Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର

Sep 21, 2026 - 00:42
Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର।

ରାଇରଙ୍ଗପୁରରୁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ମାଟିର ଫୋଟୋଚିତ୍ର ପାଇଁ ଦିଲ୍ଲୀରୁ ପହଞ୍ଚିଲା ଧନ୍ୟବାଦ ଚିଠି।

ଚିଠି ପାଇ ଉତ୍ସାହିତ ହୋଇଛନ୍ତି ରାଇରଙ୍ଗପୁରର ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର।

Advertisment ଏହି ମୁହୂର୍ତ୍ତକୁ ନେଇ ରାଇରଙ୍ଗପୁରର କାରିଗର ମହଲରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି।

ଗତ ଜୁନ୍ ୨୦ ରେ ରାଇରଙ୍ଗପୁର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ।

ଦାଣ୍ଡବସ ଠାରେ ହୋଇଥିବା ସଭାସ୍ଥଳରେ ରାଇରଙ୍ଗପୁରର ମୋରିୟା ଆର୍ଟ୍ସର ଶିଳ୍ପୀ ଅନମୋଲ ପଦାର ମାଟିରେ ପ୍ରଧାନମନ୍ତ୍ରୀଙ୍କ ଫୋଟୋଚିତ୍ର ତିଆରି କରି ତାଙ୍କୁ ଉପହାର ଦେଇଥିଲେ।

ଏହି କଳାକୃତି ପାଇଁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଡାକଯୋଗେ ଅନମୋଲଙ୍କ ନିକଟକୁ ଧନ୍ୟବାଦ ଓ ପ୍ରଶଂସା ପତ୍ର ପହଞ୍ଚିଛି।

Shehzad Poonawalla : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ : ଶେହଜାଦ ପୁନାୱାଲା ପ୍ରକୃତ ସ୍ବେଚ୍ଛାଚାରୀ ହୋଇପାରିଲେନି ଏହି ଚିଠି ପାଇବା ପରେ ଅନମୋଲଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି।

କଳାକାରଙ୍କ କଳାକୃତିକୁ ସମ୍ମାନ ଦେଇଥିବାରୁ ଅନମୋଲ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଇରଙ୍ଗପୁର ପୌରପାରିଷଦର ୧୦ ନମ୍ବର ୱାର୍ଡରେ ବାସ କରୁଥିବା ଅନମୋଲ ପୁଣିଥରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଆଙ୍କ ଫୋଟୋଚିତ୍ର ମାଟିରେ ତିଆରି କରି ଭେଟି ଦେବେ ବୋଲି କହିଛନ୍ତି।

ରାଇରଙ୍ଗପୁର ଅଞ୍ଚଳରେ ମୂର୍ତ୍ତି ଶିଳ୍ପୀ ଭାବେ ଅନମୋଲ ପଦାର ବେଶ୍ ପରିଚିତ।

ତାଙ୍କ କଳାକୃତିକୁ ନେଇ ମିଳିଥିବା ଏହି ସମ୍ମାନ ସ୍ଥାନୀୟ କଳାକାରଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ସୃଷ୍ଟି କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।