Arrested: ବେତନଟି ଆର୍ ଆଣ୍ଡ୍ ବି ସବ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
"ବୈଶିଙ୍ଗା/ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଥିବା ବେତନଟି ଆର୍ ଆଣ୍ଡ୍ ବି ସବ୍ ଡିଭିଜନର ଏକଜିକ୍ୟୁଟିଭ୍ ଇଂଜିନିୟର ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଗତକାଲିଠାରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅରବିନ୍ଦଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।
ଏହି ଚଢ଼ାଉ ସମୟରେ ଘରୁ ମିଳିଛି ନଗଦ ଅଢେଇ ଲକ୍ଷ ଟଙ୍କା।
ଜମି କାଗଜପତ୍ର, ଲିଜ ଏଗ୍ରିମେଣ୍ଟ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି।
ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ପାହାଳ ଥାନା ଅଧୀନ କାଞ୍ଚିଲୋ ଘରେ ଭିଜିଲାନ୍ସ ଚଢ଼ାଉ ଜାରିରହିଥିଲା ।
ଏହାପରେ ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ ।Advertisment ୧୦ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ବେତନଟୀ ପୂର୍ତ୍ତ ବିଭାଗ ଏସଡିଓ ଅରବିନ୍ଦ ମହାନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜଜିଲ୍ଲା ବେତନଟୀ ଆର୍ ଆଣ୍ଡ ବି ସବ୍ଡିଭିଜନ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ।
ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ ।
ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ୪ଟି ଜିଲ୍ଲାର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ରେଡ୍ ଜାରି କରିଛନ୍ତି ।
ବାରିପଦା ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତଙ୍କ ତଲାସି ୱାରେଣ୍ଟ ବଳରେ ଜଣେ ଏଏସପି ୪ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ ଚାଲିଛି ।
ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏକସଙ୍ଗେ ତଲାସି ଚାଲିଛି ।
ବାଲେଶ୍ୱର ଅଙ୍ଗାରଗଡ଼ିଆସ୍ଥିତ ତିନି ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ଦୁଇ ମହଲା କୋଠା, ବେତନଟୀସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ହୋଇଛି ।
ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ରାୟନ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବସନ୍ତପୁରସ୍ଥିତ ଫାର୍ମ ହାଉସ୍, ବାମପଦାସ୍ଥିତ ଅନ୍ୟ ଏକ ଘର ସମେତ ତାଙ୍କର ନିକଟ ସହଯୋଗୀଙ୍କ ଅଙ୍ଗାରଗଡ଼ିଆ, ବୈଶିଙ୍ଗା ଓ ବାମପଦାସ୍ଥିତ ଘରେ ମଧ୍ୟ ତଲାସି ଜାରି ରହିଛି ।
BJP Targets BJD: ବିଜେଡି ଓଡ଼ିଶାର ବିକାଶ ନୁହେଁ, ବରଂ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ଚାହୁଁଛି: ବିଜେପି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।