Anti-social elements: ରାତି ୧୨ ପରେ ଡରାଉଛନ୍ତି ଅସାମାଜିକ: ପିସିଆର୍ ପାଟ୍ରୋଲିଂ ହେଉନଥିବା ଅଭିଯୋଗ, ୮ମାସରେ ୧୧୫ ଲୁଟ୍
"ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଲେଣି ଅସମାଜିକ ତତ୍ତ୍ବ।
ମଦ୍ୟପାନ କରି ଲୋକଙ୍କୁ ମାର୍ଧର୍ କରିବା ସହିତ ଛିନ୍ତାଇ କରୁଛନ୍ତି।
କେବଳ ସେତିକି ନୁହେଁ, ବିଳମ୍ବିତ ରାତିରେ ଘରକୁ ଫେରୁଥିବା କର୍ମଜୀବୀଙ୍କୁ ଟାର୍ଗେଟ୍ କରାଯାଉଛି।
ଏପରିକି ସେମାନଙ୍କ ନିକଟରୁ ଜୋର୍ ଜବରଦସ୍ତ ଟଙ୍କା ମଧ୍ୟ ଛଡ଼ାଇ ନିଆଯାଉଛି।
କେବଳ ମାର୍ଧର୍ ବା ଲୁଟ୍ପାଟ୍ରେ ସୀମିତ ନାହାନ୍ତି ଅସାମାଜିକ।
ମଦ୍ୟପାନ କରି ବେପାରୁଆ ଢଙ୍ଗରେ ଗାଡ଼ିଚାଳନା ମଧ୍ୟ କରୁଛନ୍ତି।
ଆଉ ଏହି ଅସାମାଜିକଙ୍କୁ ଆୟତ୍ତ କରିବାରେ ଭୁବନେଶ୍ବର ଜିଲ୍ଲା ସହରାଞ୍ଚଳ ପୁଲିସ ଫେଲ୍ ମାରିଛି।
ଲୋକ ଦେଖାଣିଆ ଭାବେ ସମୟେ ସମୟେ ବିଭିନ୍ନ ଛକରେ ବ୍ଲକିଂ ଚେକିଂ କରାଯାଉଛି।
ହେଲେ ଅସାମାଜିକମାନେ ଗଳିକନ୍ଦିରେ ପଶି ଆତଙ୍କ ଖେଳାଉଛନ୍ତି।
ତେବେ ପାର୍ବଣ ପାଇଁ ଗତ ମାସ ଗଣେଶ ପୂଜାରୁ ହିଁ ଭୁବନେଶ୍ବର ସହରର ସ୍ଥିତି କିଛି ଏହିଭଳି ସ୍ତରକୁ ଖସି ଆସିଛି।
ଫଳରେ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ଲୋକେ ହୁଅନ୍ତୁ ବା କୌଣସି ଜରୁରୀକାଳୀନ କାମରେ ଲୋକେ ବାହାରକୁ ଗୋଡ଼ କାଢ଼ିବାକୁ ଭୟ କଲେଣି।
ଆଉ ତା"ଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପାର୍ବଣ ଜାଣି ସୁଦ୍ଧା କମିସନରେଟ୍ ପୁଲିସର ଯେମିତି ପ୍ରସ୍ତୁତି ହେବା କଥା, ସେମିତି ଦେଖିବାକୁ ମିଳୁନି।
Advertisment ମିଳିଥିବା ସୂଚନା ମୁତାବକ, ରସୁଲଗଡ଼ କେନାଲ୍ ରୋଡ୍, ଚକେଇସାହାଣି, ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ହାଇଟେକ୍ ଛକ, କଳିଙ୍ଗ ଷ୍ଟୁଡିଓ ଛକ, ଭରତପୁର, ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ପଛପଟ, ଏମ୍ସ ଅଣ୍ଡରପାସ୍ରୁ ସିଜୁଆ, ଆନନ୍ଦବନ ଛକ, କଳିଙ୍ଗବିହାର-ଘାଟିକିଆ ରାସ୍ତା, ଜାଭିୟର୍ ଛକ, ହାତିଆଶୁଣୀ ବସ୍ତି, ଉତ୍କଳ ହସ୍ପିଟାଲ୍ ନୂଆ ରାସ୍ତା, ରେଣ୍ଟାଲ୍ କଲୋନିର ଭାଗ୍ୟଶ୍ରୀ ରୋଡ୍ ପ୍ରମୁଖ ଅଞ୍ଚଳରେ ନିୟମିତ ପୁଲିସ ପାଟ୍ରୋଲିଂ ହେଉ ନଥିବା ଅଭିଯୋଗ ହୋଇଛି।
