Amitabh Bachchan: ଆଜି ବିଗ୍‌ ବିଙ୍କର ଜନ୍ମଦିନ: ଅଧାରେ ଅଟକି ରହିଛି ତାଙ୍କର କେତେକ ସିନେମା

Oct 11, 2026 - 09:11
Amitabh Bachchan: ଆଜି ବିଗ୍‌ ବିଙ୍କର ଜନ୍ମଦିନ: ଅଧାରେ ଅଟକି ରହିଛି ତାଙ୍କର କେତେକ ସିନେମା

"ମୁମ୍ବାଇ: ଆଜି ହେଉଛି ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନଙ୍କର ଜନ୍ମଦିନ। "ସାତ୍ ହିନ୍ଦୁସ୍ତାନୀ" ଜରିଆରେ ବଲିଉଡରେ ପାଦ ଥାପିଥିବା ଅମିତାଭ ବଚ୍ଚନଙ୍କ ଅନେକ ସୁପରହିଟ୍ ଓ ବ୍ଲକବଷ୍ଟର୍ ମୁଭି ଦର୍ଶକଙ୍କୁ ଉପହାର ଦେଇଛନ୍ତି।

ତେବେ ଆପଣ ଜାଣନ୍ତି କି ତାଙ୍କର କେତୋଟି ସିନେମା ଅଧାରେ ଅଟକି ରହିଛି।

ଆସନ୍ତୁ  ଜାଣିବା ସେହିସବୁ ସିନେମା ସଂପର୍କରେ ...Advertisment ଶିବା(୧୯୭୦): ଲଷ୍ଟ ଆଣ୍ଡ ଫାଉଣ୍ଡ  ପ୍ରସଙ୍ଗ ଉପରେ ଆଧାରିତ  ଏକ  ଫିଲ୍ମ  ହେଲା " ଶିବା, ଯାହା  ୧୯୭୦ରେ  ନିର୍ମିତ   ହେଉଥିଲା ।

ଏଥିରେ  ଅମିତାଭ ବଚ୍ଚନ ବଡ଼  ଭାଇର ଭୂମିକାରେ ଅଭିନୟ କରିଥିଲେ ।

ତେବେ  ସେହି  ସିନେମା ଆଜି ଯାଏ  ରିଲିଜ୍‌  ହୋଇ ନାହିଁ  ।

ୟାର୍‌  ମେରି ଜିନ୍ଦେଗୀ(୧୯୭୧):  ୧୯୭୧ରେ  "ୟାର୍‌ ମେରି ଜିନ୍ଦେଗୀ"  ଟାଇଟଲ୍‌ରେ  ଏକ ଫିଲ୍ମର  ନିର୍ମାଣ  ଆରମ୍ଭ ହୋଇଥିଲା, ଯାହା ଏହି   କେବେ   ରିଲିଜ୍‌    ହୋଇପାରିନଥିଲା ।

ଅପ୍‌ନା ସପ୍‌ନା(୧୯୭୨):  ଅମିତାଭ ବଚ୍ଚନ    ଓ ରେଖା  ଷ୍ଟାର୍‌ର  ଏକ ମୁଭି  ଥିଲା " ଅପନା ସପ୍‌ନା"  ।

ଏହାର କିଛି  ଅଂଶ  ସୁଟିଂ  ବି ସରିଥିଲା ।

ହେଲେ   ପରେ  ଏହାପରେ ବନ୍ଦ   ହୋଇଗଲା ।

ଏହାପରେ    ଏହି ଯୋଡ଼ିକୁ  ଦର୍ଶକ "ଦୋ-ଅନ୍‌ଜାନେ"  ରେ ଦେଖିବାକୁ  ପାଇଥିଲେ ।

ମନମୋହନ ଦେଶାଇ ନିର୍ମାଣ କରୁଥିଲେ "ଖୁଦା ଗବାହ" ଖୁଦା ଗବାହ(୧୯୭୮):   ଅମିତାଭ ବଚ୍ଚନ ଓ ଶ୍ରୀଦେବୀଙ୍କ ଅଭିନୀତ  ସୁପରହିଟ୍‌  ଫିଲ୍ମ   " ଖୁଦା ଗବାହ"  ତ  ରିଲିଜ୍‌ ହୋଇଥିଲା।

ହେଲେ  ୧୯୭୮ ମସିହାରେ ବଲିଉଡର  ହିଟ୍‌  ମେକର୍  ମନମୋହନ ଦେଶାଇ  ସେହି ଟାଇଟଲରେ ଅନ୍ୟ ଏକ ସିନେମା ନିର୍ମାଣ  କରୁଥିଲେ ।

ଏଥିରେ ଅମିତାଭ ବଚ୍ଚନଙ୍କ  ବିପକ୍ଷରେ  କାମ  ନଜର ଆସିଥାନ୍ତେ ପରବୀନ୍‌ ବାବି।

କିନ୍ତୁ ଏହି ସିନେମା ଅଧାରେ  ଅଟକି  ରହିଥିଲା   ।

ସରଫରୋସ୍‌ (୧୯୭୯):  ପ୍ରଖ୍ୟାତ ନିର୍ଦ୍ଦେଶକ ମନମୋହନ ଦେଶାଇ ୧୯୭୯ରେ  ଅମିତାଭ ବଚ୍ଚନଙ୍କୁ ଲିଡ୍‌   ରୋଲରେ    ନେଇ "ସରଫରୋସ୍‌ "  ଟାଇଟଲରେ  ଏକ ଫିଲ୍ମର ସୁଟିଂ  ଆରମ୍ଭ  କରିଥିଲେ।

ଏଥିରେ   ଅନ୍ୟମାନଙ୍କ ମଧ୍ୟରେ   ପରବୀନ ବାବି,  ଋଷି କପୁର,   କାଦର ଖାନ୍‌  ଓ ଶକ୍ତି କପୁର  ଅଭିନୟ  କରିଥିଲେ।

ଏହା   ବି ରିଲିଜ୍‌   ହୋଇପାରିନଥିଲା ।

ତାହା ସଫଳ ହୋଇନଥିଲା ଠିକ୍ ‌ସେହିପରି ପ୍ରଖ୍ୟାତ ନିର୍ଦ୍ଦେଶକ ସୁଭାଷ ଘାଇ ବି ଅମିତାଭ ବଚ୍ଚନଙ୍କୁ ନେଇ "ଦେବା" ଟାଇଟଲ୍‌ରେ ଏକ ସିନେମା ନିର୍ମାଣ କରିବାର ଯୋଜନା କରିଥିଲେ, କିନ୍ତୁ, ତାହା ସଫଳ ହୋଇନଥିଲା।

Rekha Birthday Special: ରେଖାଙ୍କ ଜନ୍ମଦିନ: ଅମିତାଭ ବଚ୍ଚନଙ୍କ ସହ ପ୍ରେମ ସମ୍ପର୍କରୁ ଗୁପ୍ତ ବିବାହ ଚର୍ଚ୍ଚା, ଆଜି ବି ରହସ୍ୟମୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।