Apple: ଆପଲ୍‌ର କଡ଼ା ନୀତି: ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ବନ୍ଦ ହେବ ଡେଟିଂ ଏବଂ ଏଆଇ କମ୍ପାନିଅନ୍ ଆପ୍

Nov 05, 2026 - 13:13
Apple: ଆପଲ୍‌ର କଡ଼ା ନୀତି: ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ବନ୍ଦ ହେବ ଡେଟିଂ ଏବଂ ଏଆଇ କମ୍ପାନିଅନ୍ ଆପ୍

ନୂଆଦିଲ୍ଲୀ: ଟେକ୍ନୋଲୋଜି ଜଗତରେ ବଡ଼ ପଦକ୍ଷେପ ଗ୍ରହଣ କରି ଆପଲ୍ (Apple) ଆପ୍ ଷ୍ଟୋର୍ ନୀତିରେ ବଡ଼ଧରଣର ପରିବର୍ତ୍ତନ ଆଣିଛି।

ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ସମସ୍ତ ଡେଟିଂ ଆପ୍ ଏବଂ ରୋମାଣ୍ଟିକ କିମ୍ବା ଯୌନ ସମ୍ପର୍କିତ ଆଚରଣ କରୁଥିବା ଏଆଇ (AI) ଭର୍ଚୁଆଲ୍ ସାଥୀ ଆପ୍‌ଗୁଡ଼ିକୁ ସର୍ବନିମ୍ନ ୧୮+ ବୟସ ରେଟିଂ ଦିଆଯିବ।

ଏହାର ଅର୍ଥ ହେଲା ୧୮ ବର୍ଷରୁ କମ୍ ବୟସ୍କ ନାବାଳକ-ନାବାଳିକାମାନେ ଆଉ ଆଇଫୋନ୍‌ରେ ଏହି ଆପ୍‌ଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ।

Advertisment ନୂତନ ଏଜ୍ ରେଟିଂ ନିୟମ: ଯେଉଁ ଆପ୍‌ଗୁଡ଼ିକରେ ଡେଟିଂ ଫିଚର୍ସ ରହିଛି କିମ୍ବା ଯାହା AI ଚାଟବଟ୍ ଜରିଆରେ ବ୍ୟବହାରକାରୀଙ୍କ ସହିତ ରୋମାଣ୍ଟିକ ଓ ଅନ୍ତରଙ୍ଗ ସମ୍ପର୍କ ଯୋଡ଼ିଥାଏ, ସେସବୁକୁ ୧୮+ ବର୍ଗରେ ରଖାଯିବ।

ଡେଭଲପର୍‌ମାନଙ୍କ ପାଇଁ କଡ଼ା ନିର୍ଦ୍ଦେଶ: ଆପଲ୍ ପକ୍ଷରୁ ଡେଭଲପର୍‌ମାନଙ୍କୁ ସେମାନଙ୍କ ଆପ୍ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାକୁ କୁହାଯାଇଛି।

ଆସନ୍ତା ଜାନୁଆରୀ ୧୨, ୨୦୨୭ ସୁଦ୍ଧା ସମସ୍ତ ଆପ୍ ଡେଭଲପର୍‌ଙ୍କୁ ଏହି ନୂତନ ନିଷ୍ପତ୍ତି ନେବାକୁ ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢନ୍ତୁ: CNG: ସ୍କୁଟରରେ କାହିଁକି କମ୍‌ ରଖାଯାଏ CNG ଟ୍ୟାଙ୍କ କ୍ଷମତା?

ଜାଣନ୍ତୁ ଏହା ପଛର ପ୍ରକୃତ କାରଣ ପିତାମାତାଙ୍କ ପାଇଁ ନିୟନ୍ତ୍ରଣ: ଏହି କଡ଼ା ନିୟମ କାରଣରୁ ଅଭିଭାବକମାନେ ଆପଲ୍‌ର 'ସ୍କ୍ରିନ୍ ଟାଇମ୍' ଏବଂ 'ପାରେଣ୍ଟ୍ କଣ୍ଟ୍ରୋଲ୍' ଫିଚର୍ସ ମାଧ୍ୟମରେ ନିଜ ପିଲାମାନଙ୍କୁ ଏଭଳି ଆପ୍‌ଠାରୁ ଦୂରେଇ ରଖିବାରେ ସକ୍ଷମ ହେବେ।

ବର୍ତ୍ତମାନର ଏହି ଯୁଗରେ AI କମ୍ପାନିଅନ୍ ଆପ୍‌ଗୁଡ଼ିକର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ, ନାବାଳକମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଆପଲ୍ ର ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।