31 OCTOBER 2026

Welcome!

Unlock your personalized experience.
Sign Up

Andhra Pradesh campaign: କୋଟିଆରେ ଆନ୍ଧ୍ର ପ୍ରଚାର ଗାଡ଼ି ଅଟକ: ଟିଡିପି ପ୍ରାର୍ଥୀଙ୍କ ସ‌ମେତ ୨୦ ସମର୍ଥକଙ୍କୁ ଛାଡ଼ିଲା ପୁଲିସ

Oct 31, 2026 - 02:20
Andhra Pradesh campaign: କୋଟିଆରେ ଆନ୍ଧ୍ର ପ୍ରଚାର ଗାଡ଼ି ଅଟକ: ଟିଡିପି ପ୍ରାର୍ଥୀଙ୍କ ସ‌ମେତ ୨୦ ସମର୍ଥକଙ୍କୁ ଛାଡ଼ିଲା ପୁଲିସ

ପଟାଙ୍ଗି: କୋଟିଆରେ ଆନ୍ଧ୍ରର ନିର୍ବାଚନ ଭଣ୍ଡୁର କରିବାକୁ ଓଡ଼ିଶା ପ୍ରଶାସନ ପ୍ରୟାସ ଜାରି ରଖିଛି। ସେପଟେ ଆନ୍ଧ୍ର କଳେବଳେ କୌଶଳେ ନିର୍ବାଚନ କରିବା ଲାଗି ଉଦ୍ୟମ କରୁଛି। ଶୁକ୍ରବାର ତଳଗଞ୍ଜେଇପଦର ପଞ୍ଚାୟତ ଲାଗି ଆନ୍ଧ୍ରର ଟିଡିପି (ତେଲୁଗୁ ଦେଶମ ପାର୍ଟି) ପକ୍ଷରୁ ପ୍ରାର୍ଥୀ ହୋଇଥିବା ଉପରସେମ୍ବି ଗ୍ରାମର ତାଡିଙ୍ଗ ଚିରଞ୍ଜୀବୀ କୋଟିଆରେ ପ୍ରଚାର କରୁଥିବା ବେଳେ ତାଙ୍କୁ ପ୍ରଶାସନ ଅଟକ ରଖିଥିଲା। ଗାଲିଗବଦର ନିକଟରେ ଟିଡିପିର ପ୍ରଚାର ଗାଡ଼ି ସମେତ ପ୍ରାର୍ଥୀ ଚିରଞ୍ଜୀବୀ ଓ ୨୦ ସମର୍ଥକଙ୍କୁ କୋଟିଆର ସ୍ବତନ୍ତ୍ର ଅଧିକାରୀ ସୌରଭ ଦାଶ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଅଟକ ରଖି କୋଟିଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଲିଗାବଦରରେ ପହଞ୍ଚିବା ପରେ ପ୍ରଚାର ଗାଡ଼ିକୁ ଥାନାକୁ ନେଇଥିଲା। ତେବେ ଟିଡିପି ପ୍ରାର୍ଥୀ ଚିରଞ୍ଜୀବୀଙ୍କ ସମେତ ତାଙ୍କର ୨୦ ସମର୍ଥକଙ୍କୁ ପରେ ପୁଲିସ ଛାଡ଼ିଦେଇଛି।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

