଫୁଲୁଛି ବଂଶଧାରା, ବଢ଼ୁଛି ଜଳସ୍ତର; ଭଦ୍ରକ ଜିଲ୍ଲାର ୩୯୯ଟି ବିଦ୍ୟାଳୟ ଆସନ୍ତାକାଲି ବନ୍ଦଜାତୀୟ ରାଜପଥ ବିଭାଗର ସହକାରୀ ଯନ୍ତ୍ରୀ ସତୀଶ ପଟେଲଙ୍କ କହିବାନୁସାରେ, ଭୂସ୍ଖଳନ ଯୋଗୁଁ ଧସିଯାଇଥିବା ରାସ୍ତାର ମରାମତି କାମ ଆରମ୍ଭ ହୋଇଛି।
ଅସ୍ଥାୟୀ ରାସ୍ତା ଉପରେ ପଡ଼ିଥିବା ବଡ଼ ପଥରଗୁଡ଼ିକୁ ବ୍ଲାଷ୍ଟିଂ କରି ହଟାଯିବା ସହ ଭାଙ୍ଗିଯାଇଥିବା ଗାର୍ଡ ୱାଲ୍ର ମଧ୍ୟ ମରାମତି କରାଯିବ।
ଗାର୍ଡ ୱାଲ୍ କାମ ଚାଲିଛି।
ଆବଶ୍ୟକ କାମ ଶେଷ ହେବା ପରେ ଶୀଘ୍ର ସିଙ୍ଗିଲ୍ ଲାଇନ୍ରେ ଯାନବାହନ ଚଳାଚଳ କରାଯିବ।
ପରେ ରାସ୍ତାର ସମ୍ପୂର୍ଣ୍ଣ ମରାମତି କାମ ଶେଷ କରାଯିବ ବୋଲି ସେ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।