Andhra Panchayat Elections Today: ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଆଜି: ଗଜପତି ସୀମା ଜଗିବେ, ସୀମାରେ ଚେକ୍‌ପୋଷ୍ଟ, ୨୪ ଘଣ୍ଟିଆ ପାଟ୍ରୋଲିଂ

Nov 05, 2026 - 02:46
Andhra Panchayat Elections Today: ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଆଜି: ଗଜପତି ସୀମା ଜଗିବେ, ସୀମାରେ ଚେକ୍‌ପୋଷ୍ଟ, ୨୪ ଘଣ୍ଟିଆ ପାଟ୍ରୋଲିଂ

ପାରଳାଖେମୁଣ୍ଡି: ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ।

ଏଥିପାଇଁ ଗଜପତି ଜିଲ୍ଲା ସୀମାରେ ବିବାଦୀୟ ଗାଁ ଗୁଡ଼ିକରେ ଗତ କିଛି ଦିନ ହେଲା ଆନ୍ଧ୍ରର ପ୍ରଚାର ଗାଡ଼ି ବୁଲୁଥିଲା।

ନେତା ଓ କର୍ମୀ ଘରକୁ ଘର ବୁଲି ଭୋଟ ମାଗିବା ସହ ଲିଫ‌ଲେଟ୍ ବାଣ୍ଟିଥିଲେ।

ତେବେ ସୀମାନ୍ତ ଗାଁର ଲୋକେ ଯେମିତି ଆସନ୍ତାକାଲି ମତଦାନ ନକରିବେ, ଏଥିପାଇଁ ଗଜପତି ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି।

ଆନ୍ଧ୍ର ଅଧିକାରୀ ଓ ନେତାଙ୍କ ଅନଧିକାର ପ୍ରବେଶ ଓ ଭୋଟରଙ୍କ ଉପରେ ଚାପ ପ୍ରୟୋଗ ରୋକିବାକୁ ଚେକ୍‌ପୋଷ୍ଟ ସ୍ଥାପନ ସହ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Advertisment Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ଆଜି ଏନେଇ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ବାର ବୈଠକ ବସିଥିଲା।

ବୈଠକରେ ଉପଜିଲ୍ଲାପାଳ ଭଗବତ ସାମଲ କଲ୍ୟାଣ ରାଓ, ରାୟଗଡ଼ ବିଡିଓ ସନ୍ତୋଷ ବାରିକ, ତହସିଲଦାର ସୁକାନ୍ତ ପ୍ରଧାନ, ଏସ୍‌ଡିପିଓ ମାଧବାନନ୍ଦ ନାୟକ ଓ ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ ନିଶିକା ଉପସ୍ଥିତ ଥିଲେ।

ଓଡ଼ିଶା ସୀମାନ୍ତକୁ ଆନ୍ଧ୍ର ପୁଲିସ କିମ୍ବା ଅଧିକାରୀ ପ୍ରବେଶ କରି ସ୍ଥାନୀୟ ଲୋକଙ୍କୁ ଭୋଟ ଦେବାକୁ ଚାପ ପକାଇବା କିମ୍ବା ବାଧ୍ୟ କରିବା ଭଳି ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପ୍ରତି ସଜାଗ ରହିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଆଜି ସୀମାରେ ଚେକ୍‌ପୋଷ୍ଟ, ୨୪ ଘଣ୍ଟିଆ ପାଟ୍ରୋଲିଂ ଏଥିସହ ଗଙ୍ଗାବାଡ଼ ପଞ୍ଚାୟତର ସମସ୍ତ ସୀମାନ୍ତ ପ୍ରବେଶପଥରେ ଚେକ୍‌ପୋଷ୍ଟ ସ୍ଥାପନ ଓ ପୁଲିସ ପାଟ୍ରୋଲିଂ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି।

ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀ ସୀମାନ୍ତ ଅଞ୍ଚଳରେ ସଜାଗ ରହିବେ।

ଅନଧିକାର ପ୍ରବେଶ, ଚାପ ପ୍ରୟୋଗ କିମ୍ବା ଅନ୍ୟ କୌଣସି ଆଇନଶୃଙ୍ଖଳା ସମସ୍ୟା ଯେପରି ନଘଟେ, ସେଥିପାଇଁ ନଜର ରଖାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Jitendra Singh: ଆମେରିକାରୁ ଅଭିଜିତ ଦୀପକେ, ପାକିସ୍ତାନରୁ ଆଶୁତୋଷ ରାଙ୍କାଙ୍କୁ ମିଳୁଛି ପାଣ୍ଠି: ଜିତେନ୍ଦ୍ର ସିଂହ ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା, ମାଧିଆଖୋଲ, ଗୁଡ଼ୁଖୁଡ଼ି, ବୁରୁସିଂ, ଅମାରିଂ ଓ ଆଖଡ଼ା ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଦେଖାଦେଇଛି।

ଏହି ୬ଟି ଗାଁର ୨୦୦ରୁ ଊର୍ଦ୍ଧ୍ବ ଲୋକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ସାବା କୋଟା ପଞ୍ଚାୟତରେ ଭୋଟ ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ଏହି ଅଞ୍ଚଳର କିଛି ଲୋକଙ୍କ ନାମ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ରହିଛି।

ଆନ୍ଧ୍ରର ୨୦୨୧ ପଞ୍ଚାୟତ ନିର୍ବାଚନ ବେଳେ ମଧ୍ୟ ଶତାଧିକ ଲୋକ ‌ଭୋଟ ଦେଇଥିଲେ।

ସ୍ଥାନୀୟ ସରପଞ୍ଚଙ୍କ ସୂଚନା ଅନୁସାରେ, ପୂର୍ବ ନିର୍ବାଚନରେ ଓଡ଼ିଶା ପୁଲିସ ପକ୍ଷରୁ ଲୋକଙ୍କୁ ଆନ୍ଧ୍ରରେ ଭୋଟ ନ ଦେବାକୁ ସଚେତନ କରାଯାଇଥିଲେ ମଧ୍ୟ ପ୍ରାୟ ୧୨୦ ଜଣ ସେଠାରେ ମତଦାନ କରିଥିଲେ।

ଏଥର ମଧ୍ୟ ସମାନ ସ୍ଥିତିର ପୁନରାବୃତ୍ତି ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।