Arrest: ଶ୍ରଦ୍ଧା ଦୁବେଙ୍କୁ ମହାରାଷ୍ଟ୍ରରୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ

Oct 20, 2026 - 17:47
Arrest: ଶ୍ରଦ୍ଧା ଦୁବେଙ୍କୁ ମହାରାଷ୍ଟ୍ରରୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ

"ଲକ୍ଷ୍ନୌ/ନାଗପୁର: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସେହି ସମୟରେ ଚର୍ଚ୍ଚାରେ ଥିଲା, ଯେଉଁ ସମୟରେ ଏକ ରେଷ୍ଟୁରାଣ୍ଟ ମାଲିକ ଶିବା ଶର୍ମାଙ୍କ ରହସ୍ୟଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ଶ୍ରଦ୍ଧା ଦୁବେ, ରଶ୍ମି ଦୁବେ ଏବଂ ଡ୍ରାଇଭର ଦାନିଶ ଅଭିଯୁକ୍ତ ଥିଲେ।

ମୁଖ୍ୟ ଅଭିଯୁକ୍ତ ଶ୍ରଦ୍ଧା ଦୁ‌ବେ, ଯାହାଙ୍କ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସିପଡ଼ି ଶିବା ଶର୍ମାଙ୍କ ମୃତ୍ୟୁ ଘଟିଥିଲା।

ସେ ପୁଲିସକୁ ବାଟବଣା କରିବାକୁ ଉଦ୍ୟମ କରୁଥିଲା।

ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରୁଥିଲା ଏବଂ ବୟାନ ଦେଉଥିଲା।

କିନ୍ତୁ ଶେଷରେ ଆଜି ଉତ୍ତରପ୍ରଦେଶ ଏଟିଏସ୍‌ ବଡ଼ ଉପଲବ୍ଧି ହାସଲ କରିବା ସହିତ ନାଗପୁରରୁ ଗିରଫ କରିଛି।

Advertisment ସୂଚନାଯୋଗ୍ୟ, ଲକ୍ଷ୍ନୌ ପୁଲିସ ଦ୍ବାରା ଶ୍ରଦ୍ଧା ଦୁବେଙ୍କ ନାମରେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।

ପୁଲିସ ନାଗପୁରରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଶ୍ରଦ୍ଧା ଦୁବେ ନେପାଳ ପଳାୟନ କରିବା ନେଇ ଚର୍ଚ୍ଚା ହେଉଥିଲା।

ନେପାଳରେ ସେ ଥିବା ନେଇ ତାର ସାକ୍ଷାତକାର ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ହୋଇଥିଲା।

ପରେ ସେ ଲକ୍ଷ୍ନୌରେ ଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା।

ଆଗ୍ରାସ୍ଥିତ ଏକ ହୋଟେଲରେ ରହଣୀ କରିଥିବା ନେଇ ମଧ୍ୟ ଚର୍ଚ୍ଚା ଧରିଥିଲା।

ଲକ୍ଷ୍ନୌ ଏବଂ ବାରାଣସୀ ଏସ୍‌ଟିଏଫ୍‌ ପକ୍ଷରୁ ନାଗପୁରରେ ଶ୍ରଦ୍ଧାଙ୍କ ଲୋକେସନ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  woman: ଘର ଭିତରୁ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଭାଇ ନାଗପୁରରେ ଗିରଫ ହେଲା ପରେ ଶ୍ରଦ୍ଧା ଦୁବେ ଚର୍ଚ୍ଚାକୁ ଆସିଛନ୍ତି।

ଏହି ମାମଲାରେ ଶ୍ରଦ୍ଧା ଦୁବେ, ତାଙ୍କର ଭଉଣୀ ରଶ୍ମି ଦୁବେ ଏବଂ ଡ୍ରାଇଭରଙ୍କ ନାମରେ ପୁଲିସ ୫୦-୫୦ ହଜାର ଟଙ୍କା ଘୋଷିତ କରିଥିଲା। ‌ଏବେ ଅଭିଯୁକ୍ତ ଶ୍ରଦ୍ଧା ଦୁବେ ଗିରଫ ହେଲା ପରେ ପୁଲିସକୁ ଆଶ୍ବସ୍ତି ମିଳିଛି।

ଶିତ ରାଷ୍ଟ୍ରୀୟ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।