Arrest: ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଠକୁ ଥିଲା; ଓଡ଼ିଆ ଯୁବକ ଗୋଆରୁ ଗିରଫ
"ଛତ୍ରପୁର (ବସନ୍ତ ମହାରଣା): ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମାଟ୍ରିମୋନିଆଲ୍ ପ୍ଲାଟଫର୍ମରେ ମହିଳାଙ୍କୁ ଫସାଇ ପ୍ରାୟ ୬୦ ଲକ୍ଷ ଟଙ୍କା ଠକେଇ ଘଟଣାରେ ଗଞ୍ଜାମ ସାଇବର କ୍ରାଇମ୍ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଜିନୁ ସାହାଣୀ ଓରଫ ରାକେଶ ରାଜପୁତ (୩୯)ଙ୍କୁ ଗୋଆରୁ ଗିରଫ କରିଛି।
ତାଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ଥାନା ଅନ୍ତର୍ଗତ ପିଅନପଡ଼ା ଗ୍ରାମରେ।
ଏନେଇ ଛତ୍ରପୁରସ୍ଥିତ ସାଇବର କ୍ରାଇମ୍ ଥାନା ପରିସରରେ ଆୟୋଜିତ ପ୍ରେସମିଟ୍ରେ ଡିଏସ୍ପି ଗିରିଜା ପଟ୍ଟନାୟକ ଓ ଆଇଆଇସି ଜ୍ୟୋତିରଞ୍ଜନ ବେହେରା ସୂଚନା ଦେଇଛନ୍ତି।Advertisment ପୁଲିସ ସୂଚନା ଅନୁସାରେ, ଭଞ୍ଜନଗରର ୩୧ ବର୍ଷୀୟା ଶ୍ରଦ୍ଧା ସୁମନ ପଣ୍ଡା ପୁନଃବିବାହ ପାଇଁ "ଜୀବନସାଥୀ ଡଟ୍ କମ୍"ରେ ପ୍ରୋଫାଇଲ୍ ଖୋଲିଥିଲେ।
ଏହି ସୁଯୋଗରେ ଅଭିଯୁକ୍ତ ନିଜକୁ ଭୁବନେଶ୍ୱରର "ସାଇ କୃପା ଦାସ" ଭାବେ ପରିଚୟ ଦେଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା।
ପରେ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ବିଭିନ୍ନ ମିଥ୍ୟା କାହାଣୀ ଶୁଣାଇ ଟଙ୍କା ଆଦାୟ କରିଥିଲା।
କେତେବେଳେ ବାପା ଅସୁସ୍ଥ ଥିବା ଓ ତାଙ୍କ ମୃତ୍ୟୁ ହୋଇଥିବା କହିଥିବା ବେଳେ ଆଉ କେତେବେଳେ ନିଜେ ସୋରିଆସିସ୍ରେ ପୀଡ଼ିତ ଥିବା ଦର୍ଶାଇ ଟଙ୍କା ମାଗୁଥିଲା।
ଏଥିପାଇଁ ନକଲି ଫଟୋ, ଭିଡିଓ କଲ୍ ଓ ଜାଲ୍ ଚିକିତ୍ସା କାଗଜପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ବିଶ୍ୱାସ ଜନ୍ମାଇଥିଲା।
ଏପରିକି ନିଜ ବ୍ୟାଙ୍କ ଖାତା ଫ୍ରିଜ୍ ହୋଇଥିବା ମିଥ୍ୟା କହି ଅଭିଯୋଗକାରୀଙ୍କ ୟୁନିୟନ୍ ବ୍ୟାଙ୍କ ଖାତାକୁ ମଧ୍ୟ ଅଭିଯୁକ୍ତ ନିଜେ ପରିଚାଳନା କରୁଥିଲା।
ତାଙ୍କ କଥାରେ ବିଶ୍ୱାସ କରି ଅଭିଯୋଗକାରୀ ସୁନାଗହଣା ବନ୍ଧକ ରଖିବା ସହ ପରିବାର ଓ ଅନ୍ୟମାନଙ୍କଠାରୁ ଧାର କରି ପ୍ରାୟ ୬୦ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ଖାତାକୁ ପଠାଇଥିଲେ।
ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତଙ୍କଠାରୁ ୭ଟି ମୋବାଇଲ୍, ୭ଟି ସିମ୍ କାର୍ଡ, ୬ଟି ଚାର୍ଜର, ନକଲି ରବର ଷ୍ଟାମ୍ପ, ଷ୍ଟାମ୍ପ ପ୍ୟାଡ୍, ଡେବିଟ୍ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟପତ୍ର, ରେଳ ପରିଚୟପତ୍ର, ନକଲି କୋର୍ଟ ଅର୍ଡର ଓ ନକଲି ଏସ୍ବିଆଇ ଡିଡି ରସିଦ ଜବତ କରିଛି।
ଏଥିସହ ୨,୦୮୦ ଟଙ୍କା ନଗଦ ଜବତ ହୋଇଥିବା ବେଳେ ପ୍ରାୟ ୧୨,୩୧,୯୭୬ ଟଙ୍କା ଫ୍ରିଜ୍/ହୋଲ୍ଡ କରାଯାଇଛି।
ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ ଅଭିଯୋଗ ପୁଲିସ ତଦନ୍ତରୁ ଅଭିଯୁକ୍ତଙ୍କ ପୂର୍ବରୁ ମଧ୍ୟ ଏକାଧିକ ଠକେଇ ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି।
ବିଶେଷକରି ନକଲି ପ୍ରୋଫାଇଲ୍ ତିଆରି କରି ବିଧବା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଠକେଇ କରୁଥିବା ପୁଲିସ କହିଛି।
୨୦୧୫ ମସିହାରୁ ସେ ବିଭିନ୍ନ ଠକେଇ ଘଟଣାରେ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି।
ପୁରୀ କୋଣାର୍କ, ବ୍ରହ୍ମପୁର ସାଇବର କ୍ରାଇମ୍ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ମାମଲା ରହିଛି।
ଏହି ସମସ୍ତ ମାମଲାକୁ ମିଶାଇ 1କୋଟି ଟଙ୍କାରୁ ଅଧିକା ଠକେଇ ହୋଇଥିବା ପୁଲିସ ସୂଚନା ଦେଇଛି।
ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଉତ୍ତମ କୁମାର ସାହୁ ଓରଫ ମିକି (୩୨)ଙ୍କୁ ପୁଲିସ ପୂର୍ବରୁ ଗିରଫ କରି ୦୨/୦୮/୨୦୨୬ରେ କୋର୍ଟ ଚାଲାଣ କରିଥିଲା।
ମାମଲାର ତଦନ୍ତ ସାଇବର କ୍ରାଇମ୍ ଥାନା ଆଇଆଇସି ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ବେହେରା କରୁଛନ୍ତି।
ମାଟ୍ରିମୋନିଆଲ୍ ପ୍ଲାଟଫର୍ମରେ ମିଥ୍ୟା ପରିଚୟ ଦେଇ ବିବାହର ପ୍ରତିଶ୍ରୁତି,ବିଧବା ମହିଳାଙ୍କୁ ଟଙ୍କା ମାଗିବା ଓ ଠକେଇ କରିବା ଘଟଣାରେ ଅଭିଯୁକ୍ତ ଦୀର୍ଘଦିନ ଧରି ସକ୍ରିୟ ଥିବା ପୁଲିସର ତଦନ୍ତରୁ ସାମ୍ନାକୁ ଆସିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।