ASHA Workers Stage Statewide Protests: ସରକାରୀ କର୍ମଚାରୀ ମାନ୍ୟତା ସହ ମାସିକ ୨୮ ହଜାର ଦରମା ଦାବି, ରାଜଧାନୀରେ ଗର୍ଜିଲେ ଆଶା କର୍ମୀ

Oct 13, 2026 - 14:16
ASHA Workers Stage Statewide Protests: ସରକାରୀ କର୍ମଚାରୀ ମାନ୍ୟତା ସହ ମାସିକ ୨୮ ହଜାର ଦରମା ଦାବି, ରାଜଧାନୀରେ ଗର୍ଜିଲେ ଆଶା କର୍ମୀ

ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମାସିକ ୨୮ ହଜାର ଟଙ୍କା ଦରମା ଦାବିରେ ରାଜଧାନୀରେ ଗର୍ଜିଛନ୍ତି ଆଶା କର୍ମୀ। ଏହି ଦାବି ନେଇ ଓଡ଼ିଶା ମିଳିତ ଆଶା ୟୁନିୟନ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯାଇଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଶା କର୍ମୀମାନେ ଏକାଠି ହୋଇ ନିଜ ଦାବି ଉପସ୍ଥାପନ କରିଛନ୍ତି।

ଆଶା କର୍ମୀମାନଙ୍କ କହିବା ଅନୁଯାୟୀ, ସେମାନେ ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ତେଣୁ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ସହ ମାସିକ ସର୍ବନିମ୍ନ ୨୮ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।

ଏଥିସହ କାର୍ଯ୍ୟ କରିବାର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ କରିବା ଏବଂ ପ୍ରତି ମାସରେ ନିୟମିତ ଦରମା ପ୍ରଦାନ କରିବାକୁ ମଧ୍ୟ ଆଶା କର୍ମୀମାନେ ଦାବି ଜଣାଇଛନ୍ତି। ଦରମା ଓ କାର୍ଯ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ହୋଇଥିବା ଏହି ବିକ୍ଷୋଭ ମାଧ୍ୟମରେ ଆଶା କର୍ମୀମାନେ ନିଜର ଦାବି ପୂରଣ ପାଇଁ ଆହ୍ୱାନ ଦେଇଛନ୍ତି। ତେବେ ଏହି ଦାବି ଉପରେ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।

ରାଜଧାନୀରେ ଗର୍ଜିଲେ ଆଶା କର୍ମୀ 
ବିଭିନ୍ନ ଦାବିରେ ରାଜ୍ୟବ୍ୟାପୀ ବିକ୍ଷୋଭ
ସରକାରୀ କର୍ମଚାରୀ ମାନ୍ୟତା ଦାବି 
ସର୍ବନିମ୍ନ ୨୮ ହଜାର ଟଙ୍କା ମାସିକ ଦରମା ଦାବି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।