ରାସ୍ତା ଉପରେ ଅସାମାଜିକ ତତ୍ତ୍ବ ଖଟି ଜମାଇ ନିଶା ସେବନ କରୁଛନ୍ତି।
ସେହି ରାସ୍ତାରେ ଯିଏ ଯାଉଛନ୍ତି, ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିବାକୁ ବି ପଛାଉ ନାହାନ୍ତି।
ନିକଟରେ ଭୁବନେଶ୍ବରର ହାଇସିକ୍ୟୁରିଟି ଜୋନ୍ ବିଧାନସଭା ସମ୍ମୁଖରେ ଏଭଳି ଅଭାବନୀୟ କାଣ୍ଡ ଜଣେ ସାମ୍ବାଦିକ ଓ ସରକାରୀ କର୍ମଚାରୀଙ୍କ ସହିତ ଘଟିଥିଲା।
ଉଭୟଙ୍କୁ ୨ଜଣ ଯୁବକ ଓ ଜଣେ ଯୁବତୀ ନିସ୍ତୁକ ମାଡ଼ ମାରିବା ସହିତ ମୋବାଇଲ୍ ବାଡ଼େଇ ଭାଙ୍ଗି ଦେଇଥିଲେ।
ସେହିଭଳି ରାଜଧାନୀର କିଛି ବାର୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୁଚାଛପାରେ ଚାଲୁଛି।
ପରେ ନିଶା ଖାଇ ମାତାଲ୍ ଅବସ୍ଥାରେ ବାର୍ରୁ ବାହାରିବା ପରେ ବେପାରୁଆ ଢଙ୍ଗରେ ଗାଡ଼ିଚାଳନା କରୁଛନ୍ତି।
ଏପରିକି ସାମ୍ନାରେ ଯିଏ ଆସୁଛି ଆଖି ପିଛୁଳାକେ ତା" ଉପରେ ଗାଡ଼ି ଚଢ଼ାଇ ପଳାଉଛନ୍ତି।
ନିକଟରେ ଏହିଭଳି ଏକ ହିଟ୍ ଆଣ୍ଡ୍ ରନ୍ ମାମଲାରେ ସ୍ଥାନୀୟ ଲୋକେ ଏକ ଗାଡ଼ିକୁ ପ୍ରାୟ ୫କିମି ଗୋଡ଼ାଇ ଗୋଡ଼ାଇ ଜାଭିୟର୍ ଛକରେ ଧରିଥିଲେ।
ପରେ ମୈତ୍ରୀବିହାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଗିରଫ କରିବା ସହିତ ଗାଡ଼ି ଜବତ କରିଥିଲା।
Dr Ashutosh Mahapatra: ନୋବେଲ୍ ବିଜେତାଙ୍କ ସହ ଡ.
ମହାପାତ୍ରଙ୍କ ଆଲୋଚନା ବଞ୍ଜାରାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶଭୁବନେଶ୍ୱର: ଆଗକୁ ଦଶହରା।
ଏହି ସମୟରେ ସହର ଚଳଚଞ୍ଚଳ ରହିବ।
ପର୍ଯ୍ୟଟକ ଓ ବହାରର ଲୋକଙ୍କ ଭିଡ଼ ଜମିବ।
ତେଣୁ ଏହି ସମୟରେ ଅଧିକ ଲୁଟ୍ପାଟ, ଚୋରିର ଆଶଙ୍କ କରାଯାଉଛି।
ଏହା ଉପରେ ଅଂକୁଶ ଲଗାଇବାକୁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।
ପୂର୍ବରୁ ଲୁଟ୍ ପଛରେ ବଞ୍ଜାରା ଗ୍ୟାଙ୍ଗର ହାତଥିବାରୁ, ସେମାନଙ୍କ ଉପରେ ମଧ୍ୟ ରଖିବା ପାଇଁ କମିସନରେଟ୍ ବ୍ଲୁ-ପ୍ରିଣ୍ଟି କରିଛି।
ସେହିପରି ପୁରୁଣା ଅପରାଧୀ ଓ ଅଭ୍ୟାସଗତ ଲୁଟେରାଙ୍କ ତଥ୍ୟ ସଂଗ୍ରହ କରି ଅପରାଧୀ ଡାଟାବେସ୍ ପ୍ରସ୍ତୁତ କରିବାକୁ ଡିସିପି ଡା.
