Anu Malik: ବାଥରୁମରେ ଗୀତ ଗାଇ ବଦଳାଇଥିଲେ ନିଜ ଭାଗ୍ୟ: ଜାଣନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ସଂଘର୍ଷର କାହାଣୀ

Nov 04, 2026 - 18:20
Anu Malik: ବାଥରୁମରେ ଗୀତ ଗାଇ ବଦଳାଇଥିଲେ ନିଜ ଭାଗ୍ୟ: ଜାଣନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ସଂଘର୍ଷର କାହାଣୀ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅନୁ ମଲିକ ଆଜି ନିଜର ସ୍ୱତନ୍ତ୍ର ସଙ୍ଗୀତ ଶୈଳୀ ପାଇଁ ବେଶ୍ ଜଣାଶୁଣା।

କିନ୍ତୁ ଏହି ସଫଳତା ପଛରେ ଲୁଚି ରହିଛି ଅନେକ ଦିନର କଠିନ ସଂଘର୍ଷ, ଧୈର୍ଯ୍ୟ ଏବଂ ନିଷ୍ଠାର କାହାଣୀ।

ନିକଟରେ ସଙ୍ଗୀତକାର ସମୀରଙ୍କ ସହ ତାଙ୍କର ଏକ ପୁରୁଣା ସାକ୍ଷାତକାର ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜ ପ୍ରାରମ୍ଭିକ ଦିନର ଏକ ରୋଚକ କଥା ଶେୟାର କରିଛନ୍ତି।

Advertisment ଆହୁରି ପଢ଼ନ୍ତୁ: ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଦୀପାବଳି ଭେଟି, ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ ଏଣିକି ମିଳିବ ମାସିକ ପ୍ରୋତ୍ସାହନ ରାଶି ଅନୁ ମଲିକ ଯେତେବେଳେ ସଙ୍ଗୀତ ଜଗତରେ କ୍ୟାରିୟର ଆରମ୍ଭ କରିଥିଲେ, ସେତେବେଳେ ଆର.

ଡି.

ବର୍ମନ, କଲ୍ୟାଣଜୀ-ଆନନ୍ଦଜୀ ଓ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ଭଳି ମହାନ ସଙ୍ଗୀତକାରଙ୍କର ରାଜ୍ ଚାଲିଥିଲା।

ଅନ୍ୟପଟେ ଲତା ମଙ୍ଗେଶକର, ଆଶା ଭୋସଲେ ଓ କିଶୋର କୁମାରଙ୍କ ଭଳି ମହାନ ଗାୟକ-ଗାୟିକାଙ୍କ ଡେଟ୍ସ ମିଳିବା ମଧ୍ୟ ଅତ୍ୟନ୍ତ କଷ୍ଟକର ଥିଲା।

ସେହି ସମୟରେ ମୁମ୍ବାଇର ମହବୁବ୍ ଷ୍ଟୁଡିଓ, ଫିଲ୍ମ ସେଣ୍ଟର ଏବଂ ଫେମସ ଷ୍ଟୁଡିଓ ସବୁବେଳେ ବୁକ୍ ରହୁଥିଲା।

ନୂଆ କଳାକାରଙ୍କ ପାଇଁ ସୁଯୋଗ ପାଇବା ଏକପ୍ରକାର ଅସମ୍ଭବ ଥିଲା।

ଷ୍ଟୁଡିଓ ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ଓ ବାଥରୁମ୍‌ରେ ଗୀତ ଅନୁ ମଲିକ ପ୍ରକାଶ କରିଛନ୍ତି ଯେ ସେ ମହବୁବ୍ ଷ୍ଟୁଡିଓ ବାହାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ କୌଣସି ପ୍ରଯୋଜକ ବା ନିର୍ଦ୍ଦେଶକଙ୍କୁ ଗୀତ ଶୁଣାଇବା ପାଇଁ ଅନୁରୋଧ କରୁଥିଲେ।

ସେହି ଦିନଗୁଡ଼ିକରେ ମୋ ଶୁଣିବାକୁ କେହି ନଥିଲେ।

ମୋର ସଂଘର୍ଷ ଏତେ ଅଲଗା ଥିଲା ଯେ ଗୋଟିଏ ଫିଲ୍ମରେ ସଙ୍ଗୀତ ଦେବାର ସୁଯୋଗ ପାଇବା ପାଇଁ ମୋତେ ଜଣେ ନିର୍ଦ୍ଦେଶକଙ୍କୁ ବାଥରୁମ୍‌ରେ ଗୀତ ଗାଇ ଶୁଣାଇବାକୁ ପଡ଼ିଥିଲା।

ମୁଁ ନିଜ ବାପାଙ୍କ ଦୁଃଖ ଦେଖିପାରୁ ନଥିଲି, ତେଣୁ ସୁଯୋଗ ଛଡ଼ାଇ ଆଣିବା ପାଇଁ ମୋତେ ଏସବୁ କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଅନୁ ମଲ୍ଲିକ।

ସଫଳତା ପରେ ବାପାଙ୍କୁ ଉପହାର ଧୀରେ ଧୀରେ ଅନୁ ମଲିକଙ୍କ କଠିନ ପରିଶ୍ରମ ରଙ୍ଗ ଆଣିଲା ଏବଂ ପ୍ରଯୋଜକମାନେ ତାଙ୍କ ପାଖକୁ ଆସିବା ଆରମ୍ଭ କଲେ।

କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ସ୍ୱଚ୍ଛଳତା ମିଳିବା ପରେ ସେ ପ୍ରଥମେ ନିଜ ବାପା ସରଦାର ମଲିକଙ୍କ ପାଇଁ ଏକ ବଡ଼ କାମ କରିଥିଲେ।

ଦିନେ ନିଜ ବାପାଙ୍କୁ ବସ୍ ଷ୍ଟପ୍‌ରେ ଛିଡ଼ା ହୋଇଥିବାର ଦେଖି ଅନୁ ମଲିକ ଗୋଟିଏ ନୂଆ କାର୍ କିଣି ତାଙ୍କୁ ସରପ୍ରାଇଜ୍ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆମେରିକାର ପ୍ରତିନିଧି ସଭାକୁ ନିର୍ବାଚିତ ହୋଇ ଇତିହାସ ରଚିଲେ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।