22 OCTOBER 2026

Welcome!

Unlock your personalized experience.
Sign Up

Anita Kanwal : ଆର୍ଥିକ ସଙ୍କଟକୁ ନେଇ ଚାଲିଥିବା ଗୁଜବ ଉପରେ ଅସନ୍ତୋଷ ପ୍ରକାଶ କଲେ ଅନିତା କଂୱଲ

Oct 22, 2026 - 20:23
Anita Kanwal : ଆର୍ଥିକ ସଙ୍କଟକୁ ନେଇ ଚାଲିଥିବା ଗୁଜବ ଉପରେ ଅସନ୍ତୋଷ ପ୍ରକାଶ କଲେ ଅନିତା କଂୱଲ

ମୁମ୍ବାଇ: ଅଭିନେତ୍ରୀ ଅନିତା କଂୱଲ ଆର୍ଥିକ ସଙ୍କଟକୁ ନେଇ ଚାଲିଥିବା ଗୁଜବ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରାୟ ୬ ମାସ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିବା କଥାକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିବା ସହ ତାଙ୍କ ନାମ ନେଇ ଅପପ୍ରଚାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ କେବେ କାହାକୁ ଆର୍ଥିକ ସହାୟତା ମାଗିନାହାନ୍ତି। କିନ୍ତୁ ତାଙ୍କ କଥାକୁ ଏପରି ଭାବେ ଉପସ୍ଥାପନ କରାଗଲା, ଯେପରି ସେ ଲୋକଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରୁଛନ୍ତି।

ପୁରୁଣା ସାକ୍ଷାତକାରକୁ ନେଇ ଅସନ୍ତୋଷ ପ୍ରକାଶ

ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏଭଳି ଭିତ୍ତିହୀନ ଖବରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଖବର ତାଙ୍କୁ ଏତେ ମାନସିକ ଚାପ ଦେଇଛି ଯେ, ସେ କିଛି ଦିନ ହେଲା ଠିକ୍‌ରେ ଶୋଇପାରୁ ନାହାନ୍ତି ବୋଲି କହିଛନ୍ତି।

ଅନିତା କଂୱଲ କହିଛନ୍ତି, “କିଛି ନ୍ୟୁଜ୍‌ ଚ୍ୟାନେଲ ମୋ ବିଷୟରେ ଏପରି କିଛି ଲେଖିଛନ୍ତି, ଯାହା ମୋତେ ବହୁତ ଦୁଃଖ ଦେଇଛି। ୬ ମାସ ପୂର୍ବରୁ ମୁଁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାର ଦେଇଥିଲି। ସେଥିରେ ମୋତେ ପଚରାଯାଇଥିଲା ଯେ, ଯଦି ମୋତେ କାମ ନମିଳେ କିମ୍ବା ରୋଜଗାର ନହୁଏ, ତେବେ ମୁଁ ଆର୍ଥିକ ଦୃଷ୍ଟିରୁ କେତେ ଦିନ ନିଜକୁ ସମ୍ଭାଳି ପାରିବି। ଏହାର ଉତ୍ତରରେ ମୁଁ କହିଥିଲି, ଏକରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ।”

ମୋର ଏହି କଥାକୁ ଲୋକଙ୍କଠାରୁ ଟଙ୍କା ମାଗୁଥିବା ଭଳି ଉପସ୍ଥାପନ କରାଗଲା। ଯାହା ଦେଖି ଲୋକଙ୍କୁ ଲାଗିଲା ଯେ ମୁଁ ସେମାନଙ୍କଠାରୁ ଟଙ୍କା ମାଗୁଛି। ମୁଁ ଏକ ସମ୍ମାନିତ ଓ ସମ୍ପନ୍ନ ପରିବାରରୁ ଆସିଛି। ହଁ ମାନୁଛି କିଛି ଭୁଲ୍‌ ନିବେଶ ହୋଇଥିଲା, ଯାହା ଯେକୌଣସି ବ୍ୟକ୍ତିଙ୍କ ସହ ହୋଇପାରେ। ଆଜି ବି ମୋର ରୋଜଗାର କରିବାର କ୍ଷମତା ଅଛି। ମୁଁ ଏତେ ସକ୍ଷମ ଯେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ନିଜକୁ ସମ୍ଭାଳି ପାରିବି। ହିଁ ମୋତେ କାମ ମିଳୁ ନଥିଲା, କିନ୍ତୁ ଏହା ୬ ମାସ ପୂର୍ବର କଥା। ଏହା ପରେ ମୁଁ ଇନ୍‌ଷ୍ଟାଗ୍ରାମରେ ରିଲ୍ସ ପୋଷ୍ଟ କରିବା ଆରମ୍ଭ କଲି। ମୋତେ ଏକ ଫିଲ୍ମ ମିଳିଲା। ଏବେ ଇନ୍‌ଷ୍ଟାଗ୍ରାମ ପାଇଁ ମୋତେ ବିଭିନ୍ନ ବ୍ରାଣ୍ଡ୍‌ ସହ କୋଲାବୋରେସନ୍‌ ମିଳୁଛି ଏବଂ ମୁଁ ବହୁତ ଖୁସି ଅଛି।”

ଗଣମାଧ୍ୟମକୁ ଅନୁରୋଧ କଲେ ଅନିତା

ନିଜର ଆର୍ଥିକ ସ୍ଥିତିକୁ ନେଇ ପ୍ରସାରିତ ଖବର ଉପରେ ଅନିତା କହିଛନ୍ତି, “ଆପଣମାନେ ଲେଖୁଛନ୍ତି ଯେ ମୋ ପାଖରେ ଟଙ୍କା ନାହିଁ, ଯେପରି ମୁଁ ଲୋକଙ୍କ ଆଗରେ ହାତ ପତାଉଛି। ଏହା ଭୁଲ୍‌। ମୁଁ ଆର୍ଥିକ ସଙ୍କଟରେ ନାହିଁ। ମୁଁ ସମ୍ପୂର୍ଣ୍ଣ ଭଲ ଅଛି ଏବଂ ନିଜ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି। ଏହି ବୟସରେ ମୋ ନାମକୁ ଏଭଳି ବଦନାମ କରନ୍ତୁ ନାହିଁ।”

ଫ୍ରାନ୍ସରେ ଆଉ ଏକ ବିପର୍ଯ୍ୟୟ: ମଣିଷଙ୍କ ମଧ୍ୟରେ ବ୍ୟାପିଲା ବିପଜ୍ଜନକ ଶାମୋଣ୍ଡା ଭାଇରସ, ଜଣଙ୍କର ନେଲା ଜୀବନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।