Arrested: ଗୌହାଟୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ, ପ୍ରେମିକ ଗିରଫ

Sep 28, 2026 - 23:35
Arrested: ଗୌହାଟୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ, ପ୍ରେମିକ ଗିରଫ

"ଗୁଆହାଟୀ: ଗୌହାଟୀ ବିଶ୍ୱବିଦ୍ୟାଳୟର ୨୨ ବର୍ଷୀୟ ଛାତ୍ରୀ ନିମିଷା ଠାକୁରିଆଙ୍କ ମୃତ୍ୟୁକୁ ନେଇ ରହସ୍ୟ ଘନୀଭୂତ ହୋଇଛି।

ସେପ୍ଟେମ୍ବର ୨୬ ଭୋର ପ୍ରାୟ ୪ଟା ୩୦ରେ ଧରାପୁର-ଗରାଲ ଅଞ୍ଚଳର ଏକ ହୋମ୍‌ଷ୍ଟେ ନିକଟରୁ ନିମିଷା ଅଚେତ ଅବସ୍ଥାରେ ମିଳିଥିଲେ।

ତାଙ୍କୁ ପ୍ରଥମେ ଗରାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଗୌହାଟୀ ମେଡିକାଲ କଲେଜ ହସ୍ପିଟାଲ୍‌ (ଜିଏମ୍‌ସିଏଚ୍‌) ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।Advertisment ଆହୁରି ପଢନ୍ତୁ :Jewellery Trader Robbed ଗହଣା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌ ଏହି ଘଟଣାରେ ନିମିଷାଙ୍କ ସହ ହୋମ୍‌ଷ୍ଟେରେ ରହୁଥିବା ୨୬ ବର୍ଷୀୟ ଆସିକ୍‌ ଅଲିଙ୍କୁ ପୁଲିସ ଗିରଫ କରିଛି।

ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଅପହରଣ ସଦୃଶ ଅବୈଧ ଅଟକ, ଗୁରୁତର ଆଘାତ, ଗଣଦୁଷ୍କର୍ମ ଓ ହତ୍ୟା ସମ୍ପର୍କିତ ଧାରାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଆସିକ୍‌ ପୁଲିସକୁ ନିମିଷା ଆତ୍ମହତ୍ୟାକରିଥିବା କହିଥିଲେ।

ତେବେ ତାଙ୍କର ଏହି ଦାବିକୁ ପୁଲିସ ଏପର୍ଯ୍ୟନ୍ତ ସତ୍ୟ ବୋଲି ଗ୍ରହଣ କରିନାହିଁ।

ଘଟଣାର ସମସ୍ତ ଦିଗରୁ ତଦନ୍ତ ଚାଲିଛି।

ନିମିଷାଙ୍କ ପରିବାରର କହିବା ଅନୁସାରେ, ସେପ୍ଟେମ୍ବର ୨୫ ସନ୍ଧ୍ୟା ପ୍ରାୟ ୫ଟାରେ ସେ ଘରୁ ବାହାରିଥିଲେ।

ସାଙ୍ଗମାନଙ୍କ ସହ ଗୌହାଟୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ରେ ରାତି କାଟିବେ ବୋଲି ମା"ଙ୍କୁ କହିଥିଲେ।

ରାତି ପ୍ରାୟ ୧୦ଟାରେ ମଧ୍ୟ ସେ ଏହି କଥା କହିଥିଲେ।

କିନ୍ତୁ ଶନିବାର ଭୋର ପ୍ରାୟ ୨ଟାରେ ମା"ଙ୍କୁ ଫୋନ୍‌ କରି ତାଙ୍କୁ ମାଡ଼ ମରାଯାଉଥିବା ଓ ସେ ଆହତ ହୋଇଥିବା କହିଥିବା ନିମିଷାଙ୍କ ବାପା ଦୀପ ଠାକୁରିଆ କହିଛନ୍ତି।

ଏହାପରେ ତାଙ୍କ ଫୋନ୍‌ ବନ୍ଦ ହୋଇଯାଇଥିଲା।

ପରିବାର ଆଜାରା ଥାନାରେ ଯୋଗାଯୋଗ କରି ତାଙ୍କ ଠିକଣା ଖୋଜିବାକୁ ସହାୟତା ମାଗିଥିଲେ।

ଆହୁରି ପଢନ୍ତୁ :Supreme Court: ଦୁଷ୍କର୍ମ ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମ୍‌କୋର୍ଟ, ସାଧାରଣ ସ୍ଥାନ ମହିଳା ଓ ଶିଶୁଙ୍କ ପାଇଁ ବିପଜ୍ଜନକ ହେବା ଉଚିତ ନୁହେଁ ଘଟଣା ପରେ ଧରାପୁରର "ରୁଦ୍ର"ସ୍‌ କିଚେନ୍‌" ହୋମ୍‌ଷ୍ଟେକୁ ପ୍ରଶାସନ ସିଲ୍‌ କରିଛି।

ପୁଲିସ ମାଲିକଙ୍କ ସମେତ ୩ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ ନିମିଷା ଓ ଆସିକ୍‌ ଏହି ହୋମ୍‌ଷ୍ଟେକୁ ଚଳିତ ମାସରେ ପ୍ରାୟ ୫ ଥର ଯାଇଥିଲେ।

ସେମାନଙ୍କୁ ଠିକ୍‌ ଭାବେ ପରିଚୟ ଯାଞ୍ଚ ନକରି ରହିବାକୁ ଦିଆଯାଇଥିବା ଅଭିଯୋଗର ମଧ୍ୟ ତଦନ୍ତ ହେଉଛି।

ପୁଲିସ ନିମିଷା ଓ ଆସିକ୍‌ଙ୍କ ଗତିବିଧି, ଘଟଣାସ୍ଥଳର ପରିସ୍ଥିତି, ହୋମ୍‌ଷ୍ଟେର ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରୁଛି।

ଫରେନ୍‌ସିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି।

ମୃତଦେହର ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଘଟଣାର ସବୁ ଦିଗ ଯାଞ୍ଚ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।