Asian Games: ଉଦ୍ଘାଟନୀ ଉତ୍ସବରେ ଭାରତର ପତାକା ଧରିବେ ମନୁ, ତୁର୍
"ନୂଆଦିଲ୍ଲୀ: ଶନିବାର ଆଇଚି-ନାଗୋୟା ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଭାରତର ପତାକା ଧରିବେ ଦୁଇ ଅଲିମ୍ପିକ୍ ପଦକ ବିଜୟିନୀ ମନୁ ଭାକର ଓ ଦୁଇ ଥରର ଏସୀୟ କ୍ରୀଡ଼ା ସଟ୍ପୁଟ୍ ସ୍ବର୍ଣ୍ଣ ବିଜେତା ତଜିନ୍ଦରପାଲ ସିଂହ ତୁର।
ମନୁ ଭାକରଙ୍କୁ ଚୟନ କରାଯାଇଥିବା ନେଇ ଶୁକ୍ରବାର ଭାରତର ଚିଫ୍ ଡି ମିସନ ସହଦେବ ଯାଦବ ନିଶ୍ଚିତ କରିଥିଲା ବେଳେ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ତୁର୍ଙ୍କୁ ଦ୍ବିତୀୟ ପତାକା ବାହାକ ବୋଲି ଘୋଷଣା କରିଛି।
Advertisment ସ୍ବାଧୀନ ଭାରତର ପ୍ରଥମ ଖେଳାଳି ଭାବେ ସଫଳତା ଭାକର ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ୨ ପଦକ ଜିତି ଇତିହାସ ରଚିଥିଲେ।
ସ୍ବାଧୀନ ଭାରତର ପ୍ରଥମ ଖେଳାଳି ଭାବେ ସେ ଗୋଟିଏ ସଂସ୍କରଣରେ ଏହି ସଫଳତା ପାଇଥିଲେ।
ପ୍ୟାରିସ୍ରେ ମହିଳା ୧୦ମିଟର ଏୟାର ପିସ୍ତଲରେ କାଂସ୍ୟ ଜିତିବା ପରେ ସରବଜୋତ ସିଂହଙ୍କ ସହ ମିଶ୍ରିତ ୧୦ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ କରାୟତ୍ତ କରିଥିଲେ।
ଅନ୍ୟପକ୍ଷରେ ଏସୀୟ କ୍ରୀଡ଼ା ୨୦୧୮ (ଜାକର୍ତା) ଓ ୨୦୨୩ (ହାଙ୍ଗ୍ଝୌ)ରେ ସଟ୍ପୁଟ୍ ବିଜେତା ହୋଇଥିବା ୩୧ ବର୍ଷୀୟ ତୁର୍ ଆଇଚି-ନାଗୋୟରେ ହ୍ୟାଟ୍ରିକ୍ ସ୍ବର୍ଣ୍ଣ ଆଶାରେ ରହିଛନ୍ତି।
୨୦ତମ ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ସମାରୋହ ନାଗୋୟା ସିଟି ମିଜୁହୋ ପାର୍କ ଆଥ୍ଲେଟିକ୍ ଷ୍ଟାଡିିୟମ୍ରେ ଅନୁଷ୍ଠିତ ହେବ।
ଏଥିରେ ଖେଳାଳିମାନଙ୍କ ସହ ଭାରତର ଡେପୁଟି ଚିଫ୍ ଡି ମିସନ ଏ ଶରତ କମଲ, ଲିଜୋ ଡେଭିଡ୍ ଥୋଟ୍ଟାନ, ଅଳକାନନ୍ଦ ଅଶୋକ ଓ ଅଞ୍ଜଳି ଭଗୱତ ଉପସ୍ଥିତ ରହିବେ।
ଶ୍ରୀ ଚାରଣୀଙ୍କୁ ୪ ୱିକେଟ୍, ଶେଫାଳିଙ୍କ ୧୫ ବଲ୍ରୁ ୪୦* "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।