Asian Games 2026: ଏସୀୟ କ୍ରୀଡ଼ା ପାଇଁ ବିଶାଳ ଭାରତୀୟ ଦଳ ଜାପାନ ଯିବାକୁ ପ୍ରସ୍ତୁତ

Sep 03, 2026 - 16:47
Asian Games 2026: ଏସୀୟ କ୍ରୀଡ଼ା ପାଇଁ ବିଶାଳ ଭାରତୀୟ ଦଳ ଜାପାନ ଯିବାକୁ ପ୍ରସ୍ତୁତ

"ନୂଆଦିଲ୍ଲୀ: ଆଇଚି-ନାଗୋୟାରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ା ୨୦୨୬ ପାଇଁ ଭାରତୀୟ ଦଳଗୁଡ଼ିକ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛନ୍ତି।

ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କ୍ରୀଡ଼ାକୁମ୍ଭ ପାଇଁ ୭୫୮ ସଦସ୍ୟ ଭାରତୀୟ ଦଳର ମଂଜୁରୀ ଦେଇଛି।

ଏଥିରେ ୫୦୩ ଜଣ ଖେଳାଳି ଏବଂ ୨୪୬ ଜଣ ସପୋର୍ଟ ଷ୍ଟାଫ୍‌ ଅଛନ୍ତି।

Advertisment ଭାରତ ୪୩ରୁ ୩୬ଟି କ୍ରୀଡ଼ାରେ ପ୍ରତିଯୋଗିତା କରିବ।

ଭାରତ ଗତ ଥର ଏସୀୟ କ୍ରୀଡ଼ାରେ ଐତିହାସିକ ପ୍ରଦର୍ଶନ କରିବା ସହିତ ୧୦୦ରୁ ଅଧିକ ପଦକ ହାସଲ କରିଥିଲା।

ହାଙ୍ଗଝୋଉରୁ ଭାରତୀୟ ଖେଳାଳିମାନେ ମୋଟ୍‌ ୧୦୭ଟି ପଦକ ଆଣିଥିଲେ।

ଏବେ ଜାପାନରେ ଏହି ପ୍ରଦର୍ଶନକୁ ଆହୁରି ଉତ୍ତମ କରିବାକୁ ଉଦ୍ୟମ କରିବେ।

୨୩୪ ମହିଳା ଖେଳାଳି ଭାରତୀୟ ଦଳରେ ମୋଟ୍‌ ୨୬୯ ପୁରୁଷ ଏବଂ ୨୩୪ ଜଣ ମହିଳା ଖେଳାଳି ଅଛନ୍ତି।

ପ୍ରାରମ୍ଭିକ ତାଲିକାରେ ୪୯୨ ଜଣ ଖେଳାଳିଙ୍କୁ ମଂଜୁରୀ ମିଳିଥିଲା।

କିନ୍ତୁ ପରେ ୧୧ ଜଣ ଅଧିକ ଖେଳାଳିଙ୍କୁ ତାଲିକାରେ ସାମିଲ କରାଯାଇଥିଲା।

ଏଥିରେ ଆଥେଲିଟ୍‌କ୍ସର ୬ ଜଣ, ସର୍ଫିଙ୍ଗର ୪ ଜଣ ଏବଂ ମିକ୍ସ ମାର୍ଶଲ ଆର୍ଟସର ଜଣେ ଖେଳାଳି ସାମିଲ ଅଛନ୍ତି।

ଆଥେଲେଟିକ୍ସରେ ପ୍ରବୀଣ କୁମାର, ହରିତା ଭଦ୍ରା, କିରଣ ପହଲ, ଆଶା ଇଲାଙ୍ଗୋ, ସିଧୁରୀ ଗଣେଶା ଏବଂ ସାନ୍ୟା ଯାଦବଙ୍କୁ ସ୍ଥାନ ମିଳିଛି।

ସେହିପରି ଏମ୍‌ଏମ୍‌ଏରେ ବରୁଣ ସନ୍ୟାଳ, ସର୍ଫିଙ୍ଗରେ କିଶୋର କୁମାର, ଶିବରାଜ ବାବୁ, କମାଲି ପ୍ରକାଶ ଏବଂ ଶୁଗର ଶାନ୍ତି ଗାୟେନ ଭାରତୀୟ ଦଳର ଅଂଶବିଶେଷ ହେବେ।

କ୍ରିକେଟ୍‌ରେ ୫୦ ସଦସ୍ୟ ଦଳ କ୍ରିକେଟ୍‌ ପ୍ରତିଯୋଗିତା (ପୁରୁଷ ଏବଂ ମହିଳା) ପାଇଁ ଭାରତର ଦଳରେ ୫୦ ଜଣ ସଦସ୍ୟ ରହିବେ।

ଏଥିରେ ମୋଟ ୨୦ ଜଣ ସପୋର୍ଟ ଷ୍ଟାଫ୍‌ ଅଛନ୍ତି।

ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଭିଭିଏସ୍‌ ଲକ୍ଷ୍ମଣ ରହିବେ।

ମହିଳା ଦଳର କୋଚିଂ ଅମୋଲ ମଜୁମଦାରଙ୍କୁ ଦିଆଯାଇଛି।

ହକି (ପୁରୁଷ ଏବଂ ମହିଳା)ରେ ଭାରତ ମୋଟ ୫୪ ଜଣଙ୍କୁ ପଠାଇବ।

ଏଥିରେ ୪୦ ଜଣ ଖେଳାଳି ଏବଂ ୧୪ ଜଣ ସପୋର୍ଟ ଷ୍ଟାଫ୍‌ ଅଛନ୍ତି।

ଏସୀୟ କ୍ରୀଡ଼ାରେ ଭାରତ ହକିରୁ ପଦକ ଆଣିବା ଲକ୍ଷ୍ୟ ରଖିଛି।

Asian Games Cricket: ଏସୀୟ କ୍ରୀଡ଼ା କ୍ରିକେଟ୍‌: "ବି" ଦଳ ପଠାଇପାରେ ଭାରତ ଜାପାନ ଯ‌ିବେ ନାହିଁ ନୀରଜ ତେବେ ଭାରତୀୟ ଦଳରେ ସବୁଠାରୁ ବଡ଼ ନାମ ଯାହା ନଜର ଆସିବ ନାହିଁ, ସେହେଲେ ନୀରଜ ଚୋପ୍ରା।

ଷ୍ଟାର ଜାଭଲିନ ଫିଙ୍ଗାଳି ନୀରଜ ଆଘାତ ଯୋଗୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ।

ସେ ଜକାର୍ତ୍ତା (୨୦୧୮) ଏବଂ ହାଙ୍ଗଝୋଉ (୨୦୨୩)ରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ।

ଭାରତୀୟ ଅଲଂପିକ ସଂଘ ତରଫରୁ ୧୯ ଜଣ ଖେଳାଳି ଜାପାନ ଯିବେ।

ୱେଟଲିଫ୍ଟିଙ୍ଗ ଫେଡେରେସନର ମୁଖ୍ୟ ସହଦେବ ଯାଦବଙ୍କୁ ଶେଫ ଡି ମିସନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।