Amur Falcons Return to India: ସାଟେଲାଇଟ୍ ଟ୍ରାକିଂରେ ଧରାପଡ଼ିଲା ଅଦ୍ଭୁତ ଯାତ୍ରା, ୨୩ ଦେଶ ଅତିକ୍ରମ କଲେ ଦୁଇ ପକ୍ଷୀ
ସମୁଦ୍ର ଉପରେ ୩ ହଜାର କି.ମିର ନନ୍ଷ୍ଟପ୍ ଯାତ୍ରା।
ଏକାଠି ଅତିକ୍ରମ କଲା ୨୩ଟି ଦେଶ।
ଚମକାଇଦେବ ଅମୂର ଫାଲକନ୍ର ଅଦ୍ଭୁତ ଯାତ୍ରା।୨୩ଟି ଦେଶ ଅତିକ୍ରମ କରି ପୁଣି ଭାରତ ଫେରିଛନ୍ତି ଦୁଇ ଛଞ୍ଚାଣ।
ହଜାର ହଜାର କିଲୋମିଟରର ଆକାଶପଥ, ଏକାଧିକ ଦେଶ ଏବଂ ବିଶାଳ ସମୁଦ୍ର ଉପରେ ଉଡ଼ାଣ।
ଅମୂର ଫାଲକନ୍ ପ୍ରଜାତିର ଦୁଇଟି ଛଞ୍ଚାଣଙ୍କ ଦୁଃସାହାସିକ ଯାତ୍ରା।
ଅପାପାଙ୍ଗ ଓ ଆଲାଙ୍ଗ ନାମକ ଏହି ଦୁଇ ପକ୍ଷୀ ଶରୀରରେ ଟ୍ରାକର ବୋହି ଚୀନ୍ରୁ ଉଡ଼ାଣ ଆରମ୍ଭ କରି ୧୧ ଦିନ ପରେ ମଣିପୁରରେ ପହଞ୍ଚିଛନ୍ତି।
ଏହା ସହ ଏମାନଙ୍କର ପ୍ରାୟ ବର୍ଷେ ଧରି ଚାଲିଥିବା ସାଟେଲାଇଟ୍ ଟ୍ରାକିଂରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି।
Advertisment ୨୦୨୫ ନଭେମ୍ବରରେ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ବୈଜ୍ଞାନିକମାନେ ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ଏହି ପକ୍ଷୀଙ୍କ ଦେହରେ ସାଟେଲାଇଟ୍ ଟ୍ରାନ୍ସମିଟର ଲଗାଇଥିଲେ।
ଏହାଦ୍ୱାରା ପକ୍ଷୀମାନଙ୍କ ଗତିବିଧି, ଯାତ୍ରାପଥ ଓ ରହଣି ସ୍ଥଳ ସମ୍ପର୍କରେ ତଥ୍ୟ ମିଳୁଛି।
ଅପାପାଙ୍ଗ ଓ ଆଲାଙ୍ଗ ଏସିଆ ଓ ଆଫ୍ରିକା ଦେଇ ୨୩ଟି ଦେଶ ଅତିକ୍ରମ କରି ପୁଣି ମଣିପୁର ଫେରିଛନ୍ତି।
ଏବେ ତାମେଙ୍ଗଲଙ୍ଗର ପାହାଡ଼ିଆ ଅଞ୍ଚଳରେ ଦୁଇରୁ ତିନି ସପ୍ତାହ ରହିବେ ଏହି ପକ୍ଷୀ।
ଏହି ସମୟରେ ପୋକ ଜୋକ ଖାଇ ଶରୀରରେ ଶକ୍ତି ସଞ୍ଚୟ କରିବେ।
କାରଣ ଆଗକୁ ରହିଛି ଆଉ ଏକ ଦୁଃସାହସିକ ଯାତ୍ରା।
ମଣିପୁରରୁ ଆଫ୍ରିକାର ସୋମାଲିଆ ପର୍ଯ୍ୟନ୍ତ ପ୍ରାୟ ୬ ହଜାର କିଲୋମିଟର ଉଡ଼ାଣ।
ଏଥିରେ ଆରବ ସାଗରର ପ୍ରାୟ ୩ ହଜାର କିଲୋମିଟର ଅଂଶକୁ ବିନା ବିରତିରେ ଅତିକ୍ରମ କରିବେ।
ଏହି ଯାତ୍ରା ପାଇଁ ପ୍ରାୟ ଛଅ ଦିନ ଲାଗିବ ବୋଲି ଆକଳନ କରାଯାଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।