Amit Shah: ଅମିତ୍‌ ଶାହଙ୍କ ବଡ଼ ଘୋଷଣା: ୨୦୨୯ ସୁଦ୍ଧା ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ୟୁସିସି ଲାଗୁ ହେବ

Sep 13, 2026 - 20:35
Amit Shah: ଅମିତ୍‌ ଶାହଙ୍କ ବଡ଼ ଘୋଷଣା: ୨୦୨୯ ସୁଦ୍ଧା ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ୟୁସିସି ଲାଗୁ ହେବ

"ମୁମ୍ବାଇ: ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ୩୦ ଦିନିଆ "ସେବା ସଂକଳ୍ପ ଅଭିଯାନ" ପାଇଁ ଯୋଜନା ଘୋଷଣା କରିବା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଏହି ଘୋଷଣା କରିଛନ୍ତି।Advertisment ମୁମ୍ବାଇଠାରେ ସେବା ସଙ୍କଳ୍ପ ଅଭିଯାନ ଉପରେ ଗଣମାଧ୍ୟମକୁ ସମ୍ବୋଧନ କରି ଶାହ କହିଛନ୍ତି, ଆମେ କେତେକ ରାଜ୍ୟରେ ୟୁସିସି ଲାଗୁ କରିସାରିଛୁ।

ମୋର ଗଭୀର ବିଶ୍ବାସ ରହିଛି, ୨୦୨୯ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଶାସିତ ୨୧ ରାଜ୍ୟରେ ୟୁସିସି କାର୍ଯ୍ୟକାରୀ ହେବ।

ବର୍ତ୍ତମାନ ୧୯ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏନ୍‌ଡିଏ କ୍ଷମତାରେ ରହିଛି।

ଉତ୍ତରାଖଣ୍ଡ, ଗୁଜରାଟ ଓ ଆସାମରେ ୟୁସିସି ଲାଗୁ ହୋଇସାରିଥିବାବେଳେ ମଧ୍ୟପ୍ରଦେଶରେ ୟୁସିସିର ଖସଡ଼ା ପ୍ରସ୍ତୁତ କରିବାକୁ ଏକ କମିଟି ଗଠନ ହୋଇଛି ବୋଲି ଶାହ କହିଛନ୍ତି।

ଆହୁରି ପଢନ୍ତୁ: Chandrasekharan: ଚନ୍ଦ୍ରଶେଖରନ୍‌ଙ୍କ ଅବସର ଯୋଜନାକୁ ବିରୋଧ କରିପାରେ କମିଟି ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ସମଗ୍ର ଏନ୍‌ଡିଏ ମେଣ୍ଟ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପ୍ରଧାନମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ମୋଦୀଙ୍କ କାର୍ଯ୍ୟକାଳର ୨୫ ବର୍ଷ ପୂରଣ ଅବସରରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ "ସେବା ସଂକଳ୍ପ ଅଭିଯାନ" ପରିଚାଳନା କରିବାକୁ ଏକାଠି ହେଉଛନ୍ତି।

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ଓ ଧାରା ୩୭୦ ଉଚ୍ଛେଦ କରିବା, ତିନି ତଲାକ୍‌ ପ୍ରତ୍ୟାହାର କରିବା ଓ ନକ୍ସଲବାଦର ମୂଳୋତ୍ପାଟନ କରିବାରେ ସଫଳ ହୋଇଛି ବୋଲି ଶାହ କହିଛନ୍ତି।

୨୦୧୪ ପୂର୍ବରୁ ଦେଶର ଜାତୀୟ ରାଜନୀତି ଦୁର୍ନୀତି, ଜାତିବାଦ ଓ ପରିବାରବାଦ ପରି ପ୍ରସଙ୍ଗରେ ଗ୍ରସ୍ତ ଥିଲା।

କିନ୍ତୁ ୨୦୧୪ ରୁ ୨୦୨୬ ମଧ୍ୟରେ ଏହି ପ୍ରସଙ୍ଗର ଊର୍ଦ୍ଧ୍ବକୁ ଯାଇ ପ୍ରଦର୍ଶନକୁ ନେଇ ରାଜନୀତି ରହିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।