Anti-liquor protests ମଦମୁକ୍ତ ଆନ୍ଦୋଳନ, ଅଣ୍ଟାଭିଡ଼ିଲେ ୨୩ଖଣ୍ଡ ଡଙ୍ଗରିଆ ଗ୍ରାମବାସୀ
"ବିଷମ କଟକ: ବିଶାକ୍ତ ମଦ କବଳରେ କୁର୍ଲୀ ପଞ୍ଚାୟତକୁ ମୁକୁଳାଇବା ପାଇଁ ୨୩ଖଣ୍ଡ ଡଙ୍ଗରିଆ ଗାଁର ଲୋକ ଅଣ୍ଟାଭିଡ଼ିଛନ୍ତି।
ଆଜି (ଗୁରୁବାର) ଏନେଇ କୁର୍ଲୀ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
Advertisment Alcohol-free village: ଗାଁ"କୁ ମଦମୁକ୍ତ ଲାଗି ମହିଳାଙ୍କ ମେଳି: "ପ୍ରଶାସନ ବନ୍ଦ କରୁ, ନହେଲେ ଆମେ ବନ୍ଦ କରିବୁ" ଅନୁଷ୍ଠିତ ବୈଠକରେ କୁର୍ଲୀ ସରପଂଚ ସୁବର୍ଦ୍ଧିନୀ ୱାଡକା ଅଧ୍ୟକ୍ଷତା କରିଥିଲେ।
ବୈଠକରେ ସର୍ବସମ୍ମତିକ୍ରମେ ପଂଚାୟତକୁ ମଦମୁକ୍ତ ଅଂଚଳ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ।
୨୩ଖଣ୍ଡ ଗ୍ରାମର ଡଙ୍ଗରିଆ ପୁରୁଷ ମହିଳା ମାନେ ଯୋଗ ଦେଇଥିଲେ।
ଆଖପାଖ ଅଂଚଳ ଯେଉଁ ସ୍ଥାନରେ ମଦବିକ୍ରି ହେଉଛି ଏବଂ ମଦ ରନ୍ଧା ହେଉଛି ସେ ସମସ୍ତ ଅଂଚଳ କୁ ଯାଇ ସମସ୍ତ ମଦ ପୋଚ ସବୁକୁ ନଷ୍ଠ କରିବା ସହ ବିଶାକ୍ତ ମଦ ବ୍ୟବସାୟୀ ମାନଙ୍କୁ ପୁନର୍ବାର ଏ ଅଂଚଳରେ ମଦ ବିକ୍ରି ନ କରିବାକୁ ମତ ପ୍ରକାଶ ପାଇଥିଲା।
Anti-Liquor Protest ମହିଳାଙ୍କ ଠେଙ୍ଗା ମାଡ଼ରେ ମଦବୋତଲ ଚୂନା, ପୁଲିସ ଛାନିଆଁ କୁର୍ଲୀରେ ରହିଥିବା ବେଆଇନ୍ ମଦ ଭାଟିର ତାଲା ଭାଙ୍ଗି ପୋଚ, ମଦ ନଷ୍ଟ କରିଥିଲେ ।
ଆଜି ଅନ୍ୟୁନ ୨ହଜାର ରୁ ଊର୍ଦ୍ଧ୍ବ ମହୁଲ ଓ ସପୁରୀରୁ ପ୍ରସ୍ତତ ମଦ ଏବଂ ପୋଚ ନଷ୍ଟ କରିଛନ୍ତି ।
ନିଶା ମୁକ୍ତ ଆନ୍ଦୋଳନରେ କୁର୍ଲୀର ଶ୍ୟାମ ଜାକସିକା, ମାଣ୍ଡି କାଡ୍ରାକା, ନବଘନ ୱାଡକା, ଟୁନିଆ ଜାକସିକା, କୁଶ ୱାଡକା, ଗୋବର୍ଦ୍ଧନ ୱାଡକା ସମେତ ୨୩ ଖଣ୍ଡ ଗ୍ରାମର ଦିସାରୀ ଏ ଆନ୍ଦୋଳନର ନେତୃତ୍ୱ ଦାୟିତ୍ବ ନେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।