Arrest: ପଞ୍ଜାବରେ ବିପୁଳ ଅସ୍ତ୍ରଶସ୍ତ୍ର, ୩କିଲୋ ହେରୋଇନ୍‌ ସହିତ ଇନ୍ସପେକ୍ଟର ଗିରଫ

Sep 26, 2026 - 20:27
Arrest: ପଞ୍ଜାବରେ ବିପୁଳ ଅସ୍ତ୍ରଶସ୍ତ୍ର, ୩କିଲୋ ହେରୋଇନ୍‌ ସହିତ ଇନ୍ସପେକ୍ଟର ଗିରଫ

"ଚଣ୍ଡୀଗଡ଼: ପଞ୍ଜାବରେ ନିଶା କାରବାର ରୋକିବା ଦାୟିତ୍ବରେ ଥିବା କାଉଣ୍ଟର ଇଣ୍ଟେଲିଜେନ୍ସି ୱିଙ୍ଗ ଇନ୍ସପେକ୍ଟରଙ୍କଠାରୁ ୩ କିଲୋରୁ ଅଧିକ ହେରୋଇନ୍‌ ଓ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି।

ଶୁକ୍ରବାର ଅଭିଯୁକ୍ତ ୫୬ ବର୍ଷୀୟ ବଲଦେବ ସିଂହଙ୍କ ଗାଡ଼ିକୁ ଫିରୋଜପୁର-ମୋଗା ରୋଡରେ ରୋକାଯିବା ପରେ ତାଙ୍କ ଗାଡ଼ିରୁ ବିପୁଳ ପରିମାଣର ହେରୋଇନ୍‌ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

ସିଂହ ଡ୍ରଗ୍ସ ଚୋରାଚାଲାଣରେ ସାମିଲ ଥିବା ଖବର ମିଳିବା ପରେ ତାଙ୍କୁ ଧରିବାକୁ ଚେକ୍‌ ପଏଣ୍ଟ କରାଯାଇଥିଲା।

Advertisment ପୁଲିସ୍‌ ଇନ୍ସପେକ୍ଟରଙ୍କୁ ଧରିବାକୁ ଚେକ୍‌ ପଏଣ୍ଟ ଫିରୋଜପୁର ବରିଷ୍ଠ ପୁଲିସ ଅଧୀକ୍ଷକ ଭୂପିନ୍ଦର ସିଂହ କହିଛନ୍ତି, ପୁଲିସ ସିଂହଙ୍କଠାରୁ ୩ କିଲୋ ୩୫୦ ଗ୍ରାମର ହେରୋଇନ, ମାଗାଜିନ୍‌ ସହିତ ୬ଟି ପିସ୍ତଲ, ୭ ରାଉଣ୍ଡ ଗୁଳି ଓ ୬ଟି ମୋବାଇଲ ଫୋନ୍‌ ଜବତ କରିଛି।

ପୁଲିସ ଏହି ମାମଲାରେ ତଦନ୍ତ କରୁଛି।

ଗିରଫ ପୁଲିସ୍‌ ଇନ୍ସପେକ୍ଟରଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ସେ କେବେଠାରୁ ଡ୍ରଗ୍ସ ଓ ଅସ୍ତ୍ର କାରବାରରେ ସାମିଲ ଅଛନ୍ତି ପୁଲିସ ତା"ର ତଦନ୍ତ କରୁଛି।

ପଡ଼ୋଶୀ ଫାଜିଲ୍କା ଜିଲ୍ଲାରେ ପୁଲିସ ୩ ଜଣ ସନ୍ଦିଗ୍ଧ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଓ ସେମାନଙ୍କଠାରୁ ପାକିସ୍ତାନ ତିଆରି ଡ୍ରୋନ୍‌ ଓ ୨୭୦ ଗ୍ରାମ ହେରୋଇନ ଜବତ କରିଛି।

କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ: ଯୋଗୀ ଆଦିତ୍ୟନାଥ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।