Arrested: ମଦ୍ୟପାନ କରି ବସ୍ ଚଳାଉଥିଲେ ଡ୍ରାଇଭର, କୋରାପୁଟରେ ଗିରଫ କଲା ଟାଉନ୍ ପୁଲିସ
"କୋରାପୁଟ: ମଦ୍ୟ ପାନ କରି ବସ ଚଳାଉଥିବା ବେଳେ ବସ ଡ୍ରାଇଭରଙ୍କୁ ମାଡ଼ିବସିଲା କୋରାପୁଟ ଟାଉନ ପୁଲିସ।
ବସଟି ଜଗଦଳପୁରରୁ ଦାମନଯୋଡ଼ି ଯାଉଥିବା ବେଳେ କୋରାପୁଟ ବସଷ୍ଟାଣ୍ଡ ଭିତରେ ମାଡ଼ି ବସିଲା ପୁଲିସ।
ବସର ଡ୍ରାଇଭର ମଦ୍ୟ ପାନ କରିଥିବା ଜାଣିବା ପରେ ଯାତ୍ରୀମାନେ ପୁଲିସକୁ ଖବର ଦେଇଥିଲେ।Advertisment ବସକୁ ଜବତ କରିଛି ପୁଲିସ ପୁଲିସ ବସ ନିକଟରେ ପହଞ୍ଚି ଡ୍ରାଇଭରଙ୍କର ପରୀକ୍ଷା କରିବା ପରେ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ବସ ଟିକୁ ଜବତ କରିଛି ଟାଉନ୍ ପୁଲିସ।
ଗିରଫ ଡ୍ରାଇଭରଙ୍କ ନାମ ରାମ ଖିଲ ବୁଡ଼ି ବୋଲି ଜଣା ପଡିଛି।
Odisha Vigilance: ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ୯.୨୪ କୋଟି ଟଙ୍କା ଆତ୍ମସାତ୍ ମାମଲା: ଆଉ ୩ ସରକାରୀ କର୍ମଚାରୀଙ୍କୁ ବାନ୍ଧିଲା ଓଡ଼ିଶା ଭିଜିଲାନ୍ସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।