Arrested: ସିମୁଳିଆରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ୧୧ ଜୁଆଡ଼ି ଗିରଫ; ୪ ବାଇକ୍‌, କାର୍‌ ଓ ନଗଦ ଟଙ୍କା ଜବତ

Oct 12, 2026 - 12:06
Arrested: ସିମୁଳିଆରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ୧୧ ଜୁଆଡ଼ି ଗିରଫ; ୪ ବାଇକ୍‌, କାର୍‌ ଓ ନଗଦ ଟଙ୍କା ଜବତ

"ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଅଞ୍ଚଳରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଛି।

ଏହି ଚଢ଼ାଉରେ ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଏବଂ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।Advertisment ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ସିମୁଳିଆ ଆଇଆଇସି ଦେବରାଜ ଜେନାଙ୍କ ନେତୃତ୍ୱରେ ଅନ୍ତରା ଅଞ୍ଚଳରେ ଚଢ଼ାଉ କରିଥିଲା।

ଏହି ଚଢ଼ାଉ ସମୟରେ ବେଆଇନ ଭାବେ ଜୁଆ ଖେଳାଯାଉଥିବା ବେଳେ ପୁଲିସ ଭଦ୍ରକ, ଖଇରା ଓ ସିମୁଳିଆ ଅଂଚଳରୁ ୧୧ ଜଣ  ଜୁଆଡ଼ିଙ୍କୁ କାବୁ କରିବାରେ ସଫଳ ହୋଇଛି। ​ଘଟଣାସ୍ଥଳରୁ ପୁଲିସ ​୪ଟି ବାଇକ୍ ଏବଂ ୧ଟି କାର୍ ଜବତ କରିଛି। ​ଜୁଆ ଖେଳରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।

ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ​ଏହା ସହିତ ଜୁଆ ଆଡ଼ଡ଼ାରୁ ନଗଦ ୫,୮୦୦ ଟଙ୍କା ଜବତ କରାଯାଇଛି।

ଏନେଇ ସିମୁଳିଆ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Arrested: ସୋରରେ ଛିନତାଇ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌: ୬ ଲୁଟେରାଙ୍କ ସହ ଗହଣା ବ୍ୟବସାୟୀ ଗିରଫ, ୩ ବାଇକ୍‌ ଜବତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।