Amit Shah: ଆଗାମୀ ୩୦ ବର୍ଷ ଯାଏଁ କ୍ଷମତାକୁ ଫେରିବନି କଂଗ୍ରେସ: ଶାହ

Oct 22, 2026 - 23:06
Amit Shah: ଆଗାମୀ ୩୦ ବର୍ଷ ଯାଏଁ କ୍ଷମତାକୁ ଫେରିବନି କଂଗ୍ରେସ: ଶାହ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଥିବାବେଳେ ତାଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଆଗାମୀ ୩୦ ବର୍ଷ ଯାଏଁ କଂଗ୍ରେସ କ୍ଷମତାକୁ ଫେରିପାରିବ ନାହିଁ ବୋଲି ସେ କହିଛନ୍ତି।

ଗୁରୁବାର ଦିଲ୍ଲୀରେ ଯମୁନା ନଦୀର ପୁନରୁଦ୍ଧାର ଓ ସଫେଇ ପାଇଁ ୮,୯୪୧ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଶାହ ଏହି ମନ୍ତବ୍ୟ ଦେଇଛନ୍ତି।

Advertisment ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ଶାହ କହିଛନ୍ତି, ମୁଁ ଜାଣିଛି, ଆପଣ ବିଦେଶରେ କେଉଁଠି ବସିଥିବାରୁ ମୋ କଥା ଶୁଣିପାରୁନାହାନ୍ତି।

ଆପଣ ସେଠାକୁ କାହିଁକି ଯାଇଛନ୍ତି, ତାହା ମଧ୍ୟ କହୁନାହାନ୍ତି।

ତେବେ ଏହା ଆପଣଙ୍କ ବ୍ୟକ୍ତିଗତ ବିଷୟ।

କିନ୍ତୁ ଦିଲ୍ଲୀ ଫେରିବା ପରେ ମୋ କଥା ମନେ ରଖିବେ, ଆଗାମୀ ୩୦ ବର୍ଷ ଯାଏଁ ଆପଣଙ୍କ ଦଳର କ୍ଷମତାକୁ ଆସିବାର ପାଳି ପଡ଼ିବ ନାହିଁ।

ରାହୁଲ ଗାନ୍ଧୀ ଚାରିଦିନିଆ ଭିଏତନାମ ଗସ୍ତରେ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ଅନିୟମିତତା ଅଭିଯୋଗ କରି ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନ ଚଳାଇଛନ୍ତି।

ଏହି ଅଭିଯାନରେ ଇଣ୍ଡି ମେଣ୍ଟ ସହ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ମଧ୍ୟ ସାମିଲ ହୋଇଛି।

ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗକୁ ଖଣ୍ଡନ କରି ଶାହ କହିଛନ୍ତି, କଂଗ୍ରେସ ନିର୍ବାଚନରେ ହାରିବା ପରେ ନିର୍ବାଚନ କମିସନଙ୍କ ଉପରେ ପ୍ରଶ୍ନ ଉଠାଉଛି।

କିନ୍ତୁ କେରଳ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ କଂଗ୍ରେସ ବା ତା'ର ସହଯୋଗୀ ଦଳ ଜିତିଥିବାବେଳେ ନିର୍ବାଚନ କମିସନ କିମ୍ବା ଭୋଟର ତାଲିକାକୁ ନେଇ ଆପତ୍ତି ଉଠାଯାଇ ନଥିଲା।

ତାମିଲନାଡୁରେ ମଧ୍ୟ କଂଗ୍ରେସ ସମର୍ଥିତ ଦଳଗୁଡ଼ିକ ଜିତିଥିଲେ।

ହେଲେ ଯେଉଁଠି ହାରୁଛନ୍ତି, ସେଠାରେ ନିର୍ବାଚନ କମିସନଙ୍କୁ ଦୋଷ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Rajnath Singh: ରାହୁଲ ଗାନ୍ଧୀ ଜନସାଧାରଣଙ୍କ ଜନାଦେଶକୁ ସମ୍ମାନ ଦେବା ଉଚିତ: ରାଜନାଥ ଶାହ ଆହୁରି କହିଛନ୍ତି, କେବଳ ଆନ୍ଦୋଳନ କରି କିମ୍ବା ଜନାଦେଶ ଉପରେ ପ୍ରଶ୍ନ ଉଠାଇ ନିର୍ବାଚନ ଜିତିହେବ ନାହିଁ।

ନିର୍ବାଚନ ଜିତିବାକୁ ହେଲେ ନେତାମାନେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ଆବଶ୍ୟକ।

ଯେଉଁ ରାଜ୍ୟରେ ଦଳ କ୍ଷମତାରେ ଅଛି, ସେଠାରେ ଲୋକଙ୍କ କଲ୍ୟାଣ ପାଇଁ କାମ କରିବା ଉଚିତ।

କଂଗ୍ରେସର ନକାରାତ୍ମକ ରାଜନୀତି ଯୋଗୁଁ ଦଳ ଆଗାମୀ ଦଶନ୍ଧିଗୁଡ଼ିକରେ ମଧ୍ୟ କ୍ଷମତାକୁ ଫେରିପାରିବ ନାହିଁ ବୋଲି ସେ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।