କୋଟିଆର ତଳଗଞ୍ଜେଇପଦରକୁ ଆନ୍ଧ୍ର ପଞ୍ଚାୟତ କରି ସମିତିସଭ୍ୟ ନିର୍ବାଚନ କରୁଛି। ତଳଗଞ୍ଜେଇପଦର ସମିତିସଭ୍ୟ ଭାବେ ଟିଡିପି ସମର୍ଥିତ ଉପରସେମ୍ବି ଗ୍ରାମର ତାଡିଙ୍ଗ ଚିରଞ୍ଜୀବୀ ଓ ୱାଇଏସ୍‌ଆର କଂଗ୍ରେସ ଦଳ ସମର୍ଥିତ ପାଣୁକୁୱାଲସା ଗ୍ରାମର କାନପୁରୀ ମାଝି ନିର୍ବାଚନ ଲଢ଼ୁଛନ୍ତି। ଶୁକ୍ରବାର ଚିରଞ୍ଜୀବୀ କୋଟିଆର ବିଭିନ୍ନ ଗ୍ରାମରେ ପ୍ରଚାର କରୁଥିଲେ। ଏହି ସମୟରେ କୋଟିଆ ଅଭିମୁଖେ ଯାଉଥିବା ସ୍ବତନ୍ତ୍ର ଅଧିକାରୀ ଶ୍ରୀ ଦାଶ, ତହସିଲଦାର ଶ୍ରୀ ଧାରୁଆ ଏବଂ ପିଇଓ ବଳଭଦ୍ର ପାଢ଼ୀ ଟିଡିପିର ପ୍ରଚାର ଗାଡ଼ିକୁ ଅଟକାଇଥିଲେ। ଗାଡ଼ିରେ ପ୍ରଚାରପତ୍ର ସମେତ ନିର୍ବାଚନ ସମ୍ପର୍କିତ ଅନ୍ୟ କାଗଜପତ୍ର ଥିବାରୁ ପ୍ରାର୍ଥୀ ଓ ସମର୍ଥକଙ୍କୁ ପଚରାଉଚରା କରିଥିଲେ। ଗାଡ଼ି ଉପରେ ବେଆଇନ ଭାବେ ବସି ଟିଡିପି ସମର୍ଥକ ପ୍ରଚାର କରୁଥିବାରୁ ପୁଲିସ ତାଗିଦ କରିଥିଲା। କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ଲାଗି ବିଜ୍ଞପ୍ତି ପ୍ରକାଶ କରିବା ପରେ ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ସ୍ଥିତି ସୃଷ୍ଟି ହୋଇଛି।

VIP security: ନକ୍ସଲବାଦ ହ୍ରାସ ପରେ ଛତିଶଗଡ଼ରେ ୧୦୦ରୁ ଅଧିକ ନେତାଙ୍କ ସୁରକ୍ଷା କମିବ

ଆନ୍ଧ୍ର ନିର୍ବାଚନକୁ ବନ୍ଦ କରିବା ପାଇଁ ଓଡ଼ିଶା ପ୍ରଶାସନ-ନେତା ଓ ସ୍ଥାନୀୟ ଅଞ୍ଚଳବାସୀ ଏକାଠି ହୋଇଛନ୍ତି। ଆନ୍ଧ୍ର ବହୁ ବର୍ଷ ଧରି କୋଟିଆବାସୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଆସୁଥିବାରୁ ମତଦାନକୁ ନେଇ ମଧ୍ୟ ଆନ୍ଧ୍ର ଉତ୍ସାହିତ। ନଭେମ୍ବର ୫ରେ ସମିତିସଭ୍ୟ ନିର୍ବାଚନ ଲାଗି କୋଟିଆର ନେରେଡିୱାଲସାରେ ଆନ୍ଧ୍ର ବୁଥ୍‌ କରିବାକୁ ଯାଉଥିବାରୁ ଏହାକୁ ବନ୍ଦ କରିବା ପାଇଁ ପୁଲିସ, ପ୍ରଶାସନ ରଣନୀତି ପ୍ରସ୍ତୁତ କରିଛନ୍ତି। ନେରେଡିୱାଲସାରେ ଓଡ଼ିଶା ପୁଲିସର ଚେକ୍‌ପୋଷ୍ଟ୍‌ ଲାଗିବା ପରେ ଆନ୍ଧ୍ରର ଗତିବିଧି କମିଛି। ସର୍ବଦଳୀୟ ନେତା କୋଟିଆ ଗସ୍ତ କରି ଆନ୍ଧ୍ରରେ ମତଦାନ ନ କରିବା ଲାଗି ଲୋକଙ୍କୁ ବୁଝାଇଛନ୍ତି। ନିୟମ ଭାଙ୍ଗି ଆନ୍ଧ୍ର ନିର୍ବାଚନକୁ ସମର୍ଥନ କଲେ କିମ୍ବା ଏଥିପାଇଁ ଲୋକଙ୍କୁ ବାଧ୍ୟ କରି ବିଶୃଙ୍ଖଳା ସୃଷ୍ଟି କଲେ ଗିରଫ କରିବାକୁ ପ୍ରଶାସନ ଚେତାବନୀ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।