ସରବଣା ବିବେକ୍ ଏମ୍ ନିର୍ଦ୍ଦେଶ ଦେଇଛନ୍ତି।ତଥ୍ୟ ଅନୁଯାୟୀ, ଗତ ୮ମାସରେ ରାଜ୍ୟରେ ୩୮୬ଟି ସୁନା ଚେନ୍ ଲୁଟ୍ ହୋଇଥିବା ବେଳେ ଭୁବନେଶ୍ୱର ସହରାଞ୍ଚଳରେ ହୋଇଛି ୧୧୫ଟି।
୨୦୨୫ରେ ଭୁବନେଶ୍ୱରରେ ୧୧୮ଟି ଚେନ୍ ଲୁଟ୍ ମାମଲା ରୁଜୁ ହୋଇଥିଲା।
ସବୁଠୁ ବଡ଼କଥା ହେଲା ଯେ ସହରର ବିଭିନ୍ନ ଗଳିକନ୍ଦିରେ ବଞ୍ଜାରା ଗ୍ୟାଙ୍ଗ ଛାଇଯାଇଛନ୍ତି।
ଭିକ୍ଷାବୃତ୍ତି କରିବା ଆଳରେ ବିଭିନ୍ନ ସ୍ଥାନ ବୁଲି ବୁଲି ରେକି କରୁଛନ୍ତି।
ପରେ ସୁଯୋଗ ନେଇ ଲୁଟୁଛନ୍ତି।
ପୂର୍ବରୁ ମଧ୍ୟ ଏହାର ଅନେକ ନଜିର ରହିଛି।
ତେଣୁ ଏମାନଙ୍କ ଅପରାଧିକ ଦିଗକୁ ନେଇ ଖୋଳତାଡ଼ କରାଯିବ।
ବଞ୍ଜାରା ଗ୍ୟାଙ୍ଗର ତାଲିକା କରିବା ସହ ଏଥିରେ ଥିବା ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ଡିସିପି ସରବଣା ବିବେକ୍ ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେମାନେ ନିଜ ନିଜ ଅଞ୍ଚଳରେ ନଜରରେ ଆସୁଥିବା ବଞ୍ଜାରାଙ୍କ ତାଲିକା କରିବେ।
ସେହିପରି ପାର୍ବଣ ସମୟରେ ଗଳିକନ୍ଦିରେ ପାଟ୍ରୋଲିଂ ବଢ଼ାଇବା ସହ ସାଦା ପୋଷାକରେ ପୁଲିସ ମୁତୟନ ହେବ।
ସିସିଟିଭି ମାଧ୍ୟମରେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରହିବ।
ଏନେଇ ଏସିପି ଓ ଥାନାଧିକାରୀଙ୍କ ସହ ଡିସିପି ଆଲୋଚନା କରି କଡ଼ାନଜର ରଖବାକୁ ନିର୍ଦ୍ଦେଶ ଦେଇଛନ୍ତି।
Zoo: ବନ୍ୟପ୍ରାଣୀଙ୍କ ସେଫ୍ ଜୋନ୍ ପାପାଡାହାଣ୍ଡି ମୃଗ ବିହାର ତେବେ ନିୟମିତ ବ୍ୟବଧାନରେ ଏହି ଅଘଟଣ ହେଉଥିବା ବେଳେ କମିସନରେଟ୍ ପୁଲିସର ଏତେ ବ୍ୟବସ୍ଥା ଓ ମାଳମାଳ ଅଫିସର୍ କେଉଁ କାମକୁ ବୋଲି ରାଜଧାନୀବାସୀ ପ୍ରଶ୍ନ କଲେଣି।
ସେହିଭଳି ଅପରାଧୀଙ୍କୁ ଧରିବା ଏବଂ ରାତିରେ ପାଟ୍ରୋଲିଂ କରିବା ପାଇଁ ଥାନା ଓ ଟ୍ରାଫିକ୍ ପୁଲିସକୁ ୮୫ଟି ସ୍ପିଡ୍ ବାଇକ୍ ଦିଆଯାଇଥିଲା।
ରୋଡ୍ ରୋମିଓଙ୍କୁ ଧରିବାଠୁ ଆରମ୍ଭ କରି ଗଳି କନ୍ଦିରେ ଅପରାଧ ଘଟାଇ ଖସିଯାଉଥିବା ଅସାମାଜିକଙ୍କୁ ଧରିବା ଭଳି କାମରେ ଲଗାଇବାକୁ ଦିଆଯାଇଥିଲା।
ଏବେ ଏହି ଗାଡ଼ିରେ ପାଟ୍ରୋଲିଂ କରିବା ବା ଅପରାଧୀଙ୍କୁ ଧରିବା ପାଇଁ ବ୍ୟବହାର କରିବା କଥା ଦେଖିବାକୁ ମିଳୁନାହିଁ।
ତେବେ ଏତେ ସ୍ବତନ୍ତ୍ର ସୁବିଧା ଉପଲବ୍ଧ କରିବା ସତ୍ତ୍ବେ କମିସନରେଟ୍ ପୁଲିସ ରାତିରେ ରାଜଧାନୀକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଥିବାରୁ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି।
ଏ ସମ୍ପର୍କରେ ଡିସିପି ଡା.
ସରବଣା ବିବେକ ଏମ୍ କହିଛନ୍ତି, ରାତିରେ ଅସାମାଜିକ ତତ୍ତ୍ବଙ୍କ କାର୍ଯ୍ୟକଳାପ ବଢ଼ିଥିବା ଲକ୍ଷ୍ୟ କରାଯାଇଛି।
ତେଣୁ ରାତି ପାଟ୍ରୋଲିଂକୁ ବଢ଼ାଇବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଜିଠାରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ଲକିଂ, ଚେକିଂ କରାଯିବ।
ଏଥିପାଇଁ ନିର୍ଦ୍ଦିଷ୍ଟ ଯୋଜନା କରାଯାଇଛି ବୋଲି ଡିସିପି